ପଣସ ମଞ୍ଜି ମାଲପୁଆ – Jackfruit
seeds Malpuaa
ଆବଶ୍ୟକ ସାମଗ୍ରୀ:
ମଇଦା ୫୦୦ ଗ୍ରାମ , ପଣସ ମଞ୍ଜି ୫୦ ଟି , ଗୋଲମରିଚ ଗୁଣ୍ଡ ୨ ଚାମଚ, ଗୁଡ ୨୫୦ ଗ୍ରାମ , ପାଚିଲା କଦଳୀ ୫ଟି, ପାନମଧୁରୀ ୪ ଚାମଚ , କ୍ଷୀର ୨୫୦ ଗ୍ରାମ ଛାଣିବା ପାଇଁ ରିଫାଇନ ତେଲ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ପଣସ ମଞ୍ଜିରୁ ଚୋପା ଛଡାଇ କାଟି ଗ୍ରାଇଣ୍ଡରରେ ପକାଇ ପେଷ୍ଟ କରି
ନିଅନ୍ତୁ । ଏହି ବଟାକୁ ମଇଦା ଓ କ୍ଷୀର ସହିତ ଭଲ
ଭାବେ ଫେଣ୍ଟି ଦିଅନ୍ତୁ । ଏଥିରେ ଗୁଡ , ପାଚିଲା କଦଳୀ , ପାନମଧୁରୀ , ଗୋଲମରିଚ
ଗୁଣ୍ଡ ପକାଇ ବହଳିଆ ପିଠଉ ପ୍ରସ୍ତୁତ କରି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ
କରି ମାଲପୁଆ ଛାଣନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ
ପଣସ ମଞ୍ଜି ମାଲପୁଆ । ଏହା ଉପରେ କିଛି କାଜୁ ସ୍ଲାଇସ
ଦେଇ ପରସନ୍ତୁ ।