ବେସନ ଚକୁଳି- Besan chakuli (Gram flour Chakuli Pitha)
ଆବଶ୍ୟକ ସାମଗ୍ରୀ:
ବେସନ ୫୦୦ ଗ୍ରାମ , ସୁଜି ୧୦୦ ଗ୍ରାମ, ପିଆଜ
୨ ଟି (ବଡ), ମଇଦା ୧୦୦ ଗ୍ରାମ, ଲୁଣ ଓ ତେଲ ଆବଶ୍ୟକ
ଅନୁସାରେ, କଞ୍ଚା ଲଙ୍କା
୫ଟି , ବେକିଂ ପାଉଡର ଅଳ୍ପ
କିଛି ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ ଆବଶ୍ୟକ ସାମଗ୍ରୀ ଅନୁଯାଇ ବେସନ , ସୁଜି ଓ ମଇଦା କୁ ମିଶାଇ ଲୁଣ ଓ ବେକିଂ ପାଉଡରରେ
ଗୋଳାଇ ରଖନ୍ତୁ । ଏଥିରେ ଧୀରେ ଧୀରେ ପାଣି ଦେଇ ଭଲ ଭାବରେ ଗୋଳାନ୍ତୁ । ଯେପରି ଚକୁଳି ପିଠାର ମଣ୍ଡ ପରି ହେବ ।
ଏବେ ତାୱାରେ ତେଲ
ଘଷି ପତଳା ପତଳା କରି ଚକୁଳି ପିଠା ପରି ତିଆରି କର । ଏବେ ପିଠା ଉପରେ କଟା ପିଆଜ ଓ ଲଙ୍କା ପକାଇ
ଚାରି କଡେ ତେଲ ବୁଲାଇ ମଝିରୁ ଭାଙ୍ଗି ଓଲଟାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଗରମ ଗରମ ମୁସମାସ ସ୍ଵାଦିଷ୍ଟ ବେସନ ଚକୁଳି ।