ଛତୁ ମଲାଇ – Mushroom Malai
ପ୍ରସ୍ତୁତି ସାମଗ୍ରୀ :
୧ କପ ଧୁଆ ହେବାପରେ କଟା ହୋଇଥିବା ଛତୁ, ୧/୨ କପ କଟା ପିଆଜ , ୧/୨ ଚାମଚ ଗରମ ମସଲା, ୧/୨ ଚାମଚ ଅଦା ଓ ରସୁଣ ପେଷ୍ଟ, ୨ ଚାମଚ ଟମାଟୋ ସସ , ୧/୨ ଚାମଚ ଦେଶୀ ଘିଅ , ୧/୨ ଚାମଚ କ୍ରିମ , ୧/୨ ଚାମଚ ଗୋଲମରିଚ ଗୁଣ୍ଡ , ସ୍ଵାଦ ଅନୁଯାଇ ଲୁଣ ଓ ଧଣିଆପତ୍ର
।
ପ୍ରଣାଳୀ :
ପ୍ରଥମେ କରେଇରେ
ଘିଅ ଗରମ କରି କଟା ପିଆଜ ପକାଇ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ଅଦା ରସୁଣ
ପେଷ୍ଟ ଦେଇ ଗୋଳାନ୍ତୁ ଓ ଅଳ୍ପ ସମୟ କଷି ହେଲା ପରେ
ସେଥିରେ ଟମାଟୋ ସସ ଗୋଳାନ୍ତୁ ଏବଂ ପରେ ଛତୁ ମିଶାଇ
ଭାଜନ୍ତୁ । ଏବେ ଏଥିରେ ୧/୨ କପ ରୁ କମ ପାଣି ଦେଇ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏଥର କ୍ରିମ , ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ ଫୁଟାନ୍ତୁ । ଏବେ କରେଇ ଆଞ୍ଚରୁ ବାହାର କରି ଏଥିରେ ଗୋଲମରିଚ ଓ ଧଣିଆ ପତ୍ର ସଜାଇ ଗରମ
ଗରମ ସ୍ଵାଦିଷ୍ଟ ଓ ଉତ୍ତମ ପୁଷ୍ଟିକର ଛତୁ ମଲାଇ ପରସନ୍ତୁ
।