* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Sweets-IceCream Recipe. Show all posts
Showing posts with label Sweets-IceCream Recipe. Show all posts

Apr 10, 2018

ଛେନା ବରା- Chhena Bara (Paneer Dumplings)


ଛେନା ବରା- Chhena Bara (Paneer Dumplings)


ଆବଶ୍ୟକ ସାମଗ୍ରୀ:

ଛେନା – ୫୦୦ ଗ୍ରାମ, ଗୁଜୁରାତି -୧୦ ଗ୍ରାମ , ଘିଅ – ୫୦ ଗ୍ରାମ , ଅଟା-୧୦୦ ଗ୍ରାମ , ରିଫାଇନ ତେଲ -୧ ଲିଟର , କ୍ଷୀର – ୧/୨ ଲିଟର ,  ଚିନି – ୪୦୦ ଗ୍ରାମ

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଛେନାରୁ ଭଲ ଭାବେ ପାଣି ବାହାର କରି ନିଅନ୍ତୁ । ଏବେ ଏଥିରେ ଅଟା , ଗୁଜୁରାତି ଗୁଣ୍ଡ ଓ ଘିଅ ମିଶାଇ ଭଲ ଭାବେ ମିଶାଇ ଚକଟି ନିଅନ୍ତୁ । ଏହାପରେ ଏଥିରେ ଥଣ୍ଡା କ୍ଷୀର ଆସ୍ତେ ଆସ୍ତେ ମିଶାଇ ଗୋଳାନ୍ତୁ ଯେପରି ବରାର ମଣ୍ଡ ପରି ହେବ  । ଏବେ ଅନ୍ୟ ଏକ କରେଇରେ ପାଣିରେ ଚିନି ପକାଇ ରସ ପ୍ରସ୍ତୁତ କରି ରଖନ୍ତୁ । 
ଏବେ କରେଇରେ ତେଲ ଗରମ କରି ଛେନା ମିଶ୍ରଣରୁ ବରା ଭଳି କରି ଛାଣନ୍ତୁ ।  ଦେଖିବେ ଯେପରି ବରାର ଦୁଇ ପାଖ ବାଦାମି ରଙ୍ଗ ହେବ । ତେଲରୁ କାଢି ଚିନି ରସରେ ପକାନ୍ତୁ । କିଛି ସମୟ ପରେ ଏହା ଖାଇବା ପାଇଁ ପ୍ରସ୍ତୁତ ।  ଏବେ ଏ ଛେନା ବରା ଆପଣଙ୍କର ଖାଇବା ପାଇଁ ଖୁବ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟ କର ମଧ୍ୟ ।

Mar 20, 2018

ପଣସ ମଞ୍ଜି ମାଲପୁଆ – Jackfruit seeds Malpuaa



ପଣସ ମଞ୍ଜି ମାଲପୁଆ – Jackfruit seeds Malpuaa

ଆବଶ୍ୟକ ସାମଗ୍ରୀ:

ମଇଦା ୫୦୦ ଗ୍ରାମ , ପଣସ ମଞ୍ଜି ୫୦ ଟି , ଗୋଲମରିଚ ଗୁଣ୍ଡ ୨ ଚାମଚ, ଗୁଡ ୨୫୦ ଗ୍ରାମ , ପାଚିଲା କଦଳୀ ୫ଟି, ପାନମଧୁରୀ ୪ ଚାମଚ , କ୍ଷୀର ୨୫୦ ଗ୍ରାମ   ଛାଣିବା ପାଇଁ ରିଫାଇନ ତେଲ 

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ପଣସ ମଞ୍ଜିରୁ ଚୋପା ଛଡାଇ କାଟି ଗ୍ରାଇଣ୍ଡରରେ ପକାଇ ପେଷ୍ଟ କରି ନିଅନ୍ତୁ ।  ଏହି ବଟାକୁ ମଇଦା ଓ କ୍ଷୀର ସହିତ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏଥିରେ ଗୁଡ , ପାଚିଲା କଦଳୀ , ପାନମଧୁରୀ , ଗୋଲମରିଚ ଗୁଣ୍ଡ ପକାଇ ବହଳିଆ ପିଠଉ ପ୍ରସ୍ତୁତ କରି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଏହାକୁ ଗୋଲ ଗୋଲ କରି ମାଲପୁଆ ଛାଣନ୍ତୁ ।  ଏବେ ପ୍ରସ୍ତୁତ ଆପଣଙ୍କ ପଣସ ମଞ୍ଜି ମାଲପୁଆ ।  ଏହା ଉପରେ କିଛି କାଜୁ ସ୍ଲାଇସ ଦେଇ ପରସନ୍ତୁ ।

Mar 1, 2018

ମଲେଇ କୁଲଫି – Kulfi Ice-cream

ମଲେଇ କୁଲଫି – Kulfi Ice-cream
ଆବଶ୍ୟକ ସାମଗ୍ରୀ:

