ଘୋଳ ଦହିପାଣି – Curd
Water Drinks
ପ୍ରସ୍ତୁତି ସାମଗ୍ରୀ :
୧/୨ କପ ବସା ଦହି , ୨ଟି କଞ୍ଚା ଲଙ୍କା , ଛୋଟ ଖଣ୍ଡେ ଆମ୍ବ କଷି ଅଦା ଓ ଖଣ୍ଡେ
ସାଧା ଅଦା , ୧ ଚାମଚ ଜୀରା ଗୁଣ୍ଡ, ପାଣି ୨
ଗ୍ଳାସ, ଧନିଆ ପତ୍ର ଓ ସ୍ଵାଦ ଅନୁସାରେ କଳା ଲୁଣ ।
ପ୍ରଣାଳୀ :
ପ୍ରଥମେ ବସାଦହି ଏକ ପାତ୍ରରେ ନେଇ ଏଥିରେ ୧ ଚାମଚ କଳା ଲୁଣ ଓ ଜୀରା
ପକାଇ ଭଲଭାବରେ ମିକ୍ସ କରନ୍ତୁ । ଏଥିରେ ୨ ଗ୍ଳାସ ପାଣି , ଛେଚା ଅଦା, ଛୋଟ ଛୋଟ କଟା ହୋଇଥିବା ଧଣିଆପତ୍ର
ଓ ଅଧା ଛେଚା ଲଙ୍କା ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ
। ଏବେ ୨ଟି ଗ୍ଲାସରେ ଏହାକୁ ପରଶନ୍ତୁ । ପ୍ରସ୍ତୁତ କରିବାକୁ ଖୁବ କମ ସମୟ ଲାଗେ ଓ ପିଇବାକୁ ବହୁତ ସ୍ଵାଦିଷ୍ଟ ଲାଗେ । ସ୍ୱାସ୍ଥ୍ୟ ପାଇଁ
ଖୁବ ଉପାଦେୟ ।