ନିମ୍ବପତ୍ର ପରିବା ମେଞ୍ଚି ମେଞ୍ଚି – Neem Leaves
Vegitable Mix
ପ୍ରସ୍ତୁତି
ସାମଗ୍ରୀ-
୧ -୨
ବିଡା କଅଁଳିଆ ନିମ୍ବ ପତ୍ର , ୩ଟି ଆଳୁ , ୩ଟି ବାଇଗଣ, ୨-୩ ଟି ସଜନା ଛୁଇଁ , ୨ଟି ଟମାଟୋ , ୨ ଚାମଚ ସୋରିଷ ,
୪ଟି କଞ୍ଚା ଲଙ୍କା , ୧ ଚାମଚ ଫୁଟଣ ,
ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ, ୪୦ ଗ୍ରାମ ସୋରିଷ ତେଲ ।
ପ୍ରଣାଳୀ
-
ପ୍ରଥମେ
ନିମ୍ବପତ୍ରକୁ ବାଛି ଧୋଇ ଚୂନ ଚୂନ କରି କାଟି ଗ୍ରାଇଣ୍ଡ କରି ରଖନ୍ତୁ । ପରିବାକୁ
ଧୋଇ ଖଣ୍ଡ ଖଣ୍ଡ କରି କାଟନ୍ତୁ । ସୋରିଷ ଓ କଞ୍ଚା ଲଙ୍କାକୁ ବାଟି ରଖନ୍ତୁ । ଏବେ କରେଇରେ ଅଧା ତେଲ ଗରମ କରି ବଟା ନିମ୍ବ ପତ୍ରକୁ
ଢାଳି ଲୁଣ ଓ ହଳଦୀ ପକାଇ ସନ୍ତୁଳି ଗୋଟେ
ପାତ୍ରରେ କାଢି ରଖନ୍ତୁ । ପୁଣି କରେଇରେ ତେଲ
ଗରମ କରି ଫୁଟଣ ଫୁଟାଇ ଏଥିରେ କଟା ପରିବା ପକାଇ ଲୁଣ ଓ ହଳଦୀ ପକାଇ ଢାଙ୍କି ଢାଙ୍କି ରାନ୍ଧନ୍ତୁ
। ପରିବା ଅଧା ସିଝି ଆସିଲେ ନିମ୍ବ ପତ୍ର ସନ୍ତୁଳା
ଓ ବଟା ସୋରିଷ ପକାଇ ଗୋଳାନ୍ତୁ । ଆବଶ୍ୟକ ହେଲେ ଅଳ୍ପ ପାଣି
ଦିଅନ୍ତୁ । ୫-୬ ମିନିଟ ଢାଙ୍କି ରାନ୍ଧିବା ପରେ କରେଇରେ
ଖେଳେଇ ଖେଳେଇ ୫ ମିନିଟ ଧୀର ଆଞ୍ଚରେ ରାନ୍ଧନ୍ତୁ ।
ନିମ୍ବ ପତ୍ରର ଏହି ତରକାରୀ ଖୁବ ସୁଆଦିଆ ଓ ଦେହ ପାଇଁ ହିତକର ।