ଲେମ୍ବୁ ଭାତ - LEMON RICE
ସାମଗ୍ରୀ:-
ବସୁମତୀ ଚାଉଳ ୩୫୦ ଗ୍ରାମ , ଚିନା ବାଦାମ ½ କପ ,ଶୁଖିଲା ଲଙ୍କା ଗୋଟା ୨ ଟି , ହରଡ ଡାଲି ୧ ଚାମଚ, ସୁରିଷ ୧ ଚାମଚ, ଚଣା ଡାଲି ୧ ଚାମଚ, ହଳଦୀ ଗୁଣ୍ଡ ½ ଚାମଚ, ମେଥି ½ ଚାମଚ, ଲେମ୍ବୁ ଯୁସ ୩ ଚାମଚ , ପାନମଧୁରୀ ଅଳ୍ପ , ଭୃସୁଙ୍ଗା ପତ୍ର ୧୦/୧୨ ଟି, ନଡିଆ (ଗ୍ରାଇଣ୍ଡିଙ୍ଗ ହୋଇଥିବା) ୧ ଚାମଚ, ତେଲ ୧ ଚାମଚ, ଲୁଣ ସ୍ଵାଦ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଚାଉଳକୁ ୨୦ ମିନିଟ
ପାଣିରେ ବତୁରାଇ ଛାଣି ରଖନ୍ତୁ । ଏହାପରେ ଲୁଣ ସ୍ଵାଦ ଅନୁସାରେ ଦେଇ ଚାଉଳକୁ ପାଣିରେ ସିଝାଇ ଦିଅନ୍ତୁ । ଚାଉଳ ଭଲ ଭାବରେ ସିଝି ଗଲାପରେ ଏହାକୁ ଗାଳି ଶୁଖିଲା କରି ରଖନ୍ତୁ । କରେଇରେ ତେଲ ଦେଇ
ଭଲଭାବେ ଗରମ ହେଲେ ଏଥିରେ
ପାନମଧୁରୀ ଲଙ୍କା ପକାଇ ଫୁଟାନ୍ତୁ । ଏହାପରେ ହରଡ ଡାଲି, ଚଣା ଡାଲି ଓ ମେଥି ପକାଇ
ହଲକା ବାଦାମି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜନ୍ତୁ । ଏହାକୁ କରେଇରୁ କାଢି ରଖି ଦିଅନ୍ତୁ । ଏବେ କରେଇରେ ଗୋଟା ସୁରିଷ
ଫୁଟାଇ ଓ ପରେ ଚିନା (ଲାଲ ) ବାଦାମ ଏବଂ
ଭୃସୁଙ୍ଗା ପତ୍ର ପକାଇ ½ ମିନିଟ ଭାଜନ୍ତୁ । ଏଥିରେ ରଖିଥିବା ଭଜା ଚାଉଳ ପକାଇ ଏଥିରେ ହଳଦୀ ଗୁଣ୍ଡ
ପକାନ୍ତୁ । ଏହାପରେ ଲେମ୍ବୁ ଯୁସ ଦେଇ ଭଲ
ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ନଡିଆ ଚଟଣି ସହ ଖାଇବାକୁ ଦିଅନ୍ତୁ । ଶୀତ ଦିନେ ଏଥିରେ ଅଳ୍ପ ଲବଙ୍ଗ ପକାଇ ଖାଇବାକୁ ଦେଲେ
ସୁସ୍ଵାଦୁକର ହୋଇଥାଏ