* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ଆମ୍ବୁଲ ଦହି ଖଟେଇ – Dry mango-Curd Chatne. Show all posts
Showing posts with label ଆମ୍ବୁଲ ଦହି ଖଟେଇ – Dry mango-Curd Chatne. Show all posts

Dec 1, 2019

ଆମ୍ବୁଲ ଦହି ଖଟେଇ – Dry mango-Curd Chatne


ଆମ୍ବୁଲ ଦହି ଖଟେଇ – Dry mango-Curd Chatne
ପ୍ରସ୍ତୁତି ସାମଗ୍ରୀ-

୬/୭ ଖଣ୍ଡ ଆମ୍ବୁଲ (Dry Mango), ୧ ଚାମଚ ସୁରିଷ ତେଲ, ୨ ଶୁଖିଲା ଲଙ୍କା, ୧ ଚାମଚ ପାଞ୍ଚ ଫୁଟଣ, ୮-୧୦ ଟି ଭୃଶୁଙ୍ଗା ପତ୍ର, ୧ ଚାମଚ ଦେଶୀ ଘିଅ, ୨ ଚାମଚ ଗୋଟା ସୁରିଷ ବଟା, ୧/୨ ଚାମଚ ଅଦା ବଟା , ୧/୨ ଚାମଚ ଆମ୍ବ କଷି ଅଦା, ୨ ଚାମଚ ନଡିଆ କୋରା, ୧/୨ ଚାମଚ ଜୀରା ଓ ଲଙ୍କା ଭଜା, ୫୦ ଗ୍ରାମ ଗୁଡ, ୧/୨ ଚାମଚ କଳା ଲୁଣ  ଓ ଆବଶ୍ୟକ ଅନୁସାରେ ଲୁଣ

ପ୍ରଣାଳୀ


ପ୍ରଥମେ ଆମ୍ବୁଲକୁ ୧ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ଏବେ କରେଇ ଗରମ କରି ଘିଅ ଦିଅନ୍ତୁ ଓ ଏଥିରେ ଭୃଶୁଙ୍ଗା ପତ୍ର, ପାଞ୍ଚ ଫୁଟଣ ଓ ଶୁଖିଲା ଲଙ୍କା ଫୁଟାନ୍ତୁ ।   ଗରମ ହେଇ ଫୁଲି ଆସିଲେ ଏଥିରେ ବଟା ଅଦା ପକାନ୍ତୁ ।ଏବେ ଏଥିରେ ବତୁରା ଆମ୍ବୁଲ ପକାଇ  ୨-୩ ମିନିଟ ଅଳ୍ପ ଆଞ୍ଚରେ ବସାଇ ଏଥିରେ ସୁରିଷ ବଟା ପକାଇ ୨ ମିନିଟ ଫୁଟାଇ ଏଥିରେ ଗୁଡ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।   ଧୀର ଆଞ୍ଚରେ ୫ ମିନିଟ ବସାଇ  ପରେ ଏଥିରେ ନଡିଆ କୋରା , ଲଙ୍କା ଓ ଜୀରା ଗୁଣ୍ଡ , କଳା ଲୁଣ , ଦହି ଅଳ୍ପ ପକାଇ ଭଲ ଭାବେ ଗୋଳାଇ ଆଞ୍ଚରୁ ବାହାର କରି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ  ଅତି ସୁଆଦିଆ ଓ ହିତକର ଆମ୍ବୁଲ ଦହି ।