ଦହି କାବୁଲି ବୁଟ – Curd
Kabuli Chanaa
ଆବଶ୍ୟକ ସାମଗ୍ରୀ:
ଦହି ୪ ଚାମଚ , କାବୁଲି ବୁଟ ୪ କପ ,
କଟା ଅଦା ଖଣ୍ଡେ , କଟା ପିଆଜ ୩ ଟି , ଲଙ୍କା
ଗୁଣ୍ଡ , ଭଜା ଜୀରା ଗୁଣ୍ଡ ୨ ଚାମଚ, ଧଣିଆ ପତ୍ର ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ କାବୁଲି ବୁଟକୁ ପାଣିରେ ଭିଜେଇ
ଓ ପରେ ସିଝେଇ ରଖନ୍ତୁ । ଏବେ କରେଇରେ ତେଲ ଗରମ
କରି ପିଆଜ ଓ ଅଦାକୁ ଭାଜି ଦିଅନ୍ତୁ । ଏବେ
ଏଥିରେ ଦହି ମିଶାନ୍ତୁ । ଏହାପରେ ଏଥିରେ ସିଝା କାବୁଲି
ଓ ମସଲା ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ
।
ପାଣି ମରି ଆସିଲେ ଧଣିଆ ପତ୍ର କଟା ପକାଇ ଆଞ୍ଚ ବନ୍ଦ କରନ୍ତୁ ଓ ପରସିଲା ବେଳେ କଟା ପିଆଜ କିଛି
ଉପରେ ପକାନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କର ଚଟପଟା
କାବୁଲି ଦହି ସୁସ୍ଵାଦୁ ବ୍ୟଞ୍ଜନ ।