ସୁନସୁନିଆ ବରା – Water clover Bada
ପ୍ରସ୍ତୁତି
ସାମଗ୍ରୀ-
ସୁନସୁନିଆ ଶାଗ ୫୦୦ ଗ୍ରାମ, ୨ଟି ପିଆଜ, ବେସନ ୨୦୦ଟି, ୪ଟି
କଞ୍ଚା ଲଙ୍କା, ଛଣିବା ପାଇଁ ରିଫାଇନ ତେଲ,
ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ
–
ପ୍ରଥମେ ସୁନସୁନିଆ ଶାଗରୁ ଡେମ୍ଫରୁ ପତ୍ର ଗୁଡିକୁ ଛିଣ୍ଡାଇ , ଧୋଇ ପାଣି ନିଗାଡି ଓ ପରେ କାଟି ରଖନ୍ତୁ
। ଅନ୍ୟ ଗୋଟେ ପାତ୍ରରେ ବେସନ ନେଇ ଲୁଣ
ଓ ପାଣି ଗୋଳେଇ ବହଳିଆ କରି ରଖନ୍ତୁ । ଏବେ
ଏଥିରେ କଞ୍ଚା ଲଙ୍କା ଓ ପିଆଜ ଛେଚି ପକାନ୍ତୁ । ଏବେ ଏଥିରେ ଶାଗ ପକାଇ ଗୋଳେଇ ଦିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଏଗୁଡ଼ିକୁ ବରା ଆକାରରେ ଛାଣନ୍ତୁ ।
ଧ୍ୟାନ ଦେବେ ଯେପରି ବହୁତ କମ ସମୟ ଛାଣିବେ ଯେପରି ସୁନସୁନିଆ ଶାଗ ବେଶୀ ପୋଡି ନ ଯାଏ । ଏବେ ପ୍ରସ୍ତୁତ
ଆପଣଙ୍କ ପ୍ରିୟ ଓ ଶରୀର ପାଇଁ ଅତି ଉପାଦେୟ ସୁନସୁନିଆ ଶାଗ ବରା ।
No comments:
New comments are not allowed.