କଞ୍ଚା କଦଳୀ ବରା - RAW BANANA GREEN BADA
ସାମଗ୍ରୀ:-
୨-୩ ଟି ବଡ କଦଳୀ, ୫-୬ ଟି ଆଳୁ , ୨ଟି ବଡ ପିଆଜ , ୨-୩ ଟି କଞ୍ଚା ଲଙ୍କା , ଧନିଆ ପତ୍ର ୧ ବିଡା , ପୋଦିନା ପତ୍ର ୧ ବିଡା , ବଡ ଖଣ୍ଡେ ଅଦା , ଲୁଣ ସ୍ଵାଦ ଅନୁସାରେ , ୨-୩ ଚାମଚ ଲେମ୍ବୁ ରସ , ବରା ଭାଜିବା ପାଇଁ ତେଲ ।
![]() |
ପ୍ରସ୍ତୁତି ପ୍ରଣାଳୀ:
କଦଳୀରୁ ପତଳା କରି ଚୋପା ଛଡାଇ ଆଳୁ ସହ ସିଝାଇ
ଦିଅନ୍ତୁ । ସିଝି ଗଳାପରେ ଆଳୁରୁ ଚୋପା ଛଡାଇ
ଦିଅନ୍ତୁ । ଏବେ କଦଳୀ ଓ ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ । ଏହାପରେ
ଏଥିରେ କଟା ପିଆଜ , କଞ୍ଚା ଲଙ୍କା , କଟା ଅଦା, କଟା ପୋଦିନା ଓ ଧନିଆ ପତ୍ର , ଲେମ୍ବୁ ରସ, ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଏହି
ମିଶ୍ରଣକୁ ଛୋଟ ଛୋଟ ଗୋଳା କରି ବରା ପରି ଛାପି ରଖନ୍ତୁ । ଏହାପରେ
ତାୱା ଗରମ କରି ତେଲ ପକାଇ ତେଲ ଭଲ ଭାବେ ଗରମ
ହେଲେ ବରାକୁ ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଓଲଟାଇ ଭାଜନ୍ତୁ । ଏହା କରିବା
ପାଇଁ ଯେତିକି ସହଜ ସେତିକି ସ୍ଵାସ୍ଥକର । ଏହାକୁ ସ୍ନାକ୍ସ ଭାବେ କିମ୍ବା ଭାତ , ଡାଲି ସହ ଗରମ ଗରମ ଖାଇବାକୁ ଦିଅନ୍ତୁ ।