କ୍ଷୀର  ୧/୨ ଲିଟର , ଚିନି ୪୦ ଗ୍ରାମ , ଖୁଆ  ୧୦୦ ଗ୍ରାମ, କାଜୁ ବାଦାମ ଓ ପେସ୍ତା ୧୦ଟି, ଗୁଜୁରାତି ୫ଟି, ଆରାରୁଟ ବିସ୍କୁଟ ୩-୪ ଟି  ।  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କାଜୁ ଓ ପେସ୍ତାକୁ ଅଳ୍ପ ଭାଜି ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ ।  ଗୁଜୁରାତି ଓ ଆରାରୁଟକୁ ଅଲଗା ଅଲଗା ଗୁଣ୍ଡ କରି ରଖନ୍ତୁ ।  ଏବେ ଏକ ପାତ୍ରରେ  କ୍ଷୀର, ଖୁଆ , କାଜୁ ଓ ପେସ୍ତା କଟା , ବିସ୍କୁଟ ଗୁଣ୍ଡ , ଚିନି, ଗୁଜୁରାତି ଗୁଣ୍ଡ ନେଇ ଭଲ ଭାବେ ମିଶାଇ ମିଶାଇ ଡିପ ଫ୍ରିଜରେ ରଖି ଦିଅନ୍ତୁ । 
ଏହା  ଯେପରି ଅଧା କଠିନ ହୋଇ ଆସିଲେ କାଢି ଗ୍ରାଇଣ୍ଡର ଗ୍ରାଇଣ୍ଡରରେ  ଫେଣ୍ଟି ଦିଅନ୍ତୁ । ଏହାକୁ ଏବେ କୋଲଫି ଛାଞ୍ଚରେ ଭରି ପୁଣି ଫ୍ରିଜରେ ରଖିଦିଅନ୍ତୁ । କୋଲଫି ଟାଣ ହୋଇ ଆସିଲେ ଛାଞ୍ଚକୁ ବାହାରକୁ ଆଣି ହାତରେ ଘୂରାଇ ଘୂରାଇ  କୋଲଫିକୁ ବାହାର କରି ପ୍ଳେଟରେ ପରଶନ୍ତୁ ।   

Feb 20, 2018

ସପୁରୀ ଆଇସକ୍ରିମ – Pineapple Ice-cream

ସପୁରୀ  ଆଇସକ୍ରିମ – Pineapple Ice-cream

ଆବଶ୍ୟକ ସାମଗ୍ରୀ:

ସପୁରୀ – ଅଧା ବା ଫାଳେ , ଚିନି ୫୦ ଗ୍ରାମ, ଗୁଜୁରାତି ଅଳ୍ପ , ଆଇସକ୍ରିମ ଷ୍ଟିକ- ପ୍ଲାଷ୍ଟିକ ବା କାଠରେ  କିମ୍ବା ବାଉଁଶରେ  ଓ ଆଇସକ୍ରିମ ଛାଞ୍ଚ ଓ ଫ୍ରିଜ  ।


ପ୍ରସ୍ତୁତି  ପ୍ରଣାଳୀ  :


ସପୁରୀରୁ ଭଲ ଭାବେ ଚୋପା ଛଡାଇ ଛୁଟ ଛୁଟ ଖଣ୍ଡ କରି କାଟି ରଖନ୍ତୁ ।  ଏବେ ଏହାକୁ ଚିନି ସହ ମିଶାଇ ମିକ୍ସରେ ବାଟି ଦିଅନ୍ତୁ  । ଏହାକୁ ଏକ ପାତ୍ରରେ ଫ୍ରିଜରେ ରଖନ୍ତୁ ।  

ଅଧା ବରଫ ହୋଇଗଲା ବେଳକୁ କାଢି ଆଣି ଗୁଜୁରାତି ଗୁଣ୍ଡ ଅଳ୍ପ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଏବେ ଆଇସକ୍ରିମ ଛାଞ୍ଚରେ ଷ୍ଟିକ ଦେଇ ଏହାକୁ ଫ୍ରିଜରେ ରଖନ୍ତୁ । ୫/୬ ଘଣ୍ଟା ପରେ ଏହା ଟାଣ ହୋଇ ଆସିଲେ ଫ୍ରିଜରୁ ବାହାର କରି ଖାଇବାକୁ  ଦିଅନ୍ତୁ  । 

ଏହା ଘରେ କରି ଖୁଆନ୍ତୁ ଓ ଖାଆନ୍ତୁ  ବହୁତ ଭଲ ଲାଗିବ । 

Feb 10, 2018

ରୋଲ ଫେଣି – Roll PHENI

ରୋଲ ଫେଣି – Roll PHENI
ଆବଶ୍ୟକ ସାମଗ୍ରୀ:

ମଇଦା  ୫୦୦ ଗ୍ରାମ, ଚିନି ୨୫୦ଗ୍ରାମ, ରିଫାଇନ ତେଲ ୫୦୦ ଗ୍ରାମ, ଅରୁଆ ଚାଉଳ ୧୦୦ ଗ୍ରାମ, ଘିଅ ୧୦୦ ଗ୍ରାମ , ଲୁଣ ଅଳ୍ପ ।

