ଆମ୍ବୁଲ ଦହି ଖଟେଇ – Dry mango-Curd Chatne
ପ୍ରସ୍ତୁତି
ସାମଗ୍ରୀ- 
୬/୭
ଖଣ୍ଡ ଆମ୍ବୁଲ (Dry Mango), ୧ ଚାମଚ ସୁରିଷ ତେଲ, ୨ ଶୁଖିଲା
ଲଙ୍କା, ୧ ଚାମଚ ପାଞ୍ଚ ଫୁଟଣ, ୮-୧୦ ଟି
ଭୃଶୁଙ୍ଗା ପତ୍ର, ୧ ଚାମଚ ଦେଶୀ ଘିଅ, ୨
ଚାମଚ ଗୋଟା ସୁରିଷ ବଟା, ୧/୨ ଚାମଚ ଅଦା ବଟା , ୧/୨ ଚାମଚ ଆମ୍ବ କଷି ଅଦା, ୨ ଚାମଚ ନଡିଆ କୋରା, ୧/୨ ଚାମଚ ଜୀରା ଓ ଲଙ୍କା ଭଜା, ୫୦ ଗ୍ରାମ ଗୁଡ, ୧/୨ ଚାମଚ କଳା ଲୁଣ  ଓ ଆବଶ୍ୟକ
ଅନୁସାରେ ଲୁଣ । 
ପ୍ରଣାଳୀ
–
ପ୍ରଥମେ
ଆମ୍ବୁଲକୁ ୧ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ଏବେ କରେଇ ଗରମ କରି ଘିଅ ଦିଅନ୍ତୁ ଓ ଏଥିରେ ଭୃଶୁଙ୍ଗା
ପତ୍ର, ପାଞ୍ଚ ଫୁଟଣ ଓ ଶୁଖିଲା ଲଙ୍କା ଫୁଟାନ୍ତୁ ।   ଗରମ
ହେଇ ଫୁଲି ଆସିଲେ ଏଥିରେ ବଟା ଅଦା ପକାନ୍ତୁ ।ଏବେ ଏଥିରେ ବତୁରା ଆମ୍ବୁଲ ପକାଇ  ୨-୩ ମିନିଟ
ଅଳ୍ପ ଆଞ୍ଚରେ ବସାଇ ଏଥିରେ ସୁରିଷ ବଟା ପକାଇ ୨ ମିନିଟ ଫୁଟାଇ ଏଥିରେ ଗୁଡ ଓ ଲୁଣ ପକାଇ ଭଲ ଭାବେ
ଗୋଳାଇ ଦିଅନ୍ତୁ ।   ଧୀର ଆଞ୍ଚରେ ୫ ମିନିଟ ବସାଇ  ପରେ ଏଥିରେ ନଡିଆ କୋରା , ଲଙ୍କା
ଓ ଜୀରା ଗୁଣ୍ଡ , କଳା ଲୁଣ , ଦହି ଅଳ୍ପ ପକାଇ
ଭଲ ଭାବେ ଗୋଳାଇ ଆଞ୍ଚରୁ ବାହାର କରି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ  ଅତି ସୁଆଦିଆ ଓ ହିତକର ଆମ୍ବୁଲ ଦହି । 
