ବିଲାତି ବାଇଗଣ ଆଚାର - Tamato Pickle
ଆବଶ୍ୟକୀୟ ଉପକରଣ :
ବିଲାତି ବାଇଗଣ ( ଅତ୍ୟଧିକ ପାଚିଲା ହୋଇ ନ ଥିବ କିମ୍ବା ଅତ୍ୟଧିକ କଞ୍ଚା ହୋଇ ନ ଥିବ ) , ସୋରିଷ ତେଲ , ସୋରିଷ ଗୁଣ୍ଡ , ମେଥି ଗୁଣ୍ଡ , ହଳଦୀ ଗୁଣ୍ଡ , ଲଙ୍କାଗୁଣ୍ଡ , ହେଙ୍ଗୁ , ଲୁଣ ,
ପ୍ରଣାଳୀ ---- ପ୍ରଥମେ ଟମାଟୋ ଗୁଡିକର ମୁଣ୍ଡି ବାହାର କରି ପାଣିରେ ଭଲଭାବରେ ଧୋଇଦବ | ଧୁଆହେବା ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟିଦେବ ଓ ଆବଶ୍ୟକୀୟ ପରିମାଣର ଲୁଣ ଓ ହଳଦୀ ଦେଇ ଜୁଆଇବ | ପ୍ରାୟ ୨୪ ଘଣ୍ଟା ପରେ ପ୍ରଥମେ ତେଲ ଗରମ କରିବ |ତେଲରୁ ଫେଣ ଅଂଶ ମରିଗଲେ ସଙ୍ଗେ ସଙ୍ଗେ ଚୁଲିରୁ କାଢି ଦେବ | ତେଲ ଅଳ୍ପ ଗରମ ଥିବା ଅବସ୍ଥାରେ ଲଙ୍କାଗୁଣ୍ଡ ଓ ହେଙ୍ଗୁ ପକାଇବ | ପୁରା ଥଣ୍ଡା ହୋଇଗଲେ ଉପରୋକ୍ତ ମସଲା ଓ ପାଗ ହୋଇଥିବା ଟମାଟୋ ଖଣ୍ଡ ପକାଇ ଗୋଳାଇବ ଓ ଜାରରେ ରଖିଦେବ | ଆପଙ୍କ ବିଲାତି ବାଇଗଣ ଆଚାର ପ୍ରସ୍ତୂତ |