* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Oct 16, 2019

ମିକ୍ସ କୋପ୍ତା ତରକାରୀ – Mix Kopta Curry


ମିକ୍ସ କୋପ୍ତା ତରକାରୀ – Mix Kopta Curry
ପ୍ରସ୍ତୁତି ସାମଗ୍ରୀ-

କଞ୍ଚା କଦଳୀ ୩ଟି, ଅମୃତଭଣ୍ଡା ୧୦୦ ଗ୍ରାମ, ନଡିଆ କୋରା ୧ କପ, କାଜୁ ୧୦ ଟି, ହଳଦୀ ଓ ଲୁଣ ଆବଶ୍ୟକ ଅନୁସାରେ, ରସୁଣ ୫/୬ ପାଖୁଡା, ପିଆଜ ୨ଟି , କଞ୍ଚା ଲଙ୍କା ୧ଟି, ଡାଲଚିନ, ଜୀରା, ଅଦା ଛୋଟ ଖଣ୍ଡେ, ଧନିଆ ପାଉଡର ୧/୨ ଚାମଚ, ଟମାଟୋ ୧ଟି, ଛାଣିବା ପାଇଁ ତେଲ, ବେସନ ୧୦୦ ଗ୍ରାମ

ପ୍ରଣାଳୀ

ପ୍ରଥମେ କଦଳୀ ଓ ଅମୃତଭଣ୍ଡା ର ଚୋପା ଛଡାଇ କାଟି ସିଝାଇ ଦିଅନ୍ତୁ ।  ରସୁଣ , କଞ୍ଚା ଲଙ୍କା, ଜୀରା, ଧନିଆ ପାଉଡର, କାଜୁ, ଅଦା ବାଟି ରଖନ୍ତୁ । ପିଆଜ କାଟି ରଖନ୍ତୁ ।  ଏବେ ନଡିଆକୋରା, ସିଝା କଦଳୀ, ଅମୃତଭଣ୍ଡା, ବେସନ , ଅଳ୍ପ ଲୁଣ ଓ ହଳଦୀ ଗୁଣ୍ଡ ଦେଇ ଭଲ ଭାବେ ଚକଟି ଦିଅନ୍ତୁ ।   

ଏବେ ଚୁଲାରେ ତେଲ ଗରମ କରି ଛୋଟ ଛୋଟ ବଡି ପରି କରି ବାଦାମି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ। ଛଣା ସରିଗଲା ପରେ ଅନ୍ୟ ଏକ କରେଇରେ ଅଳ୍ପ ତେଲ ଗରମ କରି ପିଆଜକୁ ଭାଜନ୍ତୁ। ଏଥିରେ ମସଲା ବଟା,ଡାଲଚିନ ଗୁଣ୍ଡ , କଟା ଟମାଟୋ ଦେଇ କସନ୍ତୁ । ପରେ ଦୁଇ କପ ପାଣି ଦେଇ ଫୁଟାନ୍ତୁ ଓ ଛଣା କୋପ୍ତା ପକାଇ ଆସ୍ତେ ଆସ୍ତେ ଗୋଳାଇ କିଛି ସମୟପରେ ଡାଲଚିନ ଗୁଣ୍ଡ ଓ ଜୀରା ଗୁଣ୍ଡ ଅଳ୍ପ ପକାଇ ବାହାର କରି ପରସନ୍ତୁ ।  ଏଥିରେ ଧନିଆ ପତ୍ର ଓ ଅଳ୍ପ ଲେମ୍ବୁ ଦେଇ ମଧ୍ୟ ଖାଇବାକୁ ଦେଇ ପାରିବେ