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଅଳ୍ପ ଘିଅ ନେଇ ମଇଦାକୁ ଭଲ ଭାବରେ ଚକଟି ଦିଅନ୍ତୁ । ଏହାକୁ ଛୋଟ ଛୋଟ ଗୁଳା କରି ରଖନ୍ତୁ । ଚାଉଳ ଚୂନା ଓ ଘିଅକୁ ଗୋଳାଇ ପେଷ୍ଟ କରି ରଖନ୍ତୁ । ଗୁଳା ଗୋଡିକୁ ପୁରି ଆକାରରେ ବେଲି କରି ରଖନ୍ତୁ ।  ଗୋଟିଏ ପୁରି ଉପରେ ଚାଉଳ ଚୂନାରେ ତିଆରି ହୋଇଥିବା ପେଷ୍ଟକୁ ଲଗାଇ ପୁରିକୁ ସାଇଜ କରି ରୋଲ ଆକାରରେ କରି ରଖନ୍ତୁ । ରୋଲ ଗୋଡିକୁ ଚାରି ଖଣ୍ଡ କରି ରଖନ୍ତୁ ।  ଏବେ କରେଇରେ ରିଫାଇନ ତେଲ  ଗରମ ରୋଲ ଗୋଡିକୁ ଛାଣି ଦିଅନ୍ତୁ । ଚିନିରେ ପାଣି ମିଶାଇ ସିରା ପ୍ରସ୍ତୁତ କରି  ଛଣା ଫେଣିକୁ  ପକାଇ କିଛି ସମୟ ପରେ ସିରାରୁ କାଢି ରଖନ୍ତୁ । 

Jan 1, 2018

ଛେନା ବିସ୍କୁଟ– Paneer Biscuit



ଛେନା ବିସ୍କୁଟ– Paneer Biscuit
ଆବଶ୍ୟକ ସାମଗ୍ରୀ:

ଛେନା ୪୦୦ ଗ୍ରାମ, ମଇଦା ୧୦୦ ଗ୍ରାମ, ଚିନି ଗୁଣ୍ଡ ୧୦୦ ଗ୍ରାମ , ଲୁଣ ଅଳ୍ପ , ଘିଅ ୫୦ ଗ୍ରାମ , ବେକିଂ ପାଉଡର ୧/୨ ଚାମଚ, ରିଫାଇନ ତେଲ ୫୦ ଗ୍ରାମ , କ୍ଷୀର ଅଧା କପ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଛେନାରୁ ପାଣି ଭଲଭାବେ ଚିପୁଡି ଦେଇ ରଖନ୍ତୁ । ଏବେ ଛେନା, ରିଫାଇନ ତେଲ , ଘିଅ , ଲୁଣ ଓ ଗୁଣ୍ଡ ଚିନି ନେଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ଏଥିରେ ବେକିଂ ପାଉଡର ଓ ମଇଦା ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ । 

ଏଥିରେ କ୍ଷୀର ଦେଇ ଭଲ ଭାବେ ଆଉ ଥରେ ଚକଟି ଦିଅନ୍ତୁ । ଏହାକୁ ଛୋଟ ଛୋଟ ଗୋଳା କରି କାଟି ବିସ୍କୁଟ ଭଳି କରି ବେକିଂ ଟ୍ରେରେ  ୧୫ ମିନିଟ ବେକ କରି ଥଣ୍ଡା ହେବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ  ଖାସ୍ତା ଭରା ଛେନା ବିସ୍କୁଟ । ଏହା ସମସ୍ତ ବୟସର ଲୋକ ଖାଇପାରିବେ । 

Dec 10, 2017

ସୁଜି କାକରା –Suji Kaakaraa

ସୁଜି କାକରା –Suji Kaakaraa
ଆବଶ୍ୟକ ସାମଗ୍ରୀ:

ସୁଜି ୫ ୦୦ ଗ୍ରାମ, ଚିନି ୨୦୦ ଗ୍ରାମ, ନଡିଆ ୧ ଟି, ଗୁଜୁରାତି ୪/୫ ଟି, ଛେନା ୨୦୦ ଗ୍ରାମ, ଲୁଣ ସ୍ଵାଦ ଅନୁସାରେ, ଛଣିବା ପାଇଁ ତେଲ ।  


 ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ପାଣି, ଲୁଣ ଓ ଚିନି ପକାଇ ଡେକଚିରେ ଭଲ ଭାବେ ଫୁଟାନ୍ତୁ ।  ପାଣି ଫୁଟିଲେ ସୁଜି ପକାଇ ଜନ୍ତି ନିଅନ୍ତୁ । ଏହାପରେ ଏହାକୁ ଥଣ୍ଡା କରି ଚକଟି ଦିଅନ୍ତୁ । ଏବେ ନଡିଆ କୋରା , ଛେନା , ଚିନି ଓ ଗୁଜରାତି ଗୁଣ୍ଡ ପକାଇ ପୁର ପାଇଁ ଭାଜି ପ୍ରସ୍ତୁତ  କରି ରଖନ୍ତୁ । ଖଳିକୁ ଗୋଲ ଗୋଲ କରି ଭିତରେ ପୁର ଦେଇ କାକରା ପ୍ରସ୍ତୁତ କରି ନିଅନ୍ତୁ । ଏବେ କରେଇରେ ତେଲ ଗରମ କରି ଛାଣି ଦିଅନ୍ତୁ । କାକର ତିଆରି କରିବାକୁ ଯେତିକି ସହଜ , ଖାଇବାକୁ ସେତିକି ସ୍ଵାଦିଷ୍ଟ ଓ ପୁଷ୍ଟିକର  ଏବଂ ସହଜ ହଜମସାଧ୍ୟ । 

