ପରିବା ଚମ ଚମ – Veg Chum Chum
ଆବଶ୍ୟକ ସାମଗ୍ରୀ :
ବେସନ ,
କ୍ୟାପସିକମ , ଆଳୁ , ବାଇଗଣ , କଖାରୁ , ବିନସ , ପିଆଜ , ରସୁଣ , ଜୀରା ପାଉଡର , କଞ୍ଚା
ଲଙ୍କା , ହଳଦୀ ଗୁଣ୍ଡ , ଟମାଟୋ ସସ , ଗୁଲମରିଚ ଗୁଣ୍ଡ ଛଣା ତେଲ ଓ
ଲୁଣ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ସମସ୍ତ ପରିବା ଓ କ୍ୟାପସିକମକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ ଏଥିରେ ଛୋଟ
ଛୋଟ କଟା ପିଆଜ, ରସୁଣ, ଜୀରା ପାଉଡର ଅଳ୍ପ , କଟା କଞ୍ଚା ଲଙ୍କା ,ଲୁଣ ଓ ପାଣି ଅଳ୍ପ ପକାଇ
ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ କରେଇରେ ଛଣା ତେଲ
ଦେଇ ପକୋଡା ଭଳି ବଡ ବଡ କରି ଛାଣି ଦିଅନ୍ତୁ । ଏବେ ଅନ୍ୟ ଏକ କରେଇରେ ଅଳ୍ପ ତେଲ ନେଇ କଟା ପିଆଜ ପକାଇ ଭାଜି
ନିଅନ୍ତୁ , ଏଥିରେ ଜୀରା ଗୁଣ୍ଡ , ଗୋଲମରୀଚ ଗୁଣ୍ଡ
ଓ ଅଳ୍ପ ହଳଦୀ ଗୁଣ୍ଡ ,
ଲୁଣ, ଟମାଟୋ ସସ ପକାଇ ଭଲ ଭାବେ କଷି ଦିଅନ୍ତୁ ।
କିଛି ସମୟ କଷିବା ପରେ ଏଥିରେ ଅଧ କପ ପାଣି ଦେଇ ଭଲ ଭାବେ
ଫୁଟାଇ ଦିଅନ୍ତୁ । କିଛି ସମୟ ପରେ ଏଥିରେ ଛଣା ପକୋଡା ପକାଇ ୫/୭ ମିନିଟ ଅଳ୍ପ ଆଞ୍ଚରେ ଫୁଟାଇ ରଖି
ଦିଅନ୍ତୁ । ଅଳ୍ପ ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦ
vegi chum chum ।