ନଡିଆ ଚିତଉ ପିଠା -COCONUT
CHITAU PITHAA
ସାମଗ୍ରୀ:-
ଅରୁଆ ଚାଉଳ -୫୦୦ ଗ୍ରାମ , ନଡିଆ- ୧ଟା, ଲୁଣ –ସ୍ଵାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
-
ଅରୁଆ ଚାଉଳକୁ ୫/୬ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ ।
ନଡିଆକୁ ସରୁ ସରୁ କରି କୋରି ରଖନ୍ତୁ । ଚାଉଳକୁ ଧୋଇ ନଡିଆ କୋରା ସହ ମିଶାଇ
ଭଲଭାବରେ ବାଟି / ଗ୍ରାଇଣ୍ଡିଙ୍ଗ କରି ଏଥିରେ ସ୍ଵାଦ ଅନୁସାରେ ଲୁଣ ପକାଇ ଅଳ୍ପ ସମୟ ରଖିଦିଅନ୍ତୁ । ମାଟି ପଲମ କିମ୍ବା ଲୁହା କରେଇ ଚୁଲିରେ ବସାନ୍ତୁ । ଦେଖିବାକୁ ପଡିବ ଯେ
ଚାଉଳବଟା ଯେପରି ଅତି ପାଣିଆ ବା ପତଳା ହେବନାହିଁ ।
ଏହାପରେ ଏଥିରେ ପିଠଉ ପକାଇ ଥାଳିଆ ବା ମାଟି ଘୋଡଣି
ଘୋଡେଇ ଦିଅନ୍ତୁ । ଓଦା କପଡା ଥାଳିଆର ଚାରିପଟେ ବୁଲାଇ
ଦିଅନ୍ତୁ । ଯେପରି ପିଠା ଘୋଡଣି ଭିତରେ ବାମ୍ଫରେ
ହେବ । ପିଠା ସିଝି ଗଲାପରେ କାଢି ଦିଅନ୍ତୁ । ଚିତଉ ପିଠା ଓଲଟା ଯାଏ ନାହିଁ , ଏକାଥରେ ସିଝିବାକୁ ଦିଆଯାଏ । ଆମ ଓଡିଆ
ପରମ୍ପରାରେ ଏହି ପିଠା ଚିତାଲାଗି ଅମବାସ୍ୟାରେ ଭୋଗ କରାଯାଏ ।
ଖାଇବାକୁ ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ଯେମିତି ସ୍ଵାସ୍ଥ୍ୟକର ମଧ୍ୟ ।