ଦହି ପାମ୍ପଡ – Curd Pampad
ପ୍ରସ୍ତୁତି ସାମଗ୍ରୀ :
ଖଟା ଦହି ୨୦୦ ମି. ଲି
. , ପାମ୍ପଡ ୨ଟି, ଭୃଶୁଙ୍ଗା
ପତ୍ର , କଞ୍ଛା ଲଙ୍କା ୩ ଟି , ପାଞ୍ଚ ଫୁଟଣ , ହେଙ୍ଗୁ , ସୁରିଶ ତେଲ , ଜୀରା
ଗୁଣ୍ଡ ।
ପ୍ରଥମେ ପାମ୍ପଡକୁ ଛାଣି କିମ୍ବା ଭାଜି ରଖନ୍ତୁ । ଏବେ ଏକ ପାତ୍ରରେ ଦହି ନେଇ ସେଥିରେ ଜୀରା ଗୁଣ୍ଡ , ଲୁଣ ସ୍ଵାଦ ଅନୁସାରେ ପକାଇ ଭଲ ଭାବରେ ପକାଇ
ଫେଣ୍ଟି ରଖନ୍ତୁ । କରେଇ ଆଞ୍ଚରେ ଗରମ କରି ୧ ଚାମଚ ତେଲ ପକାଇ ତେଲ ଗରମ ହେଲେ ପାଞ୍ଚ ଫୁଟଣ , ଭୃଶୁଙ୍ଗା ପତ୍ର , କଞ୍ଛା ଲଙ୍କା,
ହେଙ୍ଗୁ ପକାଇ ଛୁଙ୍କ କରନ୍ତୁ ଓ ଆଞ୍ଚ ବନ୍ଦ କରିଦିଅନ୍ତୁ ।
ଏହାପରେ ସେଥିରେ
ଦହିକୁ ଢାଳି ଦିଅନ୍ତୁ ଓ ଭଜା ପାମ୍ପଡକୁ ୫/୬ ଖଣ୍ଡ କରି ପକାଇ ଏପଟ ସେପଟ କରିଦିଅନ୍ତୁ ସେପରି
ପାମ୍ପଡ ଭଲ ଭାବରେ ଭିଜି ଯାଏ । ଏହାପରେ
ଦୁଇଟି ପ୍ଳେଟରେ ପରସନ୍ତୁ । ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ଓ ରୁଚିକର
।