* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Veg Recipes. Show all posts
Showing posts with label Veg Recipes. Show all posts

Apr 20, 2018

ବେସନ ଚକୁଳି- Besan chakuli (Gram flour Chakuli Pitha)



ବେସନ ଚକୁଳି- Besan chakuli (Gram flour Chakuli Pitha)

ଆବଶ୍ୟକ ସାମଗ୍ରୀ:

ବେସନ ୫୦୦ ଗ୍ରାମ , ସୁଜି ୧୦୦ ଗ୍ରାମ, ପିଆଜ ୨ ଟି (ବଡ), ମଇଦା ୧୦୦ ଗ୍ରାମ, ଲୁଣ ଓ ତେଲ ଆବଶ୍ୟକ  ଅନୁସାରେ, କଞ୍ଚା ଲଙ୍କା ୫ଟି , ବେକିଂ ପାଉଡର  ଅଳ୍ପ କିଛି  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ  ଆବଶ୍ୟକ ସାମଗ୍ରୀ ଅନୁଯାଇ ବେସନ , ସୁଜି ଓ ମଇଦା କୁ ମିଶାଇ ଲୁଣ ଓ ବେକିଂ ପାଉଡରରେ ଗୋଳାଇ ରଖନ୍ତୁ ।  ଏଥିରେ ଧୀରେ ଧୀରେ  ପାଣି ଦେଇ ଭଲ ଭାବରେ ଗୋଳାନ୍ତୁ ।  ଯେପରି ଚକୁଳି ପିଠାର ମଣ୍ଡ ପରି ହେବ । 
ଏବେ ତାୱାରେ ତେଲ ଘଷି ପତଳା ପତଳା କରି ଚକୁଳି ପିଠା ପରି ତିଆରି କର । ଏବେ ପିଠା ଉପରେ କଟା ପିଆଜ ଓ ଲଙ୍କା ପକାଇ ଚାରି କଡେ ତେଲ ବୁଲାଇ ମଝିରୁ ଭାଙ୍ଗି ଓଲଟାଇ ଦିଅନ୍ତୁ ।  ଏବେ ପ୍ରସ୍ତୁତ ଆପଣଙ୍କ ଗରମ ଗରମ ମୁସମାସ  ସ୍ଵାଦିଷ୍ଟ ବେସନ ଚକୁଳି ।

Apr 10, 2018

ଛେନା ବରା- Chhena Bara (Paneer Dumplings)


ଛେନା ବରା- Chhena Bara (Paneer Dumplings)


ଆବଶ୍ୟକ ସାମଗ୍ରୀ:

ଛେନା – ୫୦୦ ଗ୍ରାମ, ଗୁଜୁରାତି -୧୦ ଗ୍ରାମ , ଘିଅ – ୫୦ ଗ୍ରାମ , ଅଟା-୧୦୦ ଗ୍ରାମ , ରିଫାଇନ ତେଲ -୧ ଲିଟର , କ୍ଷୀର – ୧/୨ ଲିଟର ,  ଚିନି – ୪୦୦ ଗ୍ରାମ

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଛେନାରୁ ଭଲ ଭାବେ ପାଣି ବାହାର କରି ନିଅନ୍ତୁ । ଏବେ ଏଥିରେ ଅଟା , ଗୁଜୁରାତି ଗୁଣ୍ଡ ଓ ଘିଅ ମିଶାଇ ଭଲ ଭାବେ ମିଶାଇ ଚକଟି ନିଅନ୍ତୁ । ଏହାପରେ ଏଥିରେ ଥଣ୍ଡା କ୍ଷୀର ଆସ୍ତେ ଆସ୍ତେ ମିଶାଇ ଗୋଳାନ୍ତୁ ଯେପରି ବରାର ମଣ୍ଡ ପରି ହେବ  । ଏବେ ଅନ୍ୟ ଏକ କରେଇରେ ପାଣିରେ ଚିନି ପକାଇ ରସ ପ୍ରସ୍ତୁତ କରି ରଖନ୍ତୁ । 
ଏବେ କରେଇରେ ତେଲ ଗରମ କରି ଛେନା ମିଶ୍ରଣରୁ ବରା ଭଳି କରି ଛାଣନ୍ତୁ ।  ଦେଖିବେ ଯେପରି ବରାର ଦୁଇ ପାଖ ବାଦାମି ରଙ୍ଗ ହେବ । ତେଲରୁ କାଢି ଚିନି ରସରେ ପକାନ୍ତୁ । କିଛି ସମୟ ପରେ ଏହା ଖାଇବା ପାଇଁ ପ୍ରସ୍ତୁତ ।  ଏବେ ଏ ଛେନା ବରା ଆପଣଙ୍କର ଖାଇବା ପାଇଁ ଖୁବ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟ କର ମଧ୍ୟ ।

Apr 1, 2018

ପିଆଜ ସମ୍ବର – Onion Sambar Masaala


ପିଆଜ ସମ୍ବର – Onion Sambar Masaala

ଆବଶ୍ୟକ ସାମଗ୍ରୀ:

ହରଡ ଡାଲି ୨  କପ , ଅଦା ୨ ଖଣ୍ଡ , ନଡିଆ କୋରା -୨ କପ,  ତେନ୍ତୁଳି ରସ ୨ ଚାମଚ , ସୋରିଷ ୨  ଚାମଚ , ସମ୍ବର ପାଉଡର ୨ ଚାମଚ, ଫୁଟଣ -୧ ଚାମଚ, ଦେଶୀ ପିଆଜ ୨ କପ , ଭୂରାସଙ୍ଗ ପତ୍ର ୨ ସିରା, କଞ୍ଚା ଲଙ୍କା ୫/୬ ଟି , ମେଥି ୨ ଚାମଚ, ନଡିଆକୋରା ଅଧକପ , ରିଫାଇନ ତେଲ ୨ ଚାମଚ , ଲୁଣ ଏବଂ ହଳଦୀ ଆବଶ୍ୟକ ଅନୁସାରେ ।