Dec 1, 2017

ଲୁଣି ପୋଡପିଠା – Salty Whole Cake (luni podapithaa)

ଲୁଣି ପୋଡପିଠା – Salty Whole Cake (podapithaa)

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ ୨ କି.ଗ୍ରା., ତେଜପତ୍ର  ୪ ଟି, ନଡିଆ ୨ଟି, ଅଦା ଖଣ୍ଡେ , ଗୋଲମରିଚ ୧୫ଟି , ଘିଅ ୨୦୦ ଗ୍ରାମ, ଲୁଣ ସ୍ଵାଦ ଅନୁସାରେ ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଅରୁଆ ଚାଉଳକୁ ଗୁଣ୍ଡକରି ରଖନ୍ତୁ ।  ନଡିଆ ୧ଟି କୋରି କରି ରଖନ୍ତୁ । ଆଉ ଗୋଟେ ନଡିଆ ନେଇ ସରୁ ସରୁ କାଟି ଖଣ୍ଡ କରି ରଖନ୍ତୁ । ଏବେ ଗୋଟିଏ ଡେକଚିରେ ୬ ଗ୍ଲାସ ପାଣି ନେଇ ଫୁଟାଇ ଦିଅନ୍ତୁ ଓ ଏଥିରେ ଚୂନା ପକାଇ ଖଳି ଜନ୍ତି ଦିଅନ୍ତୁ । ଏବେ ଏଥିରେ କଟା ନଡିଆ, ଗୋଲ ମରିଚ ଗୁଣ୍ଡ , ତେଜପତ୍ର ଓ କଟା ଅଦା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଥାଳିରେ କାଢି ଭଲଭାବେ ଚକଟି ଦିଅନ୍ତୁ । ଅନ୍ୟ ଏକ କରେଇରେ କଦଳିପତ୍ର ଦେଇ ଘିଅ ମାରି ଦେବେ ଓ ଖଳିକୁ ଦେଇ ପୁଣି କଦଳୀ ପତ୍ର ଦେଇ ଦିଅନ୍ତୁ । କଦଳୀ ପତ୍ର ଉପରେ ନିଆଁ ଥାଇ ଅଙ୍ଗାର କିମ୍ବା ଘଷି ଦିଅନ୍ତୁ । ଏହାକୁ କମ ଆଞ୍ଚରେ ୨ ଘଣ୍ଟା ଚୂଲିରେ ବସାଇବେ । ଏହାପରେ କଦଳୀ ପତ୍ର କାଢି ସଫା କରି ମୋଟା ମୋଟା ସ୍ଲାଇସ ବା ଖଣ୍ଡ କରି ଖାଇବାକୁ ଦିଅନ୍ତୁ । 
ଏବେ ପ୍ରସ୍ତୁତ ଆପଣଙ୍କ ଗରମା ଗରମ ଲୁଣି ସ୍ଵାଦଯୁକ୍ତ ପୋଡ ପିଠା । ଏହା ଖାଇବାକୁ ବହୁତ ଭଲଲାଗେ । 

Nov 10, 2017

କନ୍ଦମୂଳ କାକରା – Sweet potato Kaakaraa

କନ୍ଦମୂଳ କାକରା – Sweet potato Kaakaraa

ଆବଶ୍ୟକ ସାମଗ୍ରୀ :

ଲାଲ କନ୍ଦମୂଳ -୫୦୦ ଗ୍ରାମ, ଖୁଆ – ୧୦୦ ଗ୍ରାମ, ମଇଦା- ୧୫୦ ଗ୍ରାମ , ଗୁଣ୍ଡ ଚିନି – ୧୦୦ ଗ୍ରାମ, ବେକିଂ ପାଉଡର ଅଧା ଚାମଚ , ଗୁଜରାତି – ୫ ଟି  ।

