ମସାଲା ରାଇସ - MASALA RICE
ସାମଗ୍ରୀ:-
ଭାତ ୨ କପ, ଜୀରା ଓ ସୋରିଷ ଅଧା କପ ଲେଖାଏ , ଭୃଶୁଙ୍ଗା ପତ୍ର ଅଳ୍ପ , କଞ୍ଚା ଲଙ୍କା ୧ ଟି , ପିଆଚ ୧ ଟି ,ଟମାଟୋ ୧ ଟି , ହେଙ୍ଗୁ ,ହଳଦୀ ,ଲଙ୍କାଗୁଣ୍ଡ ,ଗରମ ମସାଲା ,ଧଣିଆଗୁଣ୍ଡ ,ପାନମଧୁରୀ ଗୁଣ୍ଡ ଅଳ୍ପ ଅଳ୍ପ କରି , ରିଫାଇନ ତେଲ ୨ ଚାମଚ , ଲୁଣ ସ୍ଵାଦ ଅନୁସାରେ , ଧଣିଆପତ୍ର ।
ପ୍ରସ୍ତୁତି ପ୍ରଣାଳୀ:
କରେଇରେ ପ୍ରଥମେ ତେଲ ଗରମ କରି ସୋରିଷ ଓ
ଜୀରା ଫୁଟଣ କରନ୍ତୁ । ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଆସିଲେ ସେଥିରେ ଭୃଶୁଙ୍ଗାପତ୍ର, କଟା ଲଙ୍କା ପକାଇ ଭାଜନ୍ତୁ । ଆଞ୍ଚ ହଲକା
କରି ଏଥିରେ ହେଙ୍ଗୁ ଓ ସବୁ ମସାଲା ଗୁଣ୍ଡ ପକାଇ ୧ ମିନିଟ ଭାଜନ୍ତୁ । ଏଥିରେ ଆଗରୁ
ତିଆରି କରି ରଖି ଥିବା ଭାତ ମିଶାଇ ଭଲ ଭାବରେ ଗୋଳାନ୍ତୁ । ୨ ମିନିଟ
ପରେ ଆଞ୍ଚ ବନ୍ଦ କରନ୍ତୁ । ସାଲାଡ, ଆଚାର ,ରାଇତା ଆଦି
ସହିତ ଏହାକୁ ପରସନ୍ତୁ । ତିଆରି ନିଜେ ଖାଆନ୍ତୁ ଓ ଅନ୍ୟକୁ ଖୁଆନ୍ତୁ ।