ଆମ୍ବ ରାବଡି – Mango Rabdi
ଆବଶ୍ୟକ
ସାମଗ୍ରୀ:
ଅଧା
ଲିଟର କ୍ଷୀର, ୪/୫ ଟି ଗୁଜରାତି ଗୁଣ୍ଡ , ୨ କପ ସଜ କ୍ରୀମ , ୨୫୦ ଗ୍ରାମ ରାବିଡି, ୧ ଚାମଚ ବେକିଂ ପାଉଡର, ୫୦ ଗ୍ରାମ ବଟର, ୧ କଟା ପାଚିଲା ଆମ୍ବ , ଅଧା କପ ଚିନି , ୧ ଟି ଜଠିକାଇ ( nutmeg) ପାଉଡର, ଆମ୍ବ ସସ, ୧୫୦ ଗ୍ରାମ ମଇଦା
ବା self raising flour, ୧ ୧/୨ ଚାମଚ Vanila Essence, ଅଧା କପ ପାଣି ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ଏକ ପାତ୍ରରେ ମଇଦା, ବେକିଂ ପାଉଡର , ବଟର, ରାବିଡି ଏକ ଚାମଚରେ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ vanilla essence
, ପାଣି ଦେଇ ଭଲଭାବେ ମିଶାଇ ରଖନ୍ତୁ । ଏହାକୁ ଏକ ପ୍ଲେଟରେ କାଢି ଓଭାନରେ ୨୦୦ ଡିଗ୍ରୀ ରେ ୧୦ ମିନିଟରେ
ରଖି ତା ପରେ ୧୭୫ ଡିଗ୍ରୀ ରେ ୧୫ ମିନିଟ ରଖି ବେକିଂ କରନ୍ତୁ । ଏବେ ଏହାକୁ
କାଢି ଥଣ୍ଡା କରନ୍ତୁ । ଏବେ ଏକ ପ୍ୟାନରେ କ୍ଷୀର
ନେଇ ଫୁଟାଇ ମାରି ଦିଅନ୍ତୁ ଯେପରି ତିନି ଭାଗରୁ ଭାଗେ ରହିବ । ଏବେ ଏଥିରେ
ଚିନି , ଗୁଜରାତି ଗୁଣ୍ଡ ଓ ଜଠିକାଇ ( nutmeg) ପାଉଡର ପକାଇ
ଗୋଳାଇ ବାହାର କରି ରଖନ୍ତୁ ।
ଏବେ କ୍ରିମରେ
ରାବଡି ଆମ୍ବ ସସ ଭଲ ଭାବେ ମିଶାଇ ଥଣ୍ଡା କରି ରଖନ୍ତୁ
। ଏବେ ସ୍ପଞ୍ଜ କେକ କୁ ଦୁଇ ପିସ କରି ସ୍ଲାଇସ କରି
ଏଥିରେ ରାବଡି ଢାଳି ଉପରେ ଆମ୍ବ ଖଣ୍ଡ ପକାଇ ଅଳ୍ପ
କ୍ରୀମ ମାରି ପୁରା ଥଣ୍ଡା କରି ପରସନ୍ତୁ । ଖାଇ କରି
କୁହନ୍ତୁ ୱାଓ , ଖୁବ ସୁନ୍ଦର ଓ ସୁଆଦିଆ ।