ମାଲପୁଆ – Mal Pua
ପ୍ରସ୍ତୁତି ସାମଗ୍ରୀ – ମଇଦା – ୨୦୦ ଗ୍ରାମ , ଚିନି - ୫୦୦
ଗ୍ରାମ , ପାଚିଲା କଦଳୀ -୩ ଟି , କ୍ଷୀର - ମଇଦାକୁ ଗୋଳେଇବା
ପାଇଁ , ଘିଅ - ଛାଣିବା
ପାଇଁ , ପାନମହୁରୀ -୧ ଚାମଚ , ଗୁଜୁରାତି – ୪ ଟା ,
ଲୁଣ - ଆବଶ୍ୟକ ଅନୁଯାଇ
|
ପ୍ରଣାଳୀ
- ପ୍ରଥମେ
କ୍ଷୀର ଓ ମଇଦାକୁ
ଭଲଭାବରେ ମିଶାଇ ଦିଅନ୍ତୁ
| ଏହି
ମିଶ୍ରଣରେ ଲୁଣ ,
ପାଚିଲା କଦଳୀ , ପାନମହୁରୀ , ଗୁଜୁରାତି ପକାଇ
ଭଲଭାବରେ ମିଶାଇ ଦିଅନ୍ତୁ
| କଡେଇରେ ଘିଅ ଗରମ
କରିଦିଅନ୍ତୁ | ଏହି ମିଶ୍ରଣକୁ
ଗୋଲ ଗୋଲ କରି
ଛାଣିଦିଅନ୍ତୁ | ଅନ୍ୟ ଏକ
ପାତ୍ରରେ ପାଣି ଓ ଚିନି ଫୁଟାଇ
ସିରା ପ୍ରସ୍ତୁତ କରନ୍ତୁ
| ଛଣାଯାଇଥିବା ମାଲପୁଆଗୁଡିକୁ ଏହି
ସିରାରେ ପକାଇ କିଛି
ସମୟ ଛାଡିଦିଅନ୍ତୁ ଓ
କିଛିସମୟ ପରେ ଚିନି
ସିରାରୁ ଛାଣି ଗୋଟିଏ
ପାତ୍ରରେ ରଖନ୍ତୁ | ଏହାକୁ
ଥଣ୍ଡାକରି ଖାଇବାକୁ ଦିଅନ୍ତୁ
|