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ  ହରଡ ଡାଲିରେ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ ।  ଅଧା ସିଝିଲା ବେଳକୁ ଛୋଟ ଛୋଟ କଟା ପିଆଜ ଖଣ୍ଡ ଓ ଅଦା ଖଣ୍ଡକୁ  ପକାନ୍ତୁ । ଏହା ସିଝି ଗଲା ପରେ ତେନ୍ତୁଳି ରସ , ନଡିଆ କୋରା , ସମ୍ବର ପାଉଡର ପକାଇ ଫୁଟାଇ ଦିଅନ୍ତୁ । 
ଏବେ ଅନ୍ୟ ଏକ କରେଇରେ ତେଲ ଗରମ କରି ଫୁଟଣ , ସୁରିଷ , କଞ୍ଚା ଲଙ୍କା , ଭୂରାସଙ୍ଗ ପତ୍ର ଦେଇ ବଘାରି ନିଅନ୍ତୁ ।  ଏବେ ପ୍ରସ୍ତୁତ ଆପଣଙ୍କ ଟେସ୍ଟି ସମ୍ବର ମସଲା ।

Mar 10, 2018

ଦହି କାବୁଲି ବୁଟ – Curd Kabuli Chanaa


ଦହି କାବୁଲି ବୁଟ – Curd Kabuli Chanaa

ଆବଶ୍ୟକ ସାମଗ୍ରୀ:

ଦହି ୪  ଚାମଚ , କାବୁଲି ବୁଟ ୪ କପ , କଟା ଅଦା ଖଣ୍ଡେ , କଟା ପିଆଜ ୩ ଟି , ଲଙ୍କା ଗୁଣ୍ଡ , ଭଜା ଜୀରା ଗୁଣ୍ଡ ୨ ଚାମଚ, ଧଣିଆ  ପତ୍ର  


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ କାବୁଲି ବୁଟକୁ ପାଣିରେ ଭିଜେଇ ଓ ପରେ ସିଝେଇ ରଖନ୍ତୁ । ଏବେ  କରେଇରେ ତେଲ ଗରମ କରି ପିଆଜ ଓ ଅଦାକୁ ଭାଜି ଦିଅନ୍ତୁ ।  ଏବେ ଏଥିରେ ଦହି ମିଶାନ୍ତୁ । ଏହାପରେ  ଏଥିରେ ସିଝା କାବୁଲି ଓ ମସଲା ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଆବଶ୍ୟକ ଅନୁସାରେ  ପାଣି  ଦିଅନ୍ତୁ । 
ପାଣି ମରି ଆସିଲେ ଧଣିଆ ପତ୍ର କଟା ପକାଇ ଆଞ୍ଚ ବନ୍ଦ କରନ୍ତୁ ଓ ପରସିଲା ବେଳେ କଟା ପିଆଜ କିଛି ଉପରେ ପକାନ୍ତୁ  । ଏବେ ପ୍ରସ୍ତୁତ ଆପଣଙ୍କର ଚଟପଟା କାବୁଲି ଦହି ସୁସ୍ଵାଦୁ ବ୍ୟଞ୍ଜନ ।

Feb 1, 2018

ଖଇ ବଡି – Puffed-brown-rice Chunks

ଖଇ ବଡି – Puffed-brown-rice Chunks

ଆବଶ୍ୟକ ସାମଗ୍ରୀ:


୨୫୦ ଗ୍ରାମ ପାଣି କଖାରୁର ପାଣି, ୫୦୦ ଗ୍ରାମ ଖଇ, ଅଳ୍ପ ଲଙ୍କା ଗୁଣ୍ଡ, ଅଳ୍ପ ଭଜା ଚିନାବାଦାମ ବା ପିସ୍ତା ବାଦାମ, ଅଳ୍ପ ଲୁଣ , ୨/୩ ଚାମଚ ରାଶି, କିଛି ଭୃସଙ୍ଗ ପତ୍ର  । 
 

ପ୍ରସ୍ତୁତି  ପ୍ରଣାଳୀ  :


 ସବୁ ଆବଶ୍ୟକ  ସାମଗ୍ରୀକୁ ଗୋଳାଇ ଗୋଟିଏ ଦିନ ଛାଡି ଦିଅନ୍ତୁ ।  ଏବେ ବଡି ପକା ଚାଲୁଣୀ ବା ଟିଣ ଉପରେ ତେଲ ସର ସର କରି ଖଇ ବଡି ପରି ବରା ଆକାରରେ ଗଢି ଦୁଇ ଦିନ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ ।  

ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଖଇ ବଡି ।  ଏହା ଛାଣି ଖାଇବାକୁ ବେଶ  ସ୍ଵାଦ କର । 

Jan 10, 2018

ଭେଣ୍ଡି ଆଚାର – Ladyfinger pickle

ଭେଣ୍ଡି ଆଚାର – Ladyfinger pickle
ଆବଶ୍ୟକ ସାମଗ୍ରୀ:

ତଟକା ଭେଣ୍ଡି- ୧ କି. ଗ୍ରା. , ଭିନେଗାର – ୧ କପ, କଞ୍ଚା ଲଙ୍କା -୧୦/୧୫ ଟି, ରସୁଣ – ୧ଟି , ଅଦା – ୧୦ ଗ୍ରାମ , ଲୁଣ ସ୍ଵାଦ ଅନୁଯାଇ , ଭଜା  ମେଥି – ୨ ଚାମଚ , ରିଫାଇନ ତେଲ – ୧୦୦ ଗ୍ରାମ , ସୋରିଷ ତେଲ – ୧ ଚାମଚ , ଚିନି – ୧୦ ଗ୍ରାମ , ହଳଦୀ ପାଉଡର – ୧ ଚାମଚ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଭେଣ୍ଡିକୁ ଧୋଇ ପୋଛି ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ ।  ଅଦା , କଞ୍ଚା ଲଙ୍କା , ରସୁଣକୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଭେଣ୍ଡି ପକାଇ ହଳଦୀ ଦେଇ ଲାଲ ହେଲେ କାଢି ରଖନ୍ତୁ । ଏବେ ସୋରିଷ ଫୁଟାଇ ସେଥିରେ କଟା ଲଙ୍କା , ଅଦା , ରସୁଣକୁ ପକାଇ ଲାଲ କରି ଭାଜନ୍ତୁ  । ଏଥିରେ ଭିନେଗାର , ହଳଦୀ , ଚିନି , ଲଙ୍କାଗୁଣ୍ଡ , ମେଥି ଗୁଣ୍ଡ , ଅଳ୍ପ ଲୁଣ ଓ ଭେଣ୍ଡି କୁ ଭଲ ଭାବେ ମିଶାନ୍ତୁ । ଏହାକୁ ୨ ମିନିଟ  ନିଆଁ ରେ ଫୁଟାଇ ବମରେ ରଖିବେ । ଏବେ ପ୍ରସ୍ତୁତ ଆପଣଙ୍କ ଭେଣ୍ଡି ଆଚାର । ଏହାକୁ ୩/୪ ମାସ ରଖି ପାରିବେ । 

