ଭେଣ୍ଡି ଆଚାର – Ladyfinger
pickle
ଆବଶ୍ୟକ ସାମଗ୍ରୀ:
ତଟକା ଭେଣ୍ଡି- ୧ କି. ଗ୍ରା. , ଭିନେଗାର – ୧ କପ, କଞ୍ଚା ଲଙ୍କା -୧୦/୧୫ ଟି, ରସୁଣ – ୧ଟି , ଅଦା – ୧୦ ଗ୍ରାମ , ଲୁଣ ସ୍ଵାଦ ଅନୁଯାଇ , ଭଜା ମେଥି – ୨ ଚାମଚ , ରିଫାଇନ
ତେଲ – ୧୦୦ ଗ୍ରାମ , ସୋରିଷ ତେଲ – ୧ ଚାମଚ , ଚିନି – ୧୦ ଗ୍ରାମ , ହଳଦୀ ପାଉଡର – ୧ ଚାମଚ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଭେଣ୍ଡିକୁ ଧୋଇ ପୋଛି ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ
। ଅଦା , କଞ୍ଚା ଲଙ୍କା , ରସୁଣକୁ ଛୋଟ ଛୋଟ ଖଣ୍ଡ କରି
କାଟି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଭେଣ୍ଡି ପକାଇ ହଳଦୀ ଦେଇ ଲାଲ ହେଲେ କାଢି ରଖନ୍ତୁ
। ଏବେ ସୋରିଷ ଫୁଟାଇ ସେଥିରେ କଟା ଲଙ୍କା , ଅଦା , ରସୁଣକୁ ପକାଇ ଲାଲ କରି ଭାଜନ୍ତୁ ।
ଏଥିରେ ଭିନେଗାର , ହଳଦୀ , ଚିନି , ଲଙ୍କାଗୁଣ୍ଡ , ମେଥି ଗୁଣ୍ଡ ,
ଅଳ୍ପ ଲୁଣ ଓ ଭେଣ୍ଡି କୁ ଭଲ ଭାବେ ମିଶାନ୍ତୁ । ଏହାକୁ ୨ ମିନିଟ ନିଆଁ ରେ ଫୁଟାଇ ବମରେ ରଖିବେ । ଏବେ ପ୍ରସ୍ତୁତ
ଆପଣଙ୍କ ଭେଣ୍ଡି ଆଚାର । ଏହାକୁ ୩/୪ ମାସ ରଖି ପାରିବେ ।