ସିଝା ନିରାମିଷ ମୋମୋ – Veg steamed Momos
ଆବଶ୍ୟକ
ସାମଗ୍ରୀ:
୨ କପ
ମଇଦା , ୧ ଚାମଚ ତେଲ, ଭଲଭାବେ
ଛୋଟ ଛୋଟ କଟାଯାଇଥିବା ପାରିବା (ବନ୍ଧା କୋବି ,
ଗାଜର , ବିନସ , କ୍ୟାପସିକମ ) , ପାଣି ଓ ଲୁଣ ଆବଶ୍ୟକ ଅନୁସାରେ , ଛୋଟ ଛୋଟ
କଟା ପିଆଜ ସସ ଓ ରସୁଣ ୨ ଟି ଲେଖାଏଁ , ସୋୟା ସସ ୩ ଚାମଚ , ଗୋଲ ମରୀଚ ଗୁଣ୍ଡ, ଟମାଟୋ ଓ ଚିଲି ସସ ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ମଇଦାକୁ ପାଣି ଦେଇ ଭଲଭାବେ ଚକଟି ୩୦ ମିନିଟ ରଖି ଦିଅନ୍ତୁ । ଏବେ ଏକ ପ୍ୟାନରେ ଅଳ୍ପ ତେଲ
ଗରମ କରି କଟା ରସୁଣ ପକାଇ ୨-୩ ସେକେଣ୍ଡ ଭାଜନ୍ତୁ ଓ ପିଆଜ ପକାନ୍ତୁ । କିଛି ସମୟ
ପରେ ସବୁ କଟା ପାରିବା ପକାଇ ମଧ୍ୟମ ଆଞ୍ଚରେ ଭାଜନ୍ତୁ । ୨-୩ ମିନିଟ ଭାଜି ଏଥିରେ ଲୁଣ,
ସୋୟା ସସ ଓ ଗୋଲ ମରିଚ ଗୁଣ୍ଡ ପକାନ୍ତୁ । ୨-୩ ମିନିଟ ଗୋଳାଇବା ପରେ ପିଆଜ ସସ ପକାଇ ଗୋଳାଇ ଦିଅନ୍ତୁ
। ଏବେ ପ୍ରସ୍ତୁତ ମୋମୋ ମସଲା ।
ଏହାପରେ
ମଇଦାକୁ ଛୋଟ ଛୋଟ ଗୋଲା କରି ହାତରେ ଅଳ୍ପ ଓସାରିଆ କରି ଏହାମଝିରେ ମୋମୋ ମସଲା ଦେଇ ମୁହଁ ବନ୍ଦ କରି
ରଖନ୍ତୁ । ଏବେ ଏକ ଷ୍ଟିମର ବା ପ୍ରେସର କୁକରରେ ପାଣି ଫୁଟାଇ ଏଥିରେ ଷ୍ଟିମର ପ୍ୟାନ ବା ଇଡ୍ଲୀ ଛାଞ୍ଚରେ
ମୋମୋ ରଖି ଘୋଡାଇ ଦିଅନ୍ତୁ । ୫-୬ ମିନିଟ ପରେ ମୋମୋ ବାହାର କରି ଟମାଟୋ ଓ ଚିଲି ସସ ଦେଇ ପରସନ୍ତୁ । ଓ ! କି ସୁଆଦିଆ ଖାନା ।