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଚିନି ଗୁଣ୍ଡ ଓ ଗୁଜରାତି ଗୁଣ୍ଡକୁ ଭଲ ଭାବରେ ମିଶାଇ ରଖନ୍ତୁ ।  ଏବେ କନ୍ଦମୂଳକୁ ପ୍ରେସରରେ ସିଝାଇ ଚୋପା ଛଡାଇ ଅଳ୍ପ ଲୁଣ ଦେଇ ଭଲ ଭାବରେ ଚକଟି ଦିଅନ୍ତୁ । ଏଥିରେ ମଇଦା ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ ।  ଏଥିରେ ପତଳା କରି କାକରା ତିଆରି କରି ନିଅନ୍ତୁ । ଏବେ  କରେଇରେ ତେଲ ଗରମ କରି କାକରା ଛାଣି ଦିଅନ୍ତୁ । 
ଅନ୍ୟ ଏକ କରେଇରେ ଚିନି ଓ ପାଣି ଦେଇ ସିରା ପ୍ରସ୍ତୁତ କରି ରଖନ୍ତୁ । ଏବେ ଅନ୍ୟ ଏକ ଥାଳିରେ କାକରା ଗୋଡିକ ରଖି ତା ଉପରେ ସିରା ଢାଳି ଦିଅନ୍ତୁ  । ଏବେ ପ୍ରସ୍ତୁତ ଆପଣଙ୍କ ସ୍ଵାଦିଷ୍ଟ ବ୍ୟଞ୍ଜନ କନ୍ଦମୂଳ କାକରା । 

Nov 1, 2017

ଚାଉଳ ବୁନ୍ଦି ଖିରି – Rice-Boondi Kheer

ଚାଉଳ ବୁନ୍ଦି ଖିରି – Rice-Boondi Kheer

ଆବଶ୍ୟକ ସାମଗ୍ରୀ :

ଚାଉଳ ୧୦୦ ଗ୍ରାମ, କାଜୁ କିସମିସ -୫୦ ଗ୍ରାମ, କ୍ଷୀର-୫୦୦ ମି. ଲି. , ଗୁଜୁରାତି – ୩ ଟି, ଚିନି -୧୦୦ ଗ୍ରାମ , ତେଜ ପାତ୍ର -୨/୩ ଟି, ଲୁଣ ସ୍ଵାଦ ଅନୁସାରେ । 


ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଚାଉଳକୁ ଚିକ୍କଣ କରି ଭଲ ଭାବେ ବାଟି ରଖନ୍ତୁ ।  ଏଥିରେ ଲୁଣ ପକାଇ ଭଲ କରି ଗୋଳାଇ ଏହାକୁ ବୁନ୍ଦି ଛଣା ଜାଲି ଚଟୁରେ  ବୁନ୍ଦି ଛାଣି ରଖନ୍ତୁ । ଏବେ ଚିନି, କ୍ଷୀର, ଭଜା କାଜୁ ଓ କିସମିସ ଏବଂ ତେଜପତ୍ର ଫୁଟାଇ ଦିଅନ୍ତୁ । ଏଥିରେ ଚାଉଳ ଛଣା ବୁନ୍ଦି ପକାଇ ଫୁଟାନ୍ତୁ । ଶେଷରେ ଗୁଜୁରାତି ପକାନ୍ତୁ । ଥଣ୍ଡା ବା ଉଷୁମ ଉଷୁମ ଖାଇବାକୁ ଦେଇ ପାରନ୍ତି । 

Oct 20, 2017

ଆତ ଖିରି – Custard Apple Kheer

ଆତ ଖିରି – Custard Apple Kheer


ଆବଶ୍ୟକ ସାମଗ୍ରୀ :

ପାଚିଲା ଆତ ୫ଟି, ସିଝା କ୍ଷୀର – ୧ ଲିଟର, ଚିନି – ୧୦୦ ଗ୍ରାମ  ।


ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କ୍ଷୀର ଓ ଚିନି ମିଶାଇ ଭଲଭାବେ ଗରମ କରି ଫୁଟାଇ ଥଣ୍ଡା କରି ରଖନ୍ତୁ ।  ଏହାପରେ ପାଚିଲା ଆତକୁ ମଞ୍ଜି ଛଡାଇ ତାହାର ରସକୁ ବାହାର କରି ରଖନ୍ତୁ । 

ଏବେ ଥଣ୍ଡା କ୍ଷୀର ଓ ଏହି ଆତ ରସକୁ  ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।  ବାସ  ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଆତ ଖିରୀ । ଉପରେ କିଛି କାଜୁ ଓ କିସମିସ ପକାଇ ପାରନ୍ତି ।  
 ଓ ! ସୁନ୍ଦର ଓ ସ୍ଵାଦିଷ୍ଟ ଏବଂ ପରିପୃଷ୍ଟ ଖାଦ୍ୟ  ସାର ଭରା ଆତ ଖିରୀ  । 

Oct 10, 2017

ପୋସ୍ତ ଆରିସା– Poast Aarishaa pitha

ପୋସ୍ତ ଆରିସା– Poast Aarishaa pitha

ଆବଶ୍ୟକ ସାମଗ୍ରୀ :

ଅରୁଆ ଚାଉଳ -୨୫୦ ଗ୍ରାମ , ଚିନି – ୧୦୦ ଗ୍ରାମ , ପୋସ୍ତ- ୫୦ ଗ୍ରାମ , ଛଣା ତେଲ  ।


ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଅରୁଆ ଚାଉଳକୁ ୪/୫ ଘଣ୍ଟା ପାଣିରେ ବତୁରାଇବା ପରେ ଛାଣି ଗୁଣ୍ଡ କରି ରଖନ୍ତୁ । ଏହାପରେ ଚାଉଳ ଗୁଣ୍ଡ ଓ ଚିନି ଭଲଭାବେ ମିଶାଇ ଦେବାପରେ ୪/୫ ଘଣ୍ଟା ଘୋଡାଇ ରଖି ଦିଅନ୍ତୁ ।  

