ପାଲଙ୍ଗ ବାଇଗଣ -Palang Brinjal Curry
ପ୍ରସ୍ତୁତି
ସାମଗ୍ରୀ -
ବାଇଗଣ
- ୨ ଟି , ପାଲଙ୍ଗ - ୧
ବିଡା , କଅଁଳ କଖାରୁପତ୍ର - ୪ଟି , ଅଦା ବଟା
- ଛୋଟ ୧ ଚାମଚ, ରସୁଣ ବଟା - ଛୋଟ
୧ ଚାମଚ, ପିଆଜ
ବଟା - ଛୋଟ ୧
ଚାମଚ, କଞ୍ଚାଲଙ୍କା ୪/୫ ଟି , ଜିରା ଗୁଣ୍ଡ – ଅଧା
ଚାମଚ , ଧନିଆ ଗୁଣ୍ଡ -
ଅଧା ଚାମଚ , ଗରମ ମସଲା - ଛୋଟ ୧ ଚାମଚ, କାଜୁ- ୧୦/୧୫ ଟି , ଦହି - ୫/୬
ଚାମଚ (ଦେଖିବେ ଦହିଟି
ଯେପରି ଖଟା ନ
ଥିବ ଓ ବସା
ଦହି ଥିବ ) , ଫୁଟଣ – ଛୋଟ ୧
ଚାମଚ, ଭୃସୁଙ୍ଗା ପତ୍ର- ୪/୫ଟି ,
ଆବଶ୍ୟକ ଅନୁଯାଇ ହଳଦୀ ,
ଲଙ୍କାଗୁଣ୍ଡ - ଛୋଟ ୧
ଚାମଚ, ଆବଶ୍ୟକ
ଅନୁଯାଇ ତେଲ ।
ପ୍ରଣାଳୀ -
ପ୍ରଥମେ ପାଲଙ୍ଗ ପତ୍ର
ଓ କଅଁଳ କଖାରୁପତ୍ରକୁ
ଫୁଟନ୍ତା ଗରମ ପାଣିରେ
ପକାଇ ସାଙ୍ଗେ ସାଙ୍ଗେ ଛାଣି
ଗୋଟିଏ ପାତ୍ରରେ କାଢି
ରଖନ୍ତୁ । ପାଣି ଗଡିଗଲେ
ଏହାକୁ ବାଟି ଦିଅନ୍ତୁ
। ଏହାପରେ ଚୂଲିରେ
କଡେଇ ବସାନ୍ତୁ । କଡେଇ
ଗରମ ହୋଇଗଲେ ତେଲ
ପକାନ୍ତୁ । ତେଲ ଗରମ ହୋଇଗଲେ ବାଇଗଣ ୨
ଟିକୁ ଛାଣି ରଖନ୍ତୁ
। ତା
ପରେ ଗରମ କଡେଇରେ
ଅଦା , ରସୁଣ , ପିଆଜ
ବଟା ଦିଅନ୍ତୁ । ସେହି
ମସଲାରେ ଅଳ୍ପ ଲୁଣ
ଦେଇ କସନ୍ତୁ ଓ
ସେଥିରେ ହଳଦୀ ,
ଲଙ୍କାଗୁଣ୍ଡ ପକାନ୍ତୁ । (ଏଥିରେ
କଞ୍ଚାଲଙ୍କା କାଟି ପକାଇ
ପାରିବେ । )ଏହାପରେ ଜିରାଗୁଣ୍ଡ ଓ
ଧନିଆଗୁଣ୍ଡ ପକାନ୍ତୁ । ୧ ଚାମଚ ଗରମ ମସଲାଗୁଣ୍ଡ
ପକାନ୍ତୁ । ସେଥିରେ କାଜୁ ବଟାକୁ
ଦିଅନ୍ତୁ ଓ ସେଥିରେ ଦହି
ଦିଅନ୍ତୁ । ଏବେ ମସଲାରେ
ଛଣା ଗୋଟା ବାଇଗଣକୁ
ପକାନ୍ତୁ । ଏବେ
ପାଲଙ୍ଗପତ୍ର ଓ କଅଁଳ କଖାରୁପତ୍ରର ବଟାକୁ
ପକାନ୍ତୁ । ଏବେ ହୋଇଗଲା
ପାଲଙ୍ଗ ବାଇଗଣ । ଏବେ ଶେଷରେ ତଡକା
ଦେଇପାରିବେ । ଏବେ କଡେଇରେ
୧/୨ ଠୋପା ତେଲ ନେବେ
। ତେଲ ଗରମ
ହୋଇଗଲେ ସେଥିରେ ୧/୨ଟି
ଶୁଖିଲା ଲଙ୍କା , କିଛି
ଫୁଟଣ ଓ ୪/୫ଟି ଭୃସୁଙ୍ଗା ପତ୍ର ପକାଇ
ଦେବେ । ସେଇ
ତଡକାକୁ ନେଇ ଆଗରୁ
ପ୍ରସ୍ତୁତ ହୋଇଥିବା ପାଲଙ୍ଗ
ବାଇଗଣର ଉପରେ ପକାଇ ଦେବେ
। ଏହାକୁ ରୁଟିରେ
ଖାଇ ପାରିବେ । ଏହା ବହୁତ ସ୍ଵାଦିଷ୍ଟ ଅଟେ ।