ବ୍ରାହ୍ମୀ ଶାଗ ଚଡଚଡି – Brahmi
spinach ChadChadi
ପ୍ରସ୍ତୁତି ସାମଗ୍ରୀ :
ବ୍ରାହ୍ମୀ ଶାଗ ୨୦୦
ଗ୍ରାମ , ୨ ଟି ଆଳୁ , ସଜନା ଛୁଇଁ
୨ ଟି , ବାଇଗଣ ୧ଟି , ୨ ଟି ଟମାଟୋ , ୨ ଛୋଟ ଚାମଚ ସୋରିଷ , ୫ କୋଲା ରସୁଣ , ୨ଟି ଶୁଖିଲା ଲଙ୍କା , ପିଆଜ ୧ ଟି , ଜୀରା ଅଳ୍ପ , ସୋରିଷ ତେଲ ଅଳ୍ପ , ସ୍ଵାଦ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣ ।
ପ୍ରଣାଳୀ :
ପ୍ରଥମେ ବ୍ରାହ୍ମୀ ଶାଗକୁ ପାଣିରେ
ଧୋଇ ଚୂନା ଚୂନା କରି କାଟି ରଖନ୍ତୁ । ଏହାପରେ ଆଳୁ , ବାଇଗଣ , ଟମାଟୋ ଓ
ସଜନା ଛୁଇଁ ଖଣ୍ଡ ଖଣ୍ଡ କରି ଧୋଇ ରଖନ୍ତୁ । ଏବେ ୨ ଛୋଟ ଚାମଚ ସୋରିଷ , ୫ କୋଲା
ରସୁଣ , ୨ଟି ଶୁଖିଲା ଲଙ୍କା , ପିଆଜ ୧ ଟି , ଜୀରା ଅଳ୍ପକୁ ବାଟି ଦିଅନ୍ତୁ । କରେଇରେ
ତେଲ ଗରମ କରି ପରିବା ,ଗୁଣ୍ଡ ହଳଦୀ ଓ ଲୁଣ ପକାଇ ଅଳ୍ପ ସନ୍ତୁଳି ମସଲା
ଦିଅନ୍ତୁ । ପରିବା ଅଧା ଅଧି ସିଝି ଆସିଲେ ଶାଗ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ଆବଶ୍ୟକ
ଅନୁସାରେ ପାଣି ଦିଅନ୍ତୁ । କିଛି ସମୟ ସିଝିଲା ପରେ ଦେଖନ୍ତୁ ଯେପରି ପାଣି ମରିଆସିଲେ ତରକାରୀ ଆଞ୍ଚରୁ
ବାହାର କରି ରଖନ୍ତୁ । ଏହା ଅତ୍ୟନ୍ତ ପୁଷ୍ଟିକର ତଥା ସ୍ଵାଦିଷ୍ଟ ପ୍ରସ୍ତୁତି ଅଟେ ।