ଥାଲକୁଡି ଚଟଣି – Thalkudi Chatni
ସାମଗ୍ରୀ :
୨୦୦ ଗ୍ରାମ ଥାଲକୁଡି ପତ୍ର ,
୧/୨ ଚାମଚ ସୋରିଷ , ୨ ଟି କଞ୍ଛା ଲଙ୍କା ,
୧/୨ ଜୀରା , ୪ ପାଖୁଡା ରସୁଣ , ଅଳ୍ପ ସୁରିଷ
ତେଲ , ସ୍ଵାଦ ଅନୁଯାଇ ଲୁଣ ।
ପ୍ରଣାଳୀ :
ପ୍ରଥମେ ଥାଲକୁଡି ପତ୍ରକୁ ନେଇ ଭଲଭାବେ ଧୋଇ ପରିଷ୍କାର କରି ଡେମ୍ଫ
ଛିଣ୍ଡେଇ ରଖନ୍ତୁ । ଏହାପରେ ସୋରିଷ , କଞ୍ଛା
ଲଙ୍କା , ଜୀରା ସହ ଏହି ପତ୍ରକୁ ମିଶାଇ ବାଟି ବା ଗ୍ରାଇଣ୍ଡିଙ୍ଗ କରି
ଚଟଣି କରନ୍ତୁ । ଲୁଣ ଓ ଅଳ୍ପ ସୁରିଷ ତେଲ ଗୋଳେଇ ଦିଅନ୍ତୁ ।
ଏବେ ଆପଣଙ୍କ ସ୍ଵାଦିଷ୍ଟ ଥାଲକୁଡି
ଚଟଣି ପ୍ରସ୍ତୁତ । ଥାଲକୁଡି ଚଟଣି ଅଳ୍ପ ଅଳ୍ପ କରି ଖାଇବାକୁ ଦିଅନ୍ତୁ । ଥାଲକୁଡି ଚଟଣି ସ୍ଵାସ୍ଥ୍ୟକର
ଓ ବୁଦ୍ଧି ବଢାଇବାରେ ସାହାଯ୍ୟ କରେ ।