Dec 20, 2017

ଛତୁ ପରଟା – Mushroom Paratha

ଛତୁ ପରଟା  – Mushroom Paratha
ଆବଶ୍ୟକ ସାମଗ୍ରୀ:

୧ କପ ଚୂନା ଚୂନା କଟା ଛତୁ , ୧ କପ ମଇଦା , ୧ କପ ଅଟା , ୨ ଟି ସିଝା ଆଳୁ , ଅଧା କପ କଟା ପିଆଜ, ଅଧା ଚାମଚ କଟା ଲଙ୍କା , ୨ ଚାମଚ ଅଦା ରସୁଣ ବଟା, ୧ ଚାମଚ ଗରମ ମସଲା ଗୁଣ୍ଡ , କଟା ଧନିଆ ପତ୍ର ଅଳ୍ପ , ଅଳ୍ପ ରିଫାଇନ ତେଲ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ମଇଦା ଓ ଅଟାକୁ ଏକାଠି ଅଳ୍ପ ଲୁଣ ଓ ପାଣି ଦେଇ ଭଲ ଭାବେ ଚକଟି ୧ ଘଣ୍ଟା  ରଖି ଦିଅନ୍ତୁ । ଏବେ  ସିଝା ଆଳୁ , ମସଲା ଓ ଛତୁ କଟା ପକାଇ ଛୋଟ ଛୋଟ ଗୁଳା କରି ରଖନ୍ତୁ । ଏବେ ଛୋଟ ଗୋଳାକୁ  ଅଟା ଗୁଳା ମଝିରେ ରଖି ପରଟା ଭଳି ବେଲନ୍ତୁ । ଏହି ପରଟାକୁ ତେଲ ପକାଇ ସେକି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଛତୁ ପରଟା । 
ଏହାକୁ ବିନା ପିଆଜ ରସୁଣରେ ମଧ୍ୟ କରି ପାରିବେ । ଏହାକୁ ଟମାଟୋ ସସ କିମ୍ବା ଚଟଣି ସହ ଗରମ ଗରମ ଖାଇଲେ  ଭଲ ଲାଗେ । 

Nov 20, 2017

ପରିବା ଚମ ଚମ – Veg Chum Chum

ପରିବା ଚମ ଚମ – Veg Chum Chum
ଆବଶ୍ୟକ ସାମଗ୍ରୀ :

ବେସନ , କ୍ୟାପସିକମ , ଆଳୁ , ବାଇଗଣ , କଖାରୁ , ବିନସ , ପିଆଜ , ରସୁଣ , ଜୀରା ପାଉଡର , କଞ୍ଚା ଲଙ୍କା , ହଳଦୀ ଗୁଣ୍ଡ , ଟମାଟୋ ସସ , ଗୁଲମରିଚ ଗୁଣ୍ଡ  ଛଣା ତେଲ ଓ ଲୁଣ  ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ସମସ୍ତ ପରିବା ଓ କ୍ୟାପସିକମକୁ ଧୋଇ  ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ ଏଥିରେ ଛୋଟ ଛୋଟ କଟା ପିଆଜ, ରସୁଣ, ଜୀରା ପାଉଡର ଅଳ୍ପ , କଟା କଞ୍ଚା ଲଙ୍କା ,ଲୁଣ ଓ ପାଣି   ଅଳ୍ପ  ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ  । ଏବେ କରେଇରେ ଛଣା ତେଲ ଦେଇ ପକୋଡା ଭଳି  ବଡ ବଡ କରି ଛାଣି ଦିଅନ୍ତୁ ।  ଏବେ ଅନ୍ୟ ଏକ କରେଇରେ ଅଳ୍ପ ତେଲ ନେଇ କଟା ପିଆଜ ପକାଇ ଭାଜି ନିଅନ୍ତୁ , ଏଥିରେ ଜୀରା ଗୁଣ୍ଡ , ଗୋଲମରୀଚ ଗୁଣ୍ଡ ଓ  ଅଳ୍ପ ହଳଦୀ ଗୁଣ୍ଡ , ଲୁଣ, ଟମାଟୋ  ସସ  ପକାଇ ଭଲ ଭାବେ କଷି ଦିଅନ୍ତୁ ।  

କିଛି ସମୟ କଷିବା ପରେ ଏଥିରେ ଅଧ କପ ପାଣି ଦେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । କିଛି ସମୟ ପରେ ଏଥିରେ ଛଣା ପକୋଡା ପକାଇ ୫/୭ ମିନିଟ ଅଳ୍ପ ଆଞ୍ଚରେ ଫୁଟାଇ ରଖି ଦିଅନ୍ତୁ । ଅଳ୍ପ ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦ vegi chum chum । 

Oct 1, 2017

ମୁଢି ଚଟପଟା – Mudhi Chatpataa

ମୁଢି ଚଟପଟା  – Mudhi Chatpataa
ଆବଶ୍ୟକ ସାମଗ୍ରୀ :

