ଛେନା ବରା- Chhena Bara (Paneer Dumplings)
ଆବଶ୍ୟକ ସାମଗ୍ରୀ:
ଛେନା – ୫୦୦ ଗ୍ରାମ, ଗୁଜୁରାତି -୧୦ ଗ୍ରାମ ,
ଘିଅ – ୫୦ ଗ୍ରାମ , ଅଟା-୧୦୦ ଗ୍ରାମ ,
ରିଫାଇନ ତେଲ -୧ ଲିଟର , କ୍ଷୀର – ୧/୨ ଲିଟର , ଚିନି – ୪୦୦ ଗ୍ରାମ
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଛେନାରୁ ଭଲ ଭାବେ ପାଣି ବାହାର
କରି ନିଅନ୍ତୁ । ଏବେ ଏଥିରେ ଅଟା , ଗୁଜୁରାତି ଗୁଣ୍ଡ ଓ ଘିଅ ମିଶାଇ ଭଲ ଭାବେ ମିଶାଇ ଚକଟି ନିଅନ୍ତୁ । ଏହାପରେ
ଏଥିରେ ଥଣ୍ଡା କ୍ଷୀର ଆସ୍ତେ ଆସ୍ତେ ମିଶାଇ ଗୋଳାନ୍ତୁ ଯେପରି ବରାର ମଣ୍ଡ ପରି ହେବ । ଏବେ ଅନ୍ୟ ଏକ କରେଇରେ ପାଣିରେ ଚିନି ପକାଇ ରସ ପ୍ରସ୍ତୁତ
କରି ରଖନ୍ତୁ ।
ଏବେ କରେଇରେ ତେଲ ଗରମ କରି ଛେନା ମିଶ୍ରଣରୁ ବରା ଭଳି କରି ଛାଣନ୍ତୁ । ଦେଖିବେ ଯେପରି ବରାର ଦୁଇ ପାଖ ବାଦାମି ରଙ୍ଗ ହେବ । ତେଲରୁ
କାଢି ଚିନି ରସରେ ପକାନ୍ତୁ । କିଛି ସମୟ ପରେ ଏହା ଖାଇବା ପାଇଁ ପ୍ରସ୍ତୁତ । ଏବେ ଏ ଛେନା ବରା ଆପଣଙ୍କର ଖାଇବା ପାଇଁ ଖୁବ ସ୍ଵାଦିଷ୍ଟ
ଓ ସ୍ୱାସ୍ଥ୍ୟ କର ମଧ୍ୟ ।