* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jun 20, 2017

ଥାଲକୁଡି ଆଳୁ କଷା – Thalkudi Potato curry

ଥାଲକୁଡି ଆଳୁ କଷା – Thalkudi Potato curry  
ପ୍ରସ୍ତୁତି  ସାମଗ୍ରୀ :

ଥାଲକୁଡ଼ି  ବା ବ୍ରାହ୍ମୀ ପତ୍ର ୨୦୦ ଗ୍ରାମ , ଆଳୁ ୪ ଟି , ଟମାଟୋ ୨ ଟି , ପିଆଜ ୧ ଟି , ୧୦ କୋଲା ରସୁଣ , ଲଙ୍କା ୨ଟି , ପୋସ୍ତ ୧ ଚାମଚ ,ଅଦା ଛୋଟ ଖଣ୍ଡେ , ଡାଲଚିନ ଛୋଟ ଖଣ୍ଡେ , ଜୀରା ଅଧା ଚାମଚ , ସୋରିଷ ତେଲ ୨ ଚାମଚ , ହେଙ୍ଗୁ ଅଳ୍ପ , ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ ।

ପ୍ରଣାଳୀ  :

ପ୍ରଥମେ ଥାଲକୁଡ଼ି ପତ୍ରକୁ ଡେମ୍ଫ ସହିତ ଧୋଇ ବାଟି  ରଖନ୍ତୁ ।  ଟମାଟୋକୁ ଗ୍ରାଇଣ୍ଡିଙ୍ଗ କରି ରଖନ୍ତୁ । ପିଆଜ , ଅଦା ଓ ଲଙ୍କା ବାଟି ରଖନ୍ତୁ । ପୋସ୍ତ ଓ ଜୀରା କୁ ଅଲଗା ବାଟି ରଖନ୍ତୁ । ଏବେ ଆଳୁକୁ ଚୋପା ଛଡେଇ ଲମ୍ବା ଲମ୍ବା କରି କାଟି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଟିପେ ହେଙ୍ଗୁ ପକାଇ ମସଲା ବଟା ପକାଇ କଷନ୍ତୁ । ମସଲା କଷି ହେଲା ପରେ ପୋସ୍ତ ବଟା ପକାନ୍ତୁ ଓ ଅଳ୍ପ ସମୟ କଷି ବଟା ଥାଲକୁଡ଼ି ପକାନ୍ତୁ । ଲୁଣ ଓ ହଳଦୀ ପକାଇ ଅଳ୍ପ ସମୟ ସନ୍ତୁଳି ଆଳୁ ପକାନ୍ତୁ ଓ ଘୋଡାଇ ଦିଅନ୍ତୁ । ଆଳୁ ସିଝି ଆସିଲେ ଟମାଟୋ ପେଷ୍ଟ ପକାନ୍ତୁ ଓ କିଛି ସମୟ କଷନ୍ତୁ । ଆଳୁ ସିଝି କଷି ଆସିଲେ ଏଥର ଡାଲଚିନି କୁଟି ପକାଇ ତରକାରୀ ବାହାର କରି ନିଅନ୍ତୁ । ଏବେ ପ୍ରସ୍ତୁତ  ବ୍ରେନ ଟନିକ ତରକାରୀ ଥାଲକୁଡ଼ି ଆଳୁ କଷା । ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ  ଓ ସ୍ଵାଦିଷ୍ଟ ମଧ୍ୟ ।