ପାଳଙ୍ଗ ପୁରି – Palang Puri
ପ୍ରସ୍ତୁତି
ସାମଗ୍ରୀ-
ପାଳଙ୍ଗ ୪ ଗିନା, ୨୫୦ ଗ୍ରାମ ମଇଦା, ଛଣିବା ପାଇଁ ରିଫାଇନ ତେଲ, ଆବଶ୍ୟକ ଲୁଣ, ୧ ଚାମଚ ଜୁଆଣୀ , ୧ ଚାମଚ ଚିନି ।
ପ୍ରଣାଳୀ
–
ପାଳଙ୍ଗ
ଶାଗକୁ ଧୋଇ କଢେଇରେ ଏକ କପ ପାଣି ଦେଇ ପକାନ୍ତୁ । ଏକ ଚାମଚ ଚିନି ଓ ଲୁଣ ପକାଇ ଶାଗକୁ ସିଝାନ୍ତୁ । ଶାଗ ସିଝିଗଲେ ଥଣ୍ଡାକରି ଗ୍ରାଇଣ୍ଡର ପେଷ୍ଟ କରି ରଖନ୍ତୁ । ଏବେ ମଇଦା, ଜୁଆଣୀ, ୪ ଚାମଚ ରିଫାଇନ ତେଲ ଓ ଲୁଣ ଆବଶ୍ୟକ
ଅନୁସାରେ ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଶାଗ ପେଷ୍ଟକୁ
ମିଶାଇ ଭଲଭାବେ ଗୋଳାଇ ଛୋଟ ଛୋଟ ଗୋଳା କରି ପୁରି ଆକାରରେ ବେଲି କଢେଇରେ ତେଲ ଗରମ କରି ଛାଣି ଦିଅନ୍ତୁ
। ଏହାକୁ ଗରମ ଗରମ ବୁଟ ଡାଲି ବା ଟମାଟୋ କିମ୍ବା ପୋଦିନା ଚଟଣି ସହ ଖାଇବାକୁ ଦିଅନ୍ତୁ ।