ଏହାପରେ ଏହାକୁ ଚକଟି  ଛୋଟ ଛୋଟ ଗୋଳା କରି ହାତରେ ପୋସ୍ତ ରଖି ଚପା ଚାପି କରି ଆରିସା ପିଠା ପରି କରିବେ ।

 ନଜର ଦେବେ ଯେପରି ପୋସ୍ତ ଭଲଭାବେ ପିଠାରେ ଲାଗି ରହିବ । ଏହାପରେ ତେଲ ଗରମ କରି ପିଠାକୁ ଛାଣି ଦିଅନ୍ତୁ । ଏହାକୁ ଆପଣ ଅଳ୍ପ ଗରମ ଗରମ ଖାଇବାକୁ ଦେଇ ପାରିବେ । 

Jun 10, 2017

ସିଝା ସନ୍ଦେଶ – Steamed Sandesh

ସିଝା ସନ୍ଦେଶ – Steamed Sandesh
ପ୍ରସ୍ତୁତି  ସାମଗ୍ରୀ :

ଛେନା ୨୫୦ ଗ୍ରାମ , ଚିନି ୧୫୦ ଗ୍ରାମ , ଗୁଜୁରାତି ୨ ଗ୍ରାମ , ମଇଦା ୨୫ ଗ୍ରାମ , ଘିଅ ୫୦ ଗ୍ରାମ ।

ପ୍ରଣାଳୀ  :



ଛେନାକୁ ପ୍ରଥମେ ଏକ କପଡ଼ାରେ  ବାନ୍ଧି ପାଣିତକ ବାହାର କରି ରଖନ୍ତୁ ।  ଏହାପରେ ଛେନା , ଚିନି , ଘିଅ , ମଇଦା ଓ ଗୁଜୁରାତି ଗୁଣ୍ଡକୁ  ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ । ଚକଟି ସାରିଲା ପରେ ଏକ ପାତ୍ରରେ ଘିଅ ମାରି ଏହି ମିଶ୍ରଣକୁ ରଖନ୍ତୁ । 

ଏହାପରେ ପ୍ରେସର କୁକରରେ ଅଳ୍ପ ପାଣି ଦେଇ ଏହି ପାତ୍ରଟିକୁ ରଖି ଷ୍ଟିମ କରାଇବେ । ମିଶ୍ରଣଟି ବସିଗଲା ପରେ ଥଣ୍ଡା କରି ରଖନ୍ତୁ ।  ଥଣ୍ଡା ହେଲା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ପପ୍ରସ୍ତୁତ ଆପଣଙ୍କ ମନ ପସନ୍ଦର ମିଠା ସନ୍ଦେଶ । 

Apr 10, 2017

ବୈଶାଖୀ ସ୍ପେଶଲ ବେଲ ପଣା– BEL PANAA

ବୈଶାଖୀ ସ୍ପେଶଲ ବେଲ ପଣା– BEL PANAA

ପ୍ରସ୍ତୁତି  ସାମଗ୍ରୀ  :

ଗୋଟେ  ନଡିଆ ,  ଗୋଟେ ଛୋଟ କଞ୍ଚା  ଆମ୍ବ , କଦଳୀ ଟି , ବସା ଦହି ୨୦୦ ଗ୍ରାମ , ଗୋଟେ ପାଚିଲା ବେଲ ,୫ ଟି ଗୁଜୁରାତି , ୨  ଚାମୁଚ ଗୋଲମରିଚ , ଚିନି କିମ୍ବା ଗୁଡ ମିଠା  ଅନୁଯାଇ


ପ୍ରଣାଳୀ –


ପ୍ରଥମେ  ନଡିଆକୁ  କୋରି ରଖିଦିଅନ୍ତୁ କଞ୍ଚା ଆମ୍ବକୁ ଚୋପା ଛଡାଇ ଛୋଟ ଛୋଟ  କରି  କାଟି ରଖନ୍ତୁ ବେଲକୁ ଫଟେଇ ସେଥିରୁ ସଶ କାଢି ଅଳ୍ପ ପାଣିରେ ଚକଟି ଖଦା ଅଂଶ କାଢି ନିଅନ୍ତୁ । ଏହାପରେ ଏକ ପାତ୍ରରେ ବସା ଦହି ନେଇ ପାଚିଲା କଦଳୀ , କଟା ଆମ୍ବ, ବେଲ ମିଶ୍ରଣ , ନଡିଆକୋର , ଗୁଡ , ଗୋଲମରିଚ ଗୁଣ୍ଡ , ଗୁଜରାତି ଗୁଣ୍ଡ , ପକାଇ ଭଲଭାବରେ ମିଶାଇ ଦିଅନ୍ତୁ । ଏବେ ଏଥିରେ  ଆବଶ୍ୟକ ଅନୁସାରେ ପାଣି ଦେଇ ଭଲ ଭାବେ ସରବତ ପରି ଫେଣ୍ଟି ଦିଅନ୍ତୁ ।  ଏବେ ଆପଣଙ୍କ ସ୍ଵାଦିଷ୍ଟ ବେଲ ପଣା ପ୍ରସ୍ତୁତ । ଏହାକୁ ୧ -୨ ଘଣ୍ଟା ଫ୍ରିଜରେ ରଖି ମଧ୍ୟ ପିଇ ବାକୁ ଦିଅନ୍ତୁ । 

