* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Sweets-IceCream Recipe. Show all posts
Showing posts with label Sweets-IceCream Recipe. Show all posts

Oct 10, 2016

ଫେଣି - PHENI (Sweet)

ଫେଣି - PHENI (Sweet)
ପ୍ରସ୍ତୁତି  ସାମଗ୍ରୀ – 

ଫେଣି ପ୍ରସ୍ତୁତି ପାଇଁ ମଇଦା -୩୦୦ ଗ୍ରାମ , ଚିନି -୧୦୦ ଗ୍ରାମ , ଚାଉଳ ଚୂନା ୫୦ ଗ୍ରାମ , ରିଫାଇନ ତେଲ -୩୦୦ ଗ୍ରାମ , ଘିଅ ୫୦/୬୦ ଗ୍ରାମ , ଲୁଣ ଆବଶ୍ୟକ ଅନୁସାରେ , ଜୁଆଣୀ ଅଳ୍ପ

ପ୍ରଣାଳୀ -

ପ୍ରଥମେ ମଇଦାରେ ଅଳ୍ପ ଘିଅ ଦେଇ ଅଳ୍ପ ଜୁଆଣୀ ନେଇ ଭଲଭାବରେ ଚକଟି ଦିଅନ୍ତୁ ଏହାପରେ ଛୋଟ ଛୁଟ ଗୋଳା କରି କରି ରଖନ୍ତୁ ଚାଉଳ ଚୂନା ଓ ଘିଅକୁ ଭଲ ଭାବରେ ଗୋଳାଇ ପେଷ୍ଟ କରି ରଖନ୍ତୁ ମଇଦା ଗୋଳାକୁ ପୂରି ଆକାରରେ ବେଲି କରି ତା ଉପରେ  ଚାଉଳ ପେଷ୍ଟକୁ ଲଗାଇ ରୋଲ ଆକାରରେ କରି ରଖନ୍ତୁ ଏହି ରୋଲକୁ ଚାରି ଖଣ୍ଡ କରି ରଖନ୍ତୁ କରେଇରେ ରିଫାଇନ ତେଲ ଗରମ କରି ରୋଲଗୁଡିକୁ ଛାଣି ଦିଅନ୍ତୁ ଚିନିରେ ପାଣି ମିଶାଇ ସିରା କରି ଏଥିରେ ଫେଣିଗୁଡିକୁ ବୁଡାଇ ଅନ୍ୟ ଏକ ଥାଳିରେ କାଢି ରଖନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଫେଣି । 

Oct 1, 2016

ନଡିଆ କାକରା- COCONUT KAAKARAA

ନଡିଆ କାକରା- COCONUT KAAKARAA

ପ୍ରସ୍ତୁତି  ସାମଗ୍ରୀ – 

ମଇଦା ୨୫୦  ଗ୍ରାମ , ନଡିଆ ୧ ଟି (କୋରା ହୋଇଥିବ ), ଲୁଣ ସ୍ଵାଦ ଅନୁସାରେ , ରିଫାଇନ ତେଲ ଛାଣିବା ପାଇଁ , ଗୁଡ ୨୦୦ ଗ୍ରାମ , ଗୁଜରାତି ୩ ଟି, ଗୋଲମରିଚ ୬ /୭ ଟି   

ପ୍ରଣାଳୀ  -


ପ୍ରଥମେ ନଡିଆ କୋରା , ଗୋଲମରିଚ ଓ ଗୁଜରାତି ଗୁଣ୍ଡ ମିଶାଇ ଭାଜି କରି ରଖନ୍ତୁ କରେଇରେ  ପାଣି ନେଇ ଅଳ୍ପ ଲୁଣ ପକାଇ  ମଇଦା ପକାଇ ଖଳି କରି ରଖନ୍ତୁ ପ୍ରଥମେ ମଇଦା ଖଳି ଥଣ୍ଡା କରି ଚକଟି ନିଅନ୍ତୁ ଏବେ ଏହାକୁ ପିଠା ପରି କରି ନଡିଆ ପୁର ଦେଇ ପିଠାକୁ ରେଫାଇନ ତେଲରେ ଛାଣି ଦିଅନ୍ତୁ  ଅନ୍ୟ ଏକ କରେଇରେ  ଗୁଡ ସିରା କରି ଗରମ ସିରାରେ କିଛି ସମୟ ପକାଇ ରଖନ୍ତୁ ଏହା  ବହୁତ ନରମ ହୋଇଯାଏ ଏହା ଅଟାରେ ମଧ୍ୟ କରି ପାରନ୍ତି   ଏହା ପିଲାଠାରୁ ବୃଦ୍ଧଲୋକ ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଭଲ ପାଆନ୍ତି । 

Aug 1, 2016

କଞ୍ଚା ଆମ୍ବ ସରବତ - GREEN MANGO SARBAT

କଞ୍ଚା ଆମ୍ବ ସରବତ - GREEN MANGO SARBAT
ସାମଗ୍ରୀ:-

କଞ୍ଚା ଆମ୍ବ ୨ଟି, ଭଜା ଜୀରା ପାଉଡର ୨ ଚାମଚ , ଗୋଲ ମରିଚ ଗୁଣ୍ଡ ୧ ଛୋଟ ଚାମଚ , ଚିନି ଓ ବିଟ ଲୁଣ ସ୍ଵାଦ ଅନୁସାରେ , ପୋଦିନା ପତ୍ର ୨୦ /୨୫ ଟି 


ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ ଆମ୍ବକୁ ଧୋଇ ମଝିରୁ କାଟି ଟାକୁଆ / କୋଇଲି ବାହାରକରି ରଖନ୍ତୁ  ପ୍ରେସର କୁକରରେ ଅଳ୍ପ ପାଣି ଦେଇ ଆମ୍ବକୁ ସିଝାଇ ନିଅନ୍ତୁ ଅଳ୍ପ ଥଣ୍ଡା ହେଲାପରେ ଆମ୍ବରୁ ଚୋପା ଛଡାଇ ରଖନ୍ତୁ ଏହାପରେ ସିଝା ଆମ୍ବ , ପୋଦିନା ପତ୍ର , ବିଟ ଲୁଣ ପକାଇ ବ୍ଲେଣ୍ଡ କରିନିଅନ୍ତୁ ବ୍ଲେଡିଙ୍ଗ ହୋଇଥିବା ପେଷ୍ଟରେ ୧ ଲିଟର  ପାଣି ମିଶାଇ ଛାଣି ରଖନ୍ତୁ ଏହାପରେ ଏଥିରେ ଗୋଲମରିଚ ଓ ଜୀରା ଗୁଣ୍ଡ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ ସ୍ଵାଦ ଅନୁସାରେ ଚିନି ଓ ବିଟ ଲୁଣ ପକାଇ ଫେଣ୍ଟି ନିଅନ୍ତୁ ଉପରେ ଅଳ୍ପ ପୋଦିନା ପତ୍ର ଓ ଆବଶ୍ୟକ ହେଲେ ବରଫ ଖଣ୍ଡ ପକାଇ ପରସନ୍ତୁ ଏହା ଦେହ ପାଇଁ ଅତ୍ୟନ୍ତ ଉପକାରୀ ଓ ସ୍ଵାଦିଷ୍ଟ ମଧ୍ୟ ପ୍ରଥମେ ଏହାକୁ GREEN SWEET DRINKS କହିପାରିବା

Jul 10, 2016

ଖଜୁରୀ ପାଉଁରୁଟି - DATES BREAD

ଖଜୁରୀ  ପାଉଁରୁଟି  - DATES BREAD
ସାମଗ୍ରୀ:-

ଖଜୁରୀ କୋଳି-୧୦୦ ଗ୍ରାମ , ଚିନି -୫୦ ଗ୍ରାମ , ବେକିଂ ପାଉଡର – ୧ ଚାମଚ , ମଇଦା -୨୦୦ ଗ୍ରାମ , ରିଫାଇନ ତେଲ -୫୦ ଗ୍ରାମ , ଚିନାବାଦାମ  ମଞ୍ଜି -୫୦ ଗ୍ରାମ

ପ୍ରସ୍ତୁତି  ପ୍ରଣାଳୀ:

ଖଜୁରୀ କୋଳିକୁ ୧ ଘଣ୍ଟା ପାଣିରେ ଭିଜାଇ ରଖ ଚିନାବାଦାମକୁ ଶୁଖିଲା କରେଇରେ ଭାଜି ଲାଲ ହୋଇଗଲେ ଚୋପା ଛଡାଇ ଧଳା ମଞ୍ଜି ବାହାର କରି ରଖନ୍ତୁ ମଇଦା ଓ ବେକିଂ ପାଉଡର ମିଶାଇ ଭଲଭାବେ ଗୋଳାଇ ରଖନ୍ତୁ ଖଜୁରିକୋଳି ଚକଟି ମଞ୍ଜି ବାହାର କରି ରଖନ୍ତୁ ଏହାପରେ ମଇଦା , ଚିନି , ତେଲ , କୋଳି ଭଜା , ଆବଶ୍ୟକ ହେଲେ ଅଳ୍ପ ପାଣି ଦେଇ  ଭଲଭାବେ  ଗୋଳାଇ ଦିଅନ୍ତୁ ଓଭନ ପାତ୍ରରେ ତେଲମାରି ଗରମ ହେଲାପରେ ଏହାକୁ ଅଧାଘଣ୍ଟା ବେକିଂ କରି ଦିଅନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ  ଖଜୁରୀ  ପାଉଁରୁଟି  ଥଣ୍ଡା  କରି କାଟି ଖାଆନ୍ତୁ ଓ ଖୁଆନ୍ତୁ ଏହା ବହୁତ ସ୍ଵାଦଯୁକ୍ତ ଓ ଶକ୍ତି ଦାୟାକ ମଧ୍ୟ   

