ପଣସ ଡାଲି – Jack Fruit Dal Curry
ଆବଶ୍ୟକ ସାମଗ୍ରୀ:
ଛୋଟ ଛୋଟ ହୋଇ କଟା ପଣସ କଠା
୨୫୦ ଗ୍ରାମ , ମୁଗ
ଡାଲି ୨୦୦ ଗ୍ରାମ , ଟମାଟୋ ୧ଟି , ପାଞ୍ଚ ଫୁଟଣ , ସୁରିଷ ତେଲ , ଅଳ୍ପ ହେଙ୍ଗୁ , ଶୁଖିଲା ଲଙ୍କା ୪ ଟି , ହଳଦୀ ଓ ଲୁଣ ଆବଶ୍ୟକ ଅନୁସାରେ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଶୁଖିଲା ଡାଳିକୁ ଅଳ୍ପ ଭାଜି ରଖନ୍ତୁ । ଏକ କରେଇରେ ପାଣି
ନେଇ ଲୁଣ ହଳଦୀ ଦେଇ ଡାଳିକୁ ପକାଇ ୫ ମିନିଟ
ସିଝାନ୍ତୁ ଓ ଏହାପରେ ଏଥିରେ କଟା ପଣସ ପକାଇ ଘୋଡାଇ ସିଝାନ୍ତୁ । ଯେପରି ଭଲ ଭାବେ ସିଝିବ । ସିଝି
ଗଲେ ଏବେ ଏହାକୁ କାଢି ରଖନ୍ତୁ । ଏବେ କରେଇରେ ତେଲଦେଇ ଗରମ ହେଲେ ଗୋଟା ଲଙ୍କା ଓ ପରେ ଫୁଟଣ ଫୁଟାନ୍ତୁ । ଏଥିରେ ଅଳ୍ପ ହେଙ୍ଗୁ ପକାନ୍ତୁ । ଏଥିରେ
କଟା ଟମାଟୋ ପକାଇ ଭାଜନ୍ତୁ , ଏବେ ସିଝା
ଡାଲି ଓ କଠାକୁ ପକାଇ ୧ ମିନିଟ ଫୁଟାଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ଆପଙ୍କର ଗରମା ଗରମ ପଣସ ଡାଲି
। ଏହାକୁ ପ୍ଲେଟରେ ବାଢି ଉପରେ କଟା ଧଣିଆ ପତ୍ର ପକାଇ
ଭାତ କିମ୍ବା ରୁଟି ସହ ଗରମ ଗରମ ପରସନ୍ତୁ ।