* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

May 20, 2017

ଆଖୁବଡି – Sugarcane Badi (chunks)

ଆଖୁବଡି – Sugarcane Badi (chunks)

ସାମଗ୍ରୀ 

୧ ଫୁଟ ଲମ୍ବର ଆଖୁ ଖଣ୍ଡେ , ୨୫୦  ଗ୍ରାମ ଚୋପା ଛଡା ବିରି, ପୋସ୍ତ ଅଳ୍ପ   ।

ପ୍ରଣାଳୀ 


ପ୍ରଥମେ ବିରିକୁ ୫/୬ ଘଣ୍ଟା ବତୁରାଇ ଭଲ ଭାବେ ଧୋଇ  ଛଣି ରଖନ୍ତୁ ।  ଆଖୁରୁ ଚୋପା ଛଡାଇ ଗୁଆ କାତିରେ ଅତି ଛୋଟ ଛୋଟ  ଖଣ୍ଡ କରି  କାଟି ରଖନ୍ତୁ । ଏହାପରେ  ମିକ୍ସ ରେ ବିରି ଓ ଆଖୁ ଖଣ୍ଡକୁ ପକାଇ ଭଲ ଭାବରେ ଚିକ୍କଣ କରି ବାଟି ଦିଅନ୍ତୁ ।  ଏବେ  ଏକ ରୁମାଲ ନେଇ ସେଥିରେ ବୋତାମ ଘର ସିଲେଇ କଲାପରି ୩/୪ ଟି କଣା କରି ରଖନ୍ତୁ । ବିରି କୁ  ଭଲ ଭାବେ ଫେଣେଇ ଦିଅନ୍ତୁ । ଏହାପରେ କୋଲାରେ ବା ଟିଣ ରେ ପୋସ୍ତ ବିଛାଇ ଦିଅନ୍ତୁ । କଣା ହୋଇଥିବା ରୁମାଲକୁ ଓଦା କରି ସେଥିରେ ବିରି ବଟାକୁ ନେଇ ଜିଲିପି କଲା ପରି ବିଛା ଯାଇଥିବା ପୋସ୍ତ ଉପରେ ଗୋଟିଏ ଗୋଟିଏ ବଡି ପକାନ୍ତୁ । ଏହାକୁ ଖରାରେ ଶୁଖାଇ ଦିଅନ୍ତୁ ।  ୬/୭ ଘଣ୍ଟା ଭଲ ଖରାରେ ଶୁଖିଲା ପରେ ହାତରେ ଧୀରେ ଧୀରେ ଓଲଟାଇ ଦିଅନ୍ତୁ । ଏହାପରେ ଗୋଟେ କିମ୍ବା ଦୁଇ ଦିନ ଖରାରେ ଶୁଖାଇ ଚଉଡା  ମୁହଁ ଥିବା ପ୍ଲାଷ୍ଟିକ ଡବାରେ ମୁହଁ ବନ୍ଦ କରି ରଖନ୍ତୁ । ଏହା ଅନେକ ଦିନ ପର୍ଯ୍ୟନ୍ତ ରଖି ପାରିବେ ।  ଏହାକୁ ଖାଇବା ଆଗରୁ ଧୀର ଆଞ୍ଚ ରେ ଘିଅରେ ଭାଜି ଖାଇବାକୁ ଦିଅନ୍ତୁ ।  ଏହା ଅତି ସ୍ଵାଦିଷ୍ଟ ଓ ମସମସିଆ ।