Jun 20, 2016

ଛୁଞ୍ଚିପତ୍ର ପିଠା – CHUNCHIPATRA PITHAA

ଛୁଞ୍ଚିପତ୍ର ପିଠା – CHUNCHIPATRA  PITHAA

ସାମଗ୍ରୀ:-

ବସୁମତୀ ଅରୁଆ ଚାଉଳ -୩୦୦ ଗ୍ରାମ , ନଡିଆ ୧ ଫାଳ, ଗୁଜରାତି ୫ଟି , ଚିନି ୧୦୦ ବା ୧୫୦ ଗ୍ରାମ, ଲୁଣ ସ୍ଵାଦ ଅନୁସାରେ

ପ୍ରସ୍ତୁତି  ପ୍ରଣାଳୀ:

ଅରୁଆ ଚାଉଳକୁ କିଛି ସମୟ ପାଣିରେ ଭିଜାଇ ଚିକ୍କଣ ( ପାଣିଆ) କରି ବାଟି ରଖନ୍ତୁ ନଡିଆ କୋରି , ଚିନି ଓ ଗୁଜରାତି ଗୁଣ୍ଡ ମିଶାଇ ରଖନ୍ତୁ  ତାୱା ଗରମ କରି ତେଲ ପକାଇ ତେଲ ଚାରିଆଡେ ଠିକ ଭାବରେ ଲାଗିବା ପାଇଁ ବାଇଗଣ ଭୁଣ୍ଡିରେ ବା ଛୋଟ କପଡାରେ ଘଷି ଦିଅନ୍ତୁ ସ୍ଵାଦ ଚାଉଳ ବଟାକୁ ଲୁଣ ପକାଇ ଗୋଳାଇ ରଖନ୍ତୁ  ଏକ ସଫା ଧଳା କପଡାକୁ  ଏହି ପିଠଉରେ ବୁଡାଇ ତାୱା ଉପରେ ପତଳା କରି ମାରି ଦିଅନ୍ତୁ  କିମ୍ବା ତାୱା ଉପରେ ଗୋଟିଏ ଯୁକ୍ତ ଚିହ୍ନ ଓ ଗୋଟିଆ ଗୁଣନ ଚିହ୍ନ ଭଳି ଥୁଆନ୍ତୁ ଦେଖିବେ ଗୋଲ ପିଠା ପରି ହୋଇଯିବ ଉପରେ ନଡିଆ ପୁର ଦେଇ ଚାରି ଭାଙ୍ଗ କରି ପୁରକୁ ଢାଙ୍କି ଦିଅନ୍ତୁ  ଚାରିକଡେ ଘିଅ ବୁଲାଇ ପିଠାକୁ କାଢି ରଖନ୍ତୁ ଏହା ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ।  ଏହାକୁ ଖାଲି କିମ୍ବା ମଟର ତରକାରୀ ସହ ଖାଇ ପାରିବେ । 

Jun 1, 2016

ଛେନା ପୁରଦିଆ ବୁଢାଚକୁଳି – Chhenaa Budhaa Chakuli

ଛେନା ପୁରଦିଆ  ବୁଢାଚକୁଳି – Chhenaa Budhaa Chakuli

ସାମଗ୍ରୀ:-

ଅରୁଆ ଚାଉଳ ୨୫୦ ଗ୍ରାମ , ବିରିଡାଲି -୧୫୦ ଗ୍ରାମ , ଦହିଛେନା -୧୫୦ ଗ୍ରାମ , ନଡିଆ -୧ଫାଳ , ଗୁଡ -୫୦/୬୦ ଗ୍ରାମ , ଲୁଣ – ସ୍ଵାଦ ଅନୁସାରେ , ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି  ପ୍ରଣାଳୀ:


 ଅରୁଆ ଚାଉଳ ଓ ବିରିଡାଲିକୁ ୫/୬ ଘଣ୍ଟାଭିଜାଇ ଦିଅନ୍ତୁ ବିରିରୁ  ଚୋପା ଛଡାଇ ଦିଅନ୍ତୁ , ଅରୁଆ ଚାଉଳକୁ ଧୋଇ ଛାଣି ଦିଅନ୍ତୁ ବିରି ଓ ଚାଉଳ ମିଶାଇ ଚିକ୍କଣ କରି ବାଟି ରଖନ୍ତୁ ନଡିଆ କୋରି ଦିଅନ୍ତୁ ଗୁଡ ,ଛେନା ଓ ନଡିଆ ସହିତ ପୁରା ତିଆରି କରନ୍ତୁ ତାୱା ଗରମ କରି ତେଲ ପକାନ୍ତୁ ଗରମ ତାୱାରେ  ପିଠଉ ଚକୁଳି ପରି ଢାଳନ୍ତୁ ଛେନା ପୁରା ଦେଇ ପୁଣି ପିଠଉ ଦେଇ ପିଠାକୁ ଘୋଡାଇ ଦିଅନ୍ତୁ ଅଳ୍ପ ଆଞ୍ଚରେ  ରଖନ୍ତୁ ଚାରିକଡରେ  ତେଲ ବୁଲାଇ ଦିଅନ୍ତୁ ପିଠା ହୋଇଗଲେ କାଢି ରଖନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ଛେନା ପୁରଦିଆ  ବୁଢାଚକୁଳି ଏହାକୁ କାଟି ଖାଇବାକୁ ଦିଅନ୍ତୁ ଓ ଓଡିଆ ଘରର ