ଚୁଡା ପିଠା– Flattened Rice Pithaa
ପ୍ରସ୍ତୁତି
ସାମଗ୍ରୀ-
ଚୁଡା
୫୦୦ ଗ୍ରାମ, ଦହିଛେନା ୧୦୦ ଗ୍ରାମ, ନଡିଆ ୧ଟା, ମଇଦା ୨-୩ ଚାମଚ,
ଚିନି ୧୦୦ ଗ୍ରାମ, ପାନମଧୁରୀ
୧ ଚାମଚ, ଛାଣିବା ପାଇଁ ରିଫାଇନ ତେଲ, ଅଳେଇଚ ଗୁଣ୍ଡ ଅଧା ଚାମଚ, ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ
–
ପ୍ରଥମେ
ଚୁଡାକୁ ଧୋଇ ଅଳ୍ପ ପାଣିରେ ଭିଜାଇ ରଖନ୍ତୁ । ଏବେ ଏଥିରେ ମଇଦା, ଲୁଣ, ପାନମଧୁରୀ ପକାଇ ଚକଟି ଦିଅନ୍ତୁ । ନଡିଆ କୋରି, ଛେନା ଓ ଚିନି
ମିଶାଇ ପୁର ପ୍ରସ୍ତୁତ କରି ରଖନ୍ତୁ । ପୁରରେ ଅଳେଇଚ ଗୁଣ୍ଡ ମିଶାଇ ଏହି ପିଠା ମଝିରେ ଦିଅନ୍ତୁ ।
କରେଇରେ ତେଲ ଗରମ କରି ଏହି ପିଠାଗୁଡିକୁ ଛାଣି ଦିଅନ୍ତୁ । ଏବେ ପ୍ରସ୍ତୁତ
ଆପଣଙ୍କ ଚୁଡାପିଠା । ଏହାକୁ
ଗରମ ଗରମ ଖାଇବାକୁ ଦିଅନ୍ତୁ ।