ଆମ୍ବକଷିଆ ଅଦା ଆଚାର -GINGER PICKLE
ପ୍ରସ୍ତୁତି ସାମଗ୍ରୀ –
ଆମ୍ବକଷିଆ ଅଦା ୫୦ ଗ୍ରାମ , ତେନ୍ତୁଳି ୪/୫ ଫୋଡା, ମେଥି ୧ ଚାମଚ,ହେଙ୍ଗୁ ୧ ଚାମଚ , ଲଙ୍କା ଗୁଣ୍ଡ ୧ ଚାମଚ, ରିଫାଇନ ତେଲ ୫୦/୬୦ ଗ୍ରାମ, ଗୋଟା ସୋରିଷ ୧ ଚାମଚ , ସୋଲା ଡାଲି ୧ ଚାମଚ, ଜୀରା ୧୦ ଚାମଚ , ଲାଲ ଲଙ୍କା ୪/୫ ଟା |
ପ୍ରଣାଳୀ
-
ପ୍ରଥମେ ଅଦାକୁ ଧୋଇ ପୋଛି ସଫାକରି ଚୋପା ସଫାକରି କାଟି ଦିଅନ୍ତୁ | ଏହାପରେ ତେନ୍ତୁଳି ସହ ଅଦାକୁ ଭଲଭାବେ
ଚିକ୍କଣ କରି ବାଟି ଦିଅନ୍ତୁ ବା ଗ୍ରାଇଣ୍ଡିଙ୍ଗ କରି ରଖନ୍ତୁ | ଏହାପରେ ମେଥି ଓ ହେଙ୍ଗୁକୁ ଅଳ୍ପ ଭାଜି
ଗୁଣ୍ଡକରି ଏହାସହ ଲଙ୍କା ଗୁଣ୍ଡ ଲୁଣ ମିଶାଇ
ରଖନ୍ତୁ |
ତେଲରେ ଗୋଟା ଲଙ୍କା, ସୋରିଷ, ସୋଲାଡ଼ାଲି ଓ ଜୀରା ପୋଟାଇ ନିଅନ୍ତୁ | ଜୀରା ଫୋଟି ଗଲେ କଡ଼ାଇ ଓହ୍ଲାଇ ଥଣ୍ଡା କରି ନିଅନ୍ତୁ | ଏହାପରେ ଏଥିରେ ଅଦା ବଟା ପକାଇ ଭାଲଭାବେ
ମିଶାଇ ମିଶାଇ ନିଅନ୍ତୁ | ଏହା ୩/୪ ମାସ ରହି ପାରିବ | ଏହା ପେଟ ଓ ପାଟି ପାଇଁ ଅତି ଭଲ |