ସଜ ଭଜା ମୁଢି ୧୦ କପ , ନଡିଆ ଫାଳେ , ସୁରିଷ ତେଲ ଅଳ୍ପ , କଳା ଲୁଣ, ଜୀରା ଗୁଣ୍ଡ , ଲଙ୍କା ଗୁଣ୍ଡ ଅଳ୍ପ, ସିଝା ଆଳୁ ୧ଟି, ଭଜା ହୋଇ ଚୋପା ଛଡା  ଚିନା ବାଦାମ ଓ ଚଣା ୧/୨  କପ , କାକୁଡି ୧ ଟି , ଟମାଟୋ ୧ ଟି , ଭଲ ସେଓ ମିକ୍ସଚର  ଅଳ୍ପ, କଞ୍ଚା ଲଙ୍କା ୨ ଟି , ଲେମ୍ବୁ ୧/୨  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଏକ ବଡ ଗହିରିଆ ପାତ୍ରରେ ୧୦ କପ ମୁଢି ନିଅନ୍ତୁ । ଏଥିରେ ବାଦାମ , ଚଣା, ସେଓ ମିକ୍ସଚର  ଓ ସୁରିଷ ତେଲ ଅଳ୍ପ ଦେଇ ଘାଣ୍ଟି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ସିଝା ଆଳୁକୁ ଚୋପା ଛଡାଇ  ଛୋଟ ଛୋଟ ଖଣ୍ଡ ପରି କାଟି ରଖନ୍ତୁ । କାକୁଡି, ଓ ଟମାଟୋକୁ ଧୋଇ ପୋଛି  ଛୋଟ ଛୋଟ କରି କାଟି ପକାନ୍ତୁ । ନଡିଆକୁ ଛୋଟ ଛୋଟ ଖଣ୍ଡ କରି କାଟି ଏଥିରେ ପକାନ୍ତୁ । ଏବେ ଏସବୁକୁ  ମୁଢିରେ ପକାଇ ଭଲଭାବେ ଘାଣ୍ଟି ଦିଅନ୍ତୁ । ଏଥିରେ ସ୍ଵାଦ ଅନୁସାରେ କଲାଲୁଣ , ଜୀରା ଗୁଣ୍ଡ , ଅଳ୍ପ ଲଙ୍କା ଗୁଣ୍ଡ ଓ ଅତି ଛୋଟ ଛୋଟ କଟା କଞ୍ଚା ଲଙ୍କା, ଲେମ୍ବୁ ଅଳ୍ପ  ପକାଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦର ଓ ଦେହପାଇଁ  ଭଲ ସ୍ଵାଦିଷ୍ଟ ମୁଢି ଚଟପଟା । ଏହାକୁ ୨/୩ ଜଣ ଖାଇ ପାରିବେ ।  ଏବେ ଚଟପଟ କରି ମଜା ନିଅନ୍ତୁ ।  

Sep 20, 2017

ଛେନା ଡାଲମା– Paneer Dalma

ଛେନା ଡାଲମା– Paneer Dalma
ପ୍ରସ୍ତୁତି  ସାମଗ୍ରୀ :

ବୁଟ ଡାଲି – ୨୦୦ ଗ୍ରାମ  , ଜୀରା -୨ ଚାମଚ , ଚିନି ୧ ଚାମଚ , ଛେନା – ୨୦୦ ଗ୍ରାମ , ଅଦା, କଞ୍ଚା ଲଙ୍କା , ପିଆଜ , ତେଲ ୨ ଚାମଚ, ଡାଲଚିନି , ଲବଙ୍ଗ , ଗୁଜୁରାତି ଗୁଣ୍ଡ , ସ୍ଵାଦ ଅନୁସାରେ ଲୁଣ  ଓ ହଳଦୀ ଗୁଣ୍ଡ ।


ପ୍ରଣାଳୀ  :


ପ୍ରଥମେ ଛେନାକୁ ଭଲଭାବେ ଚକଟି ପ୍ରେସରକୁକରେ ସିଝେଇ ନିଅନ୍ତୁ ।  ଏହାପରେ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ ବୁଟ ଡାଲିରେ ଲୁଣ , ହଳଦୀ , ଚିନି ଦେଇ ସିଝାଇ ଓ ପରେ ତେଲରେ ପିଆଜ , ଲଙ୍କା , ଜୀରା ଫୁଟେଇ ଡାଲିକୁ ବଘାରି ଦିଅନ୍ତୁ । 

ଏବେ ଏଥିରେ ଗରମ ମସଲା ଗୁଣ୍ଡ ପକାଇ ଅଳ୍ପ ସମୟ ପରେ ଛେନା ପକାନ୍ତୁ ।  ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ଛେନା ଡାଲମା ।  ଏହାକୁ ଗରମ ଗରମ ଖାଇବାକୁ ଦିଅନ୍ତୁ । 

Sep 10, 2017

ଦହି ପାମ୍ପଡ – Curd Pampad


ଦହି ପାମ୍ପଡ – Curd Pampad
ପ୍ରସ୍ତୁତି  ସାମଗ୍ରୀ :

ଖଟା ଦହି ୨୦୦ ମି. ଲି . , ପାମ୍ପଡ ୨ଟି, ଭୃଶୁଙ୍ଗା ପତ୍ର , କଞ୍ଛା ଲଙ୍କା ୩ ଟି , ପାଞ୍ଚ ଫୁଟଣ , ହେଙ୍ଗୁ , ସୁରିଶ ତେଲ , ଜୀରା ଗୁଣ୍ଡ ।

ପ୍ରଣାଳୀ  :


ପ୍ରଥମେ ପାମ୍ପଡକୁ ଛାଣି କିମ୍ବା ଭାଜି ରଖନ୍ତୁ ।  ଏବେ ଏକ ପାତ୍ରରେ ଦହି ନେଇ ସେଥିରେ ଜୀରା ଗୁଣ୍ଡ , ଲୁଣ ସ୍ଵାଦ ଅନୁସାରେ ପକାଇ ଭଲ ଭାବରେ ପକାଇ ଫେଣ୍ଟି ରଖନ୍ତୁ । କରେଇ ଆଞ୍ଚରେ ଗରମ କରି ୧ ଚାମଚ ତେଲ ପକାଇ ତେଲ ଗରମ ହେଲେ ପାଞ୍ଚ ଫୁଟଣ , ଭୃଶୁଙ୍ଗା ପତ୍ର , କଞ୍ଛା ଲଙ୍କା, ହେଙ୍ଗୁ ପକାଇ ଛୁଙ୍କ କରନ୍ତୁ ଓ ଆଞ୍ଚ ବନ୍ଦ କରିଦିଅନ୍ତୁ । 

