ରାଜମା କସମସ-RAAJMA COSMOS
ସାମଗ୍ରୀ:-
ରାଜମା ୩୦୦ ଗ୍ରାମ , ଚିନି କିମ୍ବା ଗୁଡ ୧୦୦ ଗ୍ରାମ , ତେନ୍ତୁଳୀ ୧ ଗୁଳା , ବେସନ ୩ ଚାମଚ ,ନଡିଆକୋରା ୧ କପ ,ରିଫାଇନ ତେଲ ୫ ଚାମଚ , ସୋରିଷ ୩ ଚାମଚ, ଲଙ୍କା ଗୁଣ୍ଡ ,ହଳଦୀ ଓ ପାନମଧୁରୀ ପ୍ରତ୍ୟେକ ୩
ଚାମଚ କରି ।
ପ୍ରସ୍ତୁତି ପ୍ରଣାଳୀ:
୧ ରାତି ପାଣିରେ ରାଜମା ଭିଜିଗଲାପରେ
ଏହାକୁ ପ୍ରେସରକୁକରରେ ୪/୫ ଟି ହୁଇସିଲ ପରେ
ରଖନ୍ତୁ । ତେନ୍ତୁଳୀକୁ ପାଣିରେ ଭିଜେଇ ଖଦାକୁ
କାଢି ରଖନ୍ତୁ । ବେସନକୁ ସାମାନ୍ୟ ତେଲରେ ଭାଜି
ଦିଅନ୍ତୁ । ଏହାପରେ କରେଇରେ ତେଲ ପକାଇ ଲଙ୍କା, ଫୁଟଣ ପକାଇ ନଡିଆକୋରା ଦିଅନ୍ତୁ । ଏଥିରେ
ତେନ୍ତୁଳୀ ମଣ୍ଡ , ଗୁଡ ପକାଇ
ସିଝା ରାଜମକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ୨ ମିନିଟ ପରେ ଭଜା ବେସନକୁ ପକାଇ
ଗୋଳାଇ ଦିଅନ୍ତୁ । ଫୁଟି ଗଲାପରେ କଟା ଧନିଆପତ୍ର ପକାଇ
ଆଞ୍ଚ ବନ୍ଦ କରନ୍ତୁ । ଏଥର ଆପଣଙ୍କ ରାଜମା କସମସ ପ୍ରସ୍ତୁତ । ଏହା ମୁଖ୍ୟତ
ଶୀତ ଦିନେ ଖାଇବାକୁ ଭଲଲାଗେ ।