ଛେନା ଡାଲମା– Paneer Dalma
ପ୍ରସ୍ତୁତି ସାମଗ୍ରୀ :
ବୁଟ ଡାଲି – ୨୦୦ ଗ୍ରାମ
, ଜୀରା -୨ ଚାମଚ , ଚିନି
୧ ଚାମଚ , ଛେନା – ୨୦୦ ଗ୍ରାମ , ଅଦା, କଞ୍ଚା ଲଙ୍କା , ପିଆଜ , ତେଲ ୨ ଚାମଚ, ଡାଲଚିନି , ଲବଙ୍ଗ , ଗୁଜୁରାତି ଗୁଣ୍ଡ
, ସ୍ଵାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ।
ପ୍ରଣାଳୀ :
ପ୍ରଥମେ ଛେନାକୁ ଭଲଭାବେ ଚକଟି ପ୍ରେସରକୁକରେ ସିଝେଇ ନିଅନ୍ତୁ । ଏହାପରେ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ ବୁଟ ଡାଲିରେ
ଲୁଣ , ହଳଦୀ , ଚିନି ଦେଇ ସିଝାଇ
ଓ ପରେ ତେଲରେ ପିଆଜ , ଲଙ୍କା , ଜୀରା ଫୁଟେଇ
ଡାଲିକୁ ବଘାରି ଦିଅନ୍ତୁ ।
ଏବେ ଏଥିରେ ଗରମ ମସଲା ଗୁଣ୍ଡ ପକାଇ ଅଳ୍ପ ସମୟ ପରେ ଛେନା ପକାନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ଛେନା ଡାଲମା । ଏହାକୁ ଗରମ ଗରମ ଖାଇବାକୁ ଦିଅନ୍ତୁ ।