ଏହାପରେ  ସେଥିରେ  ଦହିକୁ  ଢାଳି  ଦିଅନ୍ତୁ ଓ ଭଜା ପାମ୍ପଡକୁ   ୫/୬ ଖଣ୍ଡ କରି ପକାଇ ଏପଟ ସେପଟ କରିଦିଅନ୍ତୁ ସେପରି ପାମ୍ପଡ ଭଲ ଭାବରେ ଭିଜି ଯାଏ  ।  ଏହାପରେ   ଦୁଇଟି  ପ୍ଳେଟରେ  ପରସନ୍ତୁ । ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ଓ ରୁଚିକର ।  

Sep 1, 2017

ଘୋଳ ଦହିପାଣି – Curd Water Drinks

ଘୋଳ ଦହିପାଣି – Curd Water Drinks
ପ୍ରସ୍ତୁତି  ସାମଗ୍ରୀ :

୧/୨ କପ ବସା ଦହି , ୨ଟି କଞ୍ଚା ଲଙ୍କା , ଛୋଟ ଖଣ୍ଡେ ଆମ୍ବ କଷି ଅଦା ଓ ଖଣ୍ଡେ ସାଧା ଅଦା , ୧ ଚାମଚ ଜୀରା ଗୁଣ୍ଡ, ପାଣି ୨ ଗ୍ଳାସ, ଧନିଆ ପତ୍ର ଓ ସ୍ଵାଦ ଅନୁସାରେ କଳା ଲୁଣ  ।


ପ୍ରଣାଳୀ  :


ପ୍ରଥମେ ବସାଦହି ଏକ ପାତ୍ରରେ ନେଇ ଏଥିରେ ୧ ଚାମଚ କଳା ଲୁଣ ଓ ଜୀରା ପକାଇ ଭଲଭାବରେ ମିକ୍ସ କରନ୍ତୁ । ଏଥିରେ ୨ ଗ୍ଳାସ ପାଣି , ଛେଚା ଅଦା, ଛୋଟ ଛୋଟ କଟା ହୋଇଥିବା ଧଣିଆପତ୍ର  ଓ ଅଧା ଛେଚା ଲଙ୍କା ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ଏବେ ୨ଟି ଗ୍ଲାସରେ ଏହାକୁ ପରଶନ୍ତୁ ।  ପ୍ରସ୍ତୁତ କରିବାକୁ ଖୁବ କମ ସମୟ ଲାଗେ ଓ ପିଇବାକୁ ବହୁତ ସ୍ଵାଦିଷ୍ଟ ଲାଗେ । ସ୍ୱାସ୍ଥ୍ୟ ପାଇଁ ଖୁବ ଉପାଦେୟ ।  

Aug 20, 2017

ବ୍ରାହ୍ମୀ ଶାଗ ଚଡଚଡି – Brahmi spinach ChadChadi

ବ୍ରାହ୍ମୀ ଶାଗ ଚଡଚଡି – Brahmi spinach ChadChadi

ପ୍ରସ୍ତୁତି  ସାମଗ୍ରୀ :

 ବ୍ରାହ୍ମୀ ଶାଗ ୨୦୦ ଗ୍ରାମ , ୨ ଟି ଆଳୁ , ସଜନା ଛୁଇଁ ୨ ଟି , ବାଇଗଣ ୧ଟି , ୨ ଟି ଟମାଟୋ , ୨ ଛୋଟ ଚାମଚ ସୋରିଷ , ୫ କୋଲା ରସୁଣ , ୨ଟି ଶୁଖିଲା ଲଙ୍କା , ପିଆଜ ୧ ଟି , ଜୀରା ଅଳ୍ପ  , ସୋରିଷ ତେଲ ଅଳ୍ପ , ସ୍ଵାଦ ଅନୁସାରେ ହଳଦୀ ଗୁଣ୍ଡ ଓ ଲୁଣ ।    

ପ୍ରଣାଳୀ  :


ପ୍ରଥମେ ବ୍ରାହ୍ମୀ ଶାଗକୁ ପାଣିରେ ଧୋଇ ଚୂନା ଚୂନା କରି କାଟି ରଖନ୍ତୁ । ଏହାପରେ ଆଳୁ , ବାଇଗଣ , ଟମାଟୋ ଓ ସଜନା ଛୁଇଁ ଖଣ୍ଡ ଖଣ୍ଡ କରି ଧୋଇ ରଖନ୍ତୁ । ଏବେ ୨ ଛୋଟ ଚାମଚ ସୋରିଷ , ୫ କୋଲା ରସୁଣ , ୨ଟି ଶୁଖିଲା ଲଙ୍କା , ପିଆଜ ୧ ଟି , ଜୀରା ଅଳ୍ପକୁ  ବାଟି ଦିଅନ୍ତୁ । କରେଇରେ ତେଲ ଗରମ କରି ପରିବା ,ଗୁଣ୍ଡ ହଳଦୀ ଓ ଲୁଣ ପକାଇ ଅଳ୍ପ ସନ୍ତୁଳି ମସଲା ଦିଅନ୍ତୁ । ପରିବା ଅଧା ଅଧି ସିଝି ଆସିଲେ ଶାଗ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । କିଛି ସମୟ ସିଝିଲା ପରେ ଦେଖନ୍ତୁ ଯେପରି ପାଣି ମରିଆସିଲେ ତରକାରୀ ଆଞ୍ଚରୁ ବାହାର କରି ରଖନ୍ତୁ । ଏହା ଅତ୍ୟନ୍ତ ପୁଷ୍ଟିକର ତଥା ସ୍ଵାଦିଷ୍ଟ ପ୍ରସ୍ତୁତି ଅଟେ । 

Aug 10, 2017

କଞ୍ଚାକଦଳୀ କଟଲେଟ – Raw Banana Cutlet

କଞ୍ଚାକଦଳୀ କଟଲେଟ – Raw Banana Cutlet

ପ୍ରସ୍ତୁତି  ସାମଗ୍ରୀ :

୪ /୫ ଟି କଞ୍ଚା କଦଳୀ, ୨ଟି ପିଆଜ, ୨/୩ ପାଖୁଡା ରସୁଣ, ୧ ଟି ଶୁଖିଲା ଲଙ୍କା , ୧ଟି କଞ୍ଚା ଲଙ୍କା, ଅଳ୍ପ ଜୀରା,ଅଦା, ହଳଦୀ ଗୁଣ୍ଡ,ଗରମ ମସଲା ଓ ଆବଶ୍ୟକ ଅନୁଯାଇ ଲୁଣ ଓ ସୋରିଷ ତେଲ ।

