ତଡକା- Tadka
ପ୍ରସ୍ତୁତି ସାମଗ୍ରୀ –
ହରଡ - ୪
ଚାମଚ , ବୁଟଡାଲି – ୩ ଚାମଚ , ମୁଗଡାଲି – ୩ ଚାମଚ , ମସୁରଡାଲି- ୩ ଚାମଚ ,
ଜୀରା – ୧ ଛୋଟ ଚାମଚ , ଶୁଖିଲାଲଙ୍କା – ୩/୪ ଟି , ପିଆଜ ୧ ଟି , ଟମାଟୋ – ୧ ଟି
, ଅଦା ବଟା - ୧ ଚାମଚ , ରସୁଣ ବଟା -୧ ଚାମଚ , କଞ୍ଚାଲଙ୍କା – ୨ ଟି , ଲବଙ୍ଗ – ୩/୪ଟି , ଡାଲଚିନି – ଛୋଟ ଖଣ୍ଡେ , ଧଣିଆ ଗୁଣ୍ଡ – ୧ ଚାମଚ , ଗରମମସାଲା – ୧ ଚାମଚ , ଆବଶ୍ୟକ ଅନୁଯାଇ ଲୁଣ ଓ
ହଳଦୀ |
ପ୍ରଣାଳୀ
-
ପ୍ରଥମେ ଡାଲିକୁ
ଲୁଣ ,ହଳଦୀ ଓ ପାଣି ମିଶାଇ ପ୍ରେସରରେ ସିଝାଇବେ
|କରେଇରେ ଗରମ ତେଲରେ
ଜୀରା , ଶୁଖିଲାଲଙ୍କା , ଡାଲଚିନି ,ଲବଙ୍ଗ ପକାଇ ଫୁଟଣ
କରିବ | ଏହାପରେ କଟା
ପିଆଜକୁ ଭାଜିବ | ଏହାପରେ ରସୁଣ ଓ ଅଦା
ବଟା ,କଞ୍ଚାଲଙ୍କା ଭାଜିବ |
ଭାଜି ହୋଇଗଲେ ଟମାଟୋ ଭାଜିବ | ଭାଜିହୋଇଗଲେ ସେଥିରେ
ଗରମ ମସଲା , ଧଣିଆଗୁଣ୍ଡ ,ହଳଦିଗୁଣ୍ଡ
ଦେଇ ଟିକିଏ କଷିବା ପରେ
ସିଝା ଡାଲି ମିଶାଇ
ସେଥିରେ ଲେମ୍ବୁରସ ଓ ଆବଶ୍ୟକ
ପାଣି ଦେବ | ଏହା ବହଳିଆ
ହୋଇଗଲେ ଧଣିଆପତ୍ର ଦେଇ
ଚୁଲା ବନ୍ଦକରିଦବ |