ଫୁଲ କୋବି ରସା – Cauliflower Rasaa
ପ୍ରସ୍ତୁତି ସାମଗ୍ରୀ –
ତାଜା ଫୁଲ କୋବି ଗୋଟେ , ବଟର ୫୦ ଗ୍ରାମ , ୨ ଚାମଚ ଭଜା ଜୀରା ,୨ ଚାମଚ ଭଜା ଧନିଆ, ୨ ଟି ବିଲାତି ବାଇଗଣ , ୨ ଚାମଚ ଭଜା ଲଙ୍କା ଗୁଣ୍ଡ, ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ , ଅଦା ଛୋଟ ଖଣ୍ଡେ ।
ପ୍ରଣାଳୀ –
ପ୍ରଥମେ ଫୁଲକୋବିକୁ ଭଲ ଭାବେ ଧୋଇ ଲୁଣ ଓ ହଳଦୀ ଗୋଳେଇ ରଖନ୍ତୁ । କରେଇ ବସାଇ ବଟର ପକାଇ ବଟା ଅଦା ପକାଇ କଷି କୋବିକୁ ପକାଇ ଦିଅନ୍ତୁ । ୫/୭ ମିନିଟ ପରେ ବିଲାତି ବାଇଗଣ ପକାଇ ଭଲ ଭାବେ ଘାଣ୍ଟି ଭାଜନ୍ତୁ । ଏଥିରେ ଏବେ ଜୀରା ,ଧଣିଆ ଓ ଲଙ୍କା ଗୁଣ୍ଡ ଦେଇ ହଲକା ଆଞ୍ଚରେ ଅଳ୍ପ ସମୟ ରଖନ୍ତୁ ।
ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ଫୁଲ କୋବି ରସା । ଗରମ ଗରମ ଖାଇବାକୁ ଦିଅନ୍ତୁ ।