Feb 1, 2017

ମଲାଇ ଲଡୁ -MALAAI LADDOO

 ମଲାଇ ଲଡୁ -MALAAI LADDOO

ପ୍ରସ୍ତୁତି  ସାମଗ୍ରୀ – 

୧ କପ ବହଳିଆ ଗାଈ କ୍ଷୀର , ୨୫୦ ଗ୍ରାମ ଭଲ ଛେନା , ୧ ଚାମଚ ଗୋଲାପ ଜଳ , ୪ ଟି ଗୁଜରାତି , ପିସ୍ତା ବାଦାମ ୪/୫ ପିସ ଓ  କେଶର କିଛି ।

ପ୍ରଣାଳୀ –


ପ୍ରଥମେ ଛେନାକୁ ଏକ ପାତ୍ରରେ ନେଇ ହାତରେ ଭଲ ଭାବେ ଚକଟି ଚାଲନ୍ତୁ । ନଜର ଦିଅନ୍ତୁ ଯେପରି ଏହା କ୍ରିମ ପରି ହୋଇ ଯିବ । ଏହାପରେ ଛେନାକୁ ଏକ ପ୍ୟାନରେ ବହଳିଆ କ୍ଷୀର ଦେଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ । 
ଏହା ଟାଣ  ଟାଣ ହୋଇ ଆସିଲେ  କିଛି ସମୟ ପରେ ଗୋଲାପ ଜଳ  ଦେଇ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହୋଇ ଆସିଲେ  ଛୁଟ ଛୁଟ ବଲ ପରି ଗୋଲ ଗୋଲ ଲଡୁ ପରି କରି ଦିଅନ୍ତୁ । ଏଥିରେ ଗୁଜରାତି , ପିସ୍ତା ଖଣ୍ଡ ଓ କେଶର ପକାନ୍ତୁ । ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ଓ ପୁଷ୍ଟିକର । 

Jan 1, 2017

ଚିତ୍ରକୁଟ – Chitrakut

ଚିତ୍ରକୁଟ – Chitrakut
ପ୍ରସ୍ତୁତି  ସାମଗ୍ରୀ – 

ଦୁଧ ଛେନା – ୨୫୦ ଗ୍ରାମ , ଚିନି – ୧୦୦ ଗ୍ରାମ , ଖୁଆ – ୫୦ ଗ୍ରାମ , ବେକିଂ ପାଉଡର -୫ ଗ୍ରାମ , ମଇଦା – ୨୫ ଗ୍ରାମ, ରିଫାଇନ ତେଲ – ୫୦୦ ଗ୍ରାମ, ଗୁଜରାତି – ୫ ଗ୍ରାମ ।

ପ୍ରଣାଳୀ –


ପ୍ରଥମେ ଛେନାରୁ ପାଣି ଭଲଭାବେ ଛଡାଇ ରଖନ୍ତୁ ।  ଛେନାରେ ମଇଦା , ଖୁଆ , ଗୁଜରାତି ଓ ବେକିଂ ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଭଲ ଭାବେ ଚକଟି ଦିଅନ୍ତୁ ।  ଏହାପରେ ଏହି ମିଶ୍ରଣକୁ ଏକ ପ୍ଲେଟରେ ଭଲଭାବେ ଚାପି ଚାପି ରଖନ୍ତୁ ଯେପରି ଖଣ୍ଡ ଖଣ୍ଡ କରି କାଟି ହେବ । ଏହାକୁ ଛୁଟ ଛୁଟ ଖଣ୍ଡ କରି କାଟନ୍ତୁ ।  ଚିନିରେ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ ।  ଅନ୍ୟ ଏକ କରେଇରେ  ତେଲ ଦେଇ ଗରମ କରନ୍ତୁ ।  ତେଲ ଭଲ ଭାବେ ଗରମ ହେଲେ ଏଥିରେ ଖଣ୍ଡ ଖଣ୍ଡ ଛେନା ମିଶ୍ରଣକୁ ପକାଇ ବାଦାମି ରଙ୍ଗ ପର୍ଯ୍ୟନ୍ତ ଛାଣି ତାକୁ କ୍ଷୀର ମଧ୍ୟରେ ପକାଇ ଦିଅନ୍ତୁ ।  କିଛି ସମୟ ଛାଡି ଦିଅନ୍ତୁ ।  ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଚିତ୍ରକୁଟ ମିଠା ।  ଏବେ ସ୍ଵାଦ ନିଅନ୍ତୁ ଓ ଅନ୍ୟକୁ ଦିଅନ୍ତୁ ।  ନିଶ୍ଚିତ କହିବେ ଆଃ କି ସ୍ଵାଦିଷ୍ଟ  !

