ପାଉଁରୁଟି ମାଲପୁଆ – Bread Malpuaa
ପ୍ରସ୍ତୁତି
ସାମଗ୍ରୀ-
ପାଉଁରୁଟି
୫/୬ ପିସ, ମଇଦା ୧୦୦ ଗ୍ରାମ,
ଛାଣିବା ପାଇଁ ରିଫାଇନ ତେଲ, ପାଚିଲା କଦଳୀ ୨ ଟି, ଗୁଜୁରାତି ୨ଟି, ଚିନି ୧୦୦ ଗ୍ରାମ, ଗୁଲମରିଚ ଗୁଣ୍ଡ ଅଧା ଚାମଚ, ପାନ ମହୁରୀ ୧ ଚାମଚ, କିଛି କାଜୁ ଓ କିସମିସ ।
ପ୍ରଣାଳୀ
–.
ପ୍ରଥମେ
ପାଉଁରୁଟିକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଏବେ ମଇଦା, ପାଚିଲା କଦଳୀ ପକାଇ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ। ପାନ ମହୁରୀ, ଗୋଲମରିଚ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡ ଏକାଠି ମିଶାଇ ଦିଅନ୍ତୁ । ଏବେ କରେଇରେ
ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ଛାଣି ଦିଅନ୍ତୁ ।
ଏହାକୁ ଚିନି ସିରା କରି କିଛି ସମୟ ପକାଇ ରଖି ଖାଇବାକୁ ଦେଇପାରିବେ
କିମ୍ବା ବିନା ଚିନି ସିରାରେ ମଧ୍ୟ ଖାଇ ପାରିବେ । ଏହା ଉପରେ କାଜୁ ସ୍ଲାଇସ ଓ କିସମିସ ସଜାଇ ପରସନ୍ତୁ ।