ରସ ବରା –Rasa Bada
ଆବଶ୍ୟକ ସାମଗ୍ରୀ :
୨୫୦ ଗ୍ରା . ମୁଗଡାଲି , ୫୦୦ ଗ୍ରା . ଚିନି , ୪ ଟି ଗୁଜୁରାତି , ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ଛାଣିବା ଲାଗି ରିଫାଇନ
ପ୍ରସ୍ତୁତ ପ୍ରଣାଳୀ :
ମୁଗଡାଲିକୁ ୫ ଘଣ୍ଟା ବତୁରାଇ ଦିଅନ୍ତୁ | ତା ପରେ ପାଣିରୁ ଛାଣି , ଲୁଣ ପକାଇ ଶୁଖିଲା ଶୁଖିଲା ବାଟିଦିଅନ୍ତୁ | କଡେଇରେ ତେଲ ଗରମ କରି ଛୋଟଛୋଟ ବରାଭଳି ଏହାକୁ ଛାଣିଦିଅନ୍ତୁ | ଅନ୍ୟ ଏକ ପାତ୍ରରେ ଚିନି ଓ ପାଣି ଗରମ କରି ସିରା ପ୍ରସ୍ତୁତ କରନ୍ତୁ | ଗୁଜୁରାତିକୁ ଗୁଣ୍ଡ କରି ସିରାରେ ମିଶାଇ ଦିଅନ୍ତୁ | ଏହି ସିରାରେ ମୁଗବରାଗୁଡିକ ୧ ଘଣ୍ଟା ବତୁରାଇ ରଖନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ରସବରା | ଏହି ରସବରାକୁ ପ୍ଳେଟରେ କାଢି ପରିବେଷଣ କରନ୍ତୁ |