Dec 10, 2016

ଅଟା ହାଲୁଆ –Wheat Flour Halwa

ଅଟା ହାଲୁଆ –Wheat Flour Halwa 
ପ୍ରସ୍ତୁତି  ସାମଗ୍ରୀ – 
ଅଟା ୧୫୦ ଗ୍ରାମ , ଚିନି ୧୦୦ ଗ୍ରାମ , ଛୋଟ ଛୋଟ କାଜୁ ୧୫ ଟି , ଘିଅ ଆବଶ୍ୟକ ଅନୁସାରେ , ଲମ୍ବା ସ୍ଲାଇସ ପେସ୍ତା ୧୦ ଟି , କିସମିସ ୫ ଟି, ଛେଚା ହୋଇଥିବା ୫ ଟି ଅଳେଇଚ

ପ୍ରଣାଳୀ –


ପ୍ରଥମେ କରେଇରେ ଘିଅ ଗରମ କରି ଏଥିରେ ଅଟା ପକାଇ ବାଦାମି ରଙ୍ଗ  ହେବା ପର୍ଯ୍ୟନ୍ତ ଧିରେ ଧିରେ ଭାଜନ୍ତୁ ଏହାପରେ ଅଟା ପରିମାଣ ଦେଖି ତିନି ଗୁଣା ପାଣି ଦିଅନ୍ତୁ ଏଥିରେ  ଚିନି ପକାଇ  ଘାଣ୍ଟନ୍ତୁ ଏହାପରେ  ଏଥିରେ କଟା ଯାଇଥିବା କାଜୁ ଓ କିସମିସ ପକାଇ ଆଞ୍ଚ କମ କରି ଘାଣ୍ଟନ୍ତୁ ଗାଢ ରଙ୍ଗ ହୋଇ ଆସିଲେ ଏଥିରେ କିଛି ଘିଅ ପକାଇ  ଏକ ପାତ୍ରକୁ କାଢି ଦିଅନ୍ତୁ ଘାଣ୍ଟନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ସ୍ଵାଦିଷ୍ଟ ଅଟା ହଲୱା  ଏହା ଉପରେ କାଜୁ ଓ ପେସ୍ତା ଖଣ୍ଡ ଦେଇ ପରସନ୍ତୁ

Nov 20, 2016

ବିରି ଡାଲି କାକରା – Black Gram Kakra

ବିରି ଡାଲି କାକରା – Black Gram Kakra
ପ୍ରସ୍ତୁତି  ସାମଗ୍ରୀ – 

ବିରି ଡାଲି ୩୦୦ ଗ୍ରାମ , ଚାଉଳ ଚୂନା ୧୫୦ ଗ୍ରାମ , ଖୁଆ ୧୦୦ ଗ୍ରାମ , ଗୁଣ୍ଡ ଚିନି ୧୫୦ ଗ୍ରାମ, ଗୁଜରାତି ୫ ଟି , ଅଦା ଛୋଟ ଖଣ୍ଡେ , ପାନମହୁରୀ ୨ ଚାମଚ , ତେଲ ଆବଶ୍ୟକ ଅନୁସାରେ , କଞ୍ଚା ଲଙ୍କା ୫ ଟି   

 ପ୍ରଣାଳୀ –


ପ୍ରଥମେ ବିରି ଡାଲିକୁ କରେଇରେ ଅଳ୍ପ ଭାଜି ପାଣି ଦେଇ ପ୍ରେସର କୁକରରେ ସିଝାଇ ରଖନ୍ତୁ ନଜର ରଖିବେ ଯେପରି ଡାଲି ଅଧିକ ସିଝି ଯିବ ନାହିଁ  କିମ୍ବା ବେଶୀ ପାଣିଆ ହେବ ନାହିଁ ଏହାପରେ ସିଝା ଡାଲି , ମହୁରୀ , ଅଦା ଓ କଞ୍ଚା ଲଙ୍କାକୁ ଭଲଭାବେ ବାଟି ରଖନ୍ତୁ   ଏହି ବଟାରେ ଚାଉଳ ଚୂନା , ଲୁଣ  ଓ ଅଳ୍ପ ଚିନି , ଖୁଆ , ଗୁଜରାତି ମିଶାଇ ଭଲଭାବେ ମିଶାଇ ରଖନ୍ତୁ ଏବେ ଏହି ମିଶ୍ରଣରେ ମଣ୍ଡାପିଠା ପରି ଗଢନ୍ତୁ ଓ ଭିତରେ ଖୁଆ ପୁର ଦିଅନ୍ତୁ ବର୍ତ୍ତମାନ    କରେଇରେ ତେଲ ଗରମ କରି ଏହାକୁ ପିଠା ପରି ଛାଣି ଦିଅନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ଅତିପ୍ରିୟ ବିରିଡାଲି କାକର ଏହାକୁ ସବୁବେଳେ ଗରମ ଗରମ ଖାଇବାକୁ ଦେଲେ ଖୁବ ସୁସ୍ଵାଦୁ ଲାଗିବା