ବଘରା ଚକୁଳି ପିଠା- Spicy Pithaa
ପ୍ରସ୍ତୁତି ସାମଗ୍ରୀ –
ଅରୁଆ ଚାଉଳ ୨୦୦ ଗ୍ରାମ , ବିରିଡାଲି ୧୦୦ ଗ୍ରାମ , କଞ୍ଚା ଲଙ୍କା ୨ ଟି , ଧଣିଆପତ୍ର କିମ୍ବା ଭୃସୁଙ୍ଗା ପତ୍ର ୧ ବିଡା , ଅଦା ଛୋଟ ଖଣ୍ଡେ , ଲୁଣ ସ୍ଵାଦ ଅନୁସାରେ , ତେଲ ଆବଶ୍ୟକ ଅନୁସାରେ , ଫୁଟଣ ୧ ଚାମଚ ।
ପ୍ରଣାଳୀ -
ବିରି ଓ ଚାଉଳକୁ ୬ ଘଣ୍ଟା ଭିଜାଇ
ରଖନ୍ତୁ । ଏହାପରେ ତାକୁ ବାଟି ପିଠଉ କରି କିଛି ସମୟ
ରଖିଦିଅନ୍ତୁ ।
ଏହାପରେ ତାୱା ଗରମ କରି ଫୁଟଣ ଫୁଟାନ୍ତୁ
। କଞ୍ଚା ଲଙ୍କା
ଓ ଧଣିଆପତ୍ର ପକାଇ ଅଳ୍ପ ଭାଜନ୍ତୁ । ବିରି ଚାଉଳ ପିଠଉରେ ଲୁଣ ସ୍ଵାଦ ଅନୁସାରେ ପକାଇ ଗୋଳାଇ ଦିଅନ୍ତୁ । ଗରମ ତାୱାରେ
ପକାଇ ପକାଇ ଚକୁଳି କରନ୍ତୁ । ତେଲ ବୁଲାଇ ମୁସମୁସ କରି ତାୱାରୁ ବାହାର କରନ୍ତୁ । ଗରମ ଗରମ ଖାଇବାକୁ ଦିଅନ୍ତୁ ।