ପ୍ରଣାଳୀ  :


ପ୍ରଥମେ କଞ୍ଚା କଦଳୀ ଚୋପା ଅଳ୍ପ ଛଡାଇ ଖଣ୍ଡ ଖଣ୍ଡ କରି କାଟି ଅଳ୍ପ ପାଣିରେ ହଳଦୀ ଗୁଣ୍ଡ ଓ ଲୁଣ ଦେଇ ସିଝାନ୍ତୁ ।କଦଳୀ ଖଣ୍ଡ ସିଝିଗଲା ପରେ ପାଣି ନିଗାଡି ଚକଟି ଦିଅନ୍ତୁ । ଏହା ପରେ କରେଇରେ ତେଲ ଗରମ କରି କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଲାଲ ହୋଇ ଆସିଲେ ବଟା ଜୀରା , ଅଦା ଓ ରସୁଣ ପକାଇ କଷନ୍ତୁ । ମସଲା କଷି ହୋଇ ଆସିଲେ ଏବେ ଅଳ୍ପ ଗରମ ମସଲା ପକାଇ ଚକଟା କଦଳୀ ପକାଇ ଭଲ ଭାବରେ ମସଲାରେ ମିଶାଇ ଦିଅନ୍ତୁ । ଏହାପରେ କଦଳୀ କଷାକୁ ବରା ଆକାରରେ କରି ତାୱାରେ ଅଳ୍ପ ତେଲ ଦେଇ ଭାଜି ଦିଅନ୍ତୁ । ଏହାକୁ  ଭାତ କିମ୍ବା ରୋଟି ଅଥବା ଟିଫିନ ସାଙ୍ଗରେ ଖାଇ ବାକୁ ଦେଇ ପାରିବେ । 

Aug 1, 2017

ଆମ୍ବ ଶଢା ଚମଚମ – Mango Shadhaa Chamcham

ଆମ୍ବ ଶଢା ଚମଚମ – Mango Shadhaa Chamcham

ପ୍ରସ୍ତୁତି  ସାମଗ୍ରୀ :

ଆମ୍ବ ଶଢା ୫-୬ ପିସ , ଭୃଶୁଙ୍ଗା ପତ୍ର ୧୫-୨୦ ଟି , ଗୋଟା ବୁଟ-୧୦୦  ଗ୍ରାମ ,  ତେନ୍ତୁଳୀ ଅଳ୍ପ , ପାଞ୍ଚ ଫୁଟଣ , ହେଙ୍ଗୁ  ଅଳ୍ପ , କଞ୍ଚା ଲଙ୍ଗ ୨ ଟି , ତେଲ ଅଳ୍ପ , ଲୁଣ, ହଳଦୀ ସ୍ଵାଦ ଅନୁଯାଇ ।

ପ୍ରଣାଳୀ  :


ପ୍ରଥମେ କରେଇ ଆଞ୍ଚରେ ବସାଇ ତେଲ ପକାଇ ଗରମ ହେଲେ ପାଞ୍ଚ ଫୁଟଣ, ଭୃଶୁଙ୍ଗା ପତ୍ର , ହେଙ୍ଗୁ ପକାଇ ଛୁଙ୍କ ଦିଅନ୍ତୁ । ସେଥିରେ ଏବେ ଆଗରୁ ଭିଜା ଯାଇଥିବା ଗୋଟା ବୁଟ ପକାଇ ଓ ତାପରେ ଆମ୍ବ ଶଢା ପକାଇ ଅଳ୍ପ ପାଣି  ଦେଇ  ସିଝିବା ପାଇଁ ଢାଙ୍କି ଦିଅନ୍ତୁ ।  ୮-୧୦ ମିନିଟ ସିଝିଲା ପରେ  ଆମ୍ବ ଶଢାକୁ  ଭଲଭାବେ ମିଶାଇ ଦିଅନ୍ତୁ ଓ ଦେଖନ୍ତୁ ଯେପରି  ପାଣି ଜୁକ ଜୁକିଆ ହୋଇ ଆସିବ ଆସିବ ଏବେ ଅଳ୍ପ ତେନ୍ତୁଳୀ ନେଇ ଅଧାକପ ପାଣିରେ ଚକଟି ଖଦାକୁ ବାହାରକରି ଏହି ପାଣିକୁ ଦିଅନ୍ତୁ ଓ ଅଳ୍ପ ସମୟ ଫୁଟାଇ ଆଞ୍ଚରୁ ବାହାର କରି ପରସନ୍ତୁ । ଏହା ଖାଇବାକୁ ସ୍ଵାଦିଷ୍ଟ ଓ  ଭାତ , ରୋଟି କିମ୍ବା ବ୍ରେଡ ସହ ଖାଇବାକୁ ଭଲଲାଗେ । 

Jul 20, 2017

ଛତୁ ମଲାଇ – Mushroom Malai

ଛତୁ ମଲାଇ – Mushroom Malai
ପ୍ରସ୍ତୁତି  ସାମଗ୍ରୀ :

୧ କପ ଧୁଆ ହେବାପରେ କଟା ହୋଇଥିବା ଛତୁ, ୧/୨ କପ କଟା ପିଆଜ , ୧/୨ ଚାମଚ ଗରମ ମସଲା, ୧/୨ ଚାମଚ ଅଦା ଓ ରସୁଣ ପେଷ୍ଟ, ୨ ଚାମଚ ଟମାଟୋ ସସ , ୧/୨ ଚାମଚ ଦେଶୀ ଘିଅ , ୧/୨ ଚାମଚ କ୍ରିମ , ୧/୨ ଚାମଚ ଗୋଲମରିଚ ଗୁଣ୍ଡ , ସ୍ଵାଦ ଅନୁଯାଇ ଲୁଣ ଓ ଧଣିଆପତ୍ର । 
  
