ପିଆଜ ସମ୍ବର – Onion
Sambar Masaala
ଆବଶ୍ୟକ ସାମଗ୍ରୀ:
ହରଡ ଡାଲି ୨ କପ , ଅଦା ୨ ଖଣ୍ଡ , ନଡିଆ କୋରା
-୨ କପ, ତେନ୍ତୁଳି ରସ ୨
ଚାମଚ , ସୋରିଷ ୨ ଚାମଚ
, ସମ୍ବର ପାଉଡର ୨ ଚାମଚ, ଫୁଟଣ -୧ ଚାମଚ, ଦେଶୀ ପିଆଜ ୨ କପ , ଭୂରାସଙ୍ଗ ପତ୍ର ୨ ସିରା, କଞ୍ଚା ଲଙ୍କା ୫/୬ ଟି , ମେଥି ୨ ଚାମଚ, ନଡିଆକୋରା ଅଧକପ , ରିଫାଇନ ତେଲ ୨ ଚାମଚ , ଲୁଣ ଏବଂ ହଳଦୀ ଆବଶ୍ୟକ ଅନୁସାରେ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ହରଡ ଡାଲିରେ ଲୁଣ ଓ ହଳଦୀ ଦେଇ ସିଝାଇ ଦିଅନ୍ତୁ । ଅଧା ସିଝିଲା ବେଳକୁ ଛୋଟ ଛୋଟ କଟା ପିଆଜ ଖଣ୍ଡ ଓ ଅଦା ଖଣ୍ଡକୁ
ପକାନ୍ତୁ । ଏହା ସିଝି ଗଲା ପରେ ତେନ୍ତୁଳି ରସ , ନଡିଆ କୋରା , ସମ୍ବର ପାଉଡର ପକାଇ ଫୁଟାଇ ଦିଅନ୍ତୁ ।
ଏବେ
ଅନ୍ୟ ଏକ କରେଇରେ ତେଲ ଗରମ କରି ଫୁଟଣ , ସୁରିଷ , କଞ୍ଚା ଲଙ୍କା , ଭୂରାସଙ୍ଗ
ପତ୍ର ଦେଇ ବଘାରି ନିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ
ଟେସ୍ଟି ସମ୍ବର ମସଲା ।