ଚୁଡା ଘଷା
ପ୍ରସ୍ତୁତି
ସାମଗ୍ରୀ -
ଚୁଡା ୫୦୦
ଗ୍ରାମ ,
ଚିନି ୨୫୦
ଗ୍ରାମ , ୧
ଟି ନଡିଆ , ଛୋଟ ୨ ଚାମଚ
ଗୋଲମରିଚ
ଗୁଣ୍ଡ ,ଗୁଆ
ଘିଅ ୧୦୦ ଗ୍ରାମ ।
ପ୍ରଣାଳୀ -
ପ୍ରଥମେ ଚୁଡାକୁ ଖରାରେ
ନେଇ ଶୁଖାନ୍ତୁ । ଚୁଡା
ଗରମ ହୋଇଗଲେ ତାକୁ
ଆଣି ଭଲଭାବରେ ବାଛି
ରଖନ୍ତୁ । ଏହା
ପରେ ଚୁଡାକୁ ଗୁଣ୍ଡ
କରି ଗୋଟିଏ ବଡ
ପାତ୍ରରେ ରଖନ୍ତୁ । ସେଥିରେ ଗୋଟିଏ
ନଡିଆକୁ କୋରି ସେହି
କୋରାକୁ ଦିଅନ୍ତୁ । ଚିନି ,ଗୁଆ ଘିଅ ଓ
ଗୋଲମରିଚ ଗୁଣ୍ଡକୁ ମଧ୍ୟ
ସେଥିରେ ଦିଅନ୍ତୁ । ଏବେ
ସେହି ସବୁକୁ ଭଲଭାବରେ
୨ ହାତରେ ଘଷି
ଘଷି ମିଶାନ୍ତୁ । ଏବେ ପ୍ରସ୍ତୁତ
ହୋଇଗଲା ଚୁଡା ଘଷା
। ଏହାକୁ ବାଡିଆ
ଡାଲମା ସହିତ ଖାଇଲେ
ବହୁତ ଭଲ ଲାଗେ
। ଏବେ ଏହାକୁ
ନିଜେ ଚାଖନ୍ତୁ ଓ
ଅନ୍ୟକୁ ଖାଇବାକୁ ଦିଅନ୍ତୁ
।