ପ୍ରଣାଳୀ  :
ଛତୁ ମଲାଇ – Mushroom Malai


ପ୍ରଥମେ  କରେଇରେ ଘିଅ ଗରମ କରି କଟା ପିଆଜ ପକାଇ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ଦେଇ ଗୋଳାନ୍ତୁ ଓ ଅଳ୍ପ ସମୟ କଷି  ହେଲା ପରେ ସେଥିରେ ଟମାଟୋ ସସ ଗୋଳାନ୍ତୁ ଏବଂ  ପରେ ଛତୁ ମିଶାଇ ଭାଜନ୍ତୁ ।  ଏବେ ଏଥିରେ  ୧/୨ କପ ରୁ କମ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ  ଫୁଟାନ୍ତୁ । ଏଥର  କ୍ରିମ , ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ  ଫୁଟାନ୍ତୁ । ଏବେ କରେଇ ଆଞ୍ଚରୁ ବାହାର କରି ଏଥିରେ ଗୋଲମରିଚ ଓ ଧଣିଆ ପତ୍ର ସଜାଇ ଗରମ ଗରମ ସ୍ଵାଦିଷ୍ଟ ଓ ଉତ୍ତମ ପୁଷ୍ଟିକର  ଛତୁ ମଲାଇ ପରସନ୍ତୁ । 

Jul 10, 2017

ଗୋଟା ବାଇଗଣ ଭଜା – Whole Brinjal Fry

ଗୋଟା ବାଇଗଣ ଭଜା – Whole Brinjal Fry

ପ୍ରସ୍ତୁତି  ସାମଗ୍ରୀ :

ବାଇଗଣ  ୫ଟି, ଚୋପା ଛଡା ବିରି ଡାଲି -୧ ଚାମଚ , ବୁଟ ଡାଲି ୨ ଚାମଚ, ମେଥି  ୧ ଚାମଚ, ବେସନ, ଚାଉଳ ଚୁନା, ଜୀରା , ଲୁଣ , ହଳଦୀ , ଶୁଖିଲା ଲଙ୍କା, ଆବଶ୍ୟକ ଅନୁଯାୟୀ ତେଲ ।

ପ୍ରଣାଳୀ  :


ପ୍ରଥମେ ବାଇଗଣକୁ ମଝି ଫାଳ କରି ଲୁଣ ପାଣିରେ ସିଝେଇ ନିଅନ୍ତୁ । ଭିତର ଅଂଶକୁ ଚାମଚରେ ଧୀରେ କୋରି ବାହାର କରି ନିଅନ୍ତୁ । ଏହାପରେ ମେଥି, ବୁଟ ଡାଲି, ବିରି ଡାଲି , ଜୀରା ,ଲଙ୍କା ଗୁଣ୍ଡ କରି ନିଅନ୍ତୁ । ଏହିଗୁଣ୍ଡ ସହିତ ବାଇଗଣର  ଭିତର ଅଂଶ ମିଶାଇ ଚକଟନ୍ତୁ । ଏଥିରେ ଅଳ୍ପ ଆଳୁ ଚକଟା ଓ ତେନ୍ତୁଳି ରସ ଅଳ୍ପ  ମିଶେଇ ପାରନ୍ତି । ବାଇଗଣ ଭିତରେ ଏହି ପୁର ଦେଇ ବେସନ ବୁଡେଇ ତାୱାରେ ଅଳ୍ପ ଆଞ୍ଚରେ ଭାଜନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଗୋଟା ବାଇଗଣ ଭଜା । 

Jun 20, 2017

ଥାଲକୁଡି ଆଳୁ କଷା – Thalkudi Potato curry

ଥାଲକୁଡି ଆଳୁ କଷା – Thalkudi Potato curry  
ପ୍ରସ୍ତୁତି  ସାମଗ୍ରୀ :

ଥାଲକୁଡ଼ି  ବା ବ୍ରାହ୍ମୀ ପତ୍ର ୨୦୦ ଗ୍ରାମ , ଆଳୁ ୪ ଟି , ଟମାଟୋ ୨ ଟି , ପିଆଜ ୧ ଟି , ୧୦ କୋଲା ରସୁଣ , ଲଙ୍କା ୨ଟି , ପୋସ୍ତ ୧ ଚାମଚ ,ଅଦା ଛୋଟ ଖଣ୍ଡେ , ଡାଲଚିନ ଛୋଟ ଖଣ୍ଡେ , ଜୀରା ଅଧା ଚାମଚ , ସୋରିଷ ତେଲ ୨ ଚାମଚ , ହେଙ୍ଗୁ ଅଳ୍ପ , ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ ।

ପ୍ରଣାଳୀ  :

ପ୍ରଥମେ ଥାଲକୁଡ଼ି ପତ୍ରକୁ ଡେମ୍ଫ ସହିତ ଧୋଇ ବାଟି  ରଖନ୍ତୁ ।  ଟମାଟୋକୁ ଗ୍ରାଇଣ୍ଡିଙ୍ଗ କରି ରଖନ୍ତୁ । ପିଆଜ , ଅଦା ଓ ଲଙ୍କା ବାଟି ରଖନ୍ତୁ । ପୋସ୍ତ ଓ ଜୀରା କୁ ଅଲଗା ବାଟି ରଖନ୍ତୁ । ଏବେ ଆଳୁକୁ ଚୋପା ଛଡେଇ ଲମ୍ବା ଲମ୍ବା କରି କାଟି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଟିପେ ହେଙ୍ଗୁ ପକାଇ ମସଲା ବଟା ପକାଇ କଷନ୍ତୁ । ମସଲା କଷି ହେଲା ପରେ ପୋସ୍ତ ବଟା ପକାନ୍ତୁ ଓ ଅଳ୍ପ ସମୟ କଷି ବଟା ଥାଲକୁଡ଼ି ପକାନ୍ତୁ । ଲୁଣ ଓ ହଳଦୀ ପକାଇ ଅଳ୍ପ ସମୟ ସନ୍ତୁଳି ଆଳୁ ପକାନ୍ତୁ ଓ ଘୋଡାଇ ଦିଅନ୍ତୁ । ଆଳୁ ସିଝି ଆସିଲେ ଟମାଟୋ ପେଷ୍ଟ ପକାନ୍ତୁ ଓ କିଛି ସମୟ କଷନ୍ତୁ । ଆଳୁ ସିଝି କଷି ଆସିଲେ ଏଥର ଡାଲଚିନି କୁଟି ପକାଇ ତରକାରୀ ବାହାର କରି ନିଅନ୍ତୁ । ଏବେ ପ୍ରସ୍ତୁତ  ବ୍ରେନ ଟନିକ ତରକାରୀ ଥାଲକୁଡ଼ି ଆଳୁ କଷା । ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ  ଓ ସ୍ଵାଦିଷ୍ଟ ମଧ୍ୟ । 

May 20, 2017

ଆଖୁବଡି – Sugarcane Badi (chunks)

ଆଖୁବଡି – Sugarcane Badi (chunks)

ସାମଗ୍ରୀ 

୧ ଫୁଟ ଲମ୍ବର ଆଖୁ ଖଣ୍ଡେ , ୨୫୦  ଗ୍ରାମ ଚୋପା ଛଡା ବିରି, ପୋସ୍ତ ଅଳ୍ପ   ।

ପ୍ରଣାଳୀ 


ପ୍ରଥମେ ବିରିକୁ ୫/୬ ଘଣ୍ଟା ବତୁରାଇ ଭଲ ଭାବେ ଧୋଇ  ଛଣି ରଖନ୍ତୁ ।  ଆଖୁରୁ ଚୋପା ଛଡାଇ ଗୁଆ କାତିରେ ଅତି ଛୋଟ ଛୋଟ  ଖଣ୍ଡ କରି  କାଟି ରଖନ୍ତୁ । ଏହାପରେ  ମିକ୍ସ ରେ ବିରି ଓ ଆଖୁ ଖଣ୍ଡକୁ ପକାଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ ।  ଏବେ  ଏକ ରୁମାଲ ନେଇ ସେଥିରେ ବୋତାମ ଘର ସିଲେଇ କଲାପରି ୩/୪ ଟି କଣା କରି ରଖନ୍ତୁ । ବିରି କୁ  ଭଲ ଭାବେ ଫେଣେଇ ଦିଅନ୍ତୁ । ଏହାପରେ କୋଲାରେ ବା ଟିଣ ରେ ପୋସ୍ତ ବିଛାଇ ଦିଅନ୍ତୁ । କଣା ହୋଇଥିବା ରୁମାଲକୁ ଓଦା କରି ସେଥିରେ ବିରି ବଟାକୁ ନେଇ ଜିଲିପି କଲା ପରି ବିଛା ଯାଇଥିବା ପୋସ୍ତ ଉପରେ ଗୋଟିଏ ଗୋଟିଏ ବଡି ପକାନ୍ତୁ । ଏହାକୁ ଖରାରେ ଶୁଖାଇ ଦିଅନ୍ତୁ ।  ୬/୭ ଘଣ୍ଟା ଭଲ ଖରାରେ ଶୁଖିଲା ପରେ ହାତରେ ଧୀରେ ଧୀରେ ଓଲଟାଇ ଦିଅନ୍ତୁ । ଏହାପରେ ଗୋଟେ କିମ୍ବା ଦୁଇ ଦିନ ଖରାରେ ଶୁଖାଇ ଚଉଡା  ମୁହଁ ଥିବା ପ୍ଲାଷ୍ଟିକ ଡବାରେ ମୁହଁ ବନ୍ଦ କରି ରଖନ୍ତୁ । ଏହା ଅନେକ ଦିନ ପର୍ଯ୍ୟନ୍ତ ରଖି ପାରିବେ ।  ଏହାକୁ ଖାଇବା ଆଗରୁ ଧୀର ଆଞ୍ଚ ରେ ଘିଅରେ ଭାଜି ଖାଇବାକୁ ଦିଅନ୍ତୁ ।  ଏହା ଅତି ସ୍ଵାଦିଷ୍ଟ ଓ ମସମସିଆ । 

May 1, 2017

ମୂଳା ପତ୍ର ତରକାରୀ – Radish Leaves Curry

ମୂଳା ପତ୍ର ତରକାରୀ – Radish Leaves Curry

ସାମଗ୍ରୀ  : 

କାଜୁ ବା ଚିନା ବାଦାମ  -  ୫୦  ଗ୍ରାମ  , ରସୁଣ  -  ୪/୫  କୋଲା  ,  ଲଙ୍କା  -  ୨/୩ ଟା  ,  ଜିରା ଅଳ୍ପ  , କଖାରୁ  ଅଳ୍ପ , ମୂଳାପତ୍ର  ଓ  ଧନିଆପତ୍ର , ସୋରିଷ  ଚିମୁଟେ ,  ତେଲ  ୨  ଚାମଚ 

ପ୍ରଣାଳୀ 


ପ୍ରଥମେ  କାଜୁ  ଓ  ଜିରାକୁ  କିଛି  ସମୟ   ପାଣିରେ  ବତୁରାଇ  ଦିଅନ୍ତୁ   ଏହାପରେ  କାଜୁ , ଜିରା , ରସୁଣ ଓ ଲଙ୍କାକୁ  ମିଶାଇ   ବାଟି ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ ।  ଏବେ ଗ୍ଯାସରେ କଡେଇ ବସାଇ  କଖାରୁ ଓ ମୂଳା ପତ୍ର କୁ ଆପଣଙ୍କ ସ୍ଵାଦ ଅନୁସାରେ ହଳଦୀ ଓ ଲୁଣ ପକାଇ ହାଲକା ସିଝାନ୍ତୁ ।  ସିଝି ଗଲେ କାଢି ରଖନ୍ତୁ ।  ଏବେ କରେଇ ବସେଇ ଗରମ ହେଲେ ୨  ଚାମଚ  ତେଲ ପକାଇ ସୋରିଷ ପକାଇ ଫୁଟାଇ ଦିଅନ୍ତୁ ।  ଏଥିରେ  ମସଲା ପେଷ୍ଟକୁ କରେଇରେ ଢାଳି କିଛି ସମୟ କଷିବା ପରେ କଖାରୁ ଓ ମୁଲାପତ୍ର ସିଝାକୁ ଭଲଭାବେ ଫୁଟାନ୍ତୁ । ଏହାପରେ ଏଥିରେ ଅଳ୍ପ ଧନିଆ ପତ୍ର କାଟି ପକାନ୍ତୁ ଓ ଖାଇବାକୁ ପରସନ୍ତୁ ।  ଏହା ମିନେରଲ୍ସରେ  ଭରା ଓ ସ୍ଵାଦିଷ୍ଟ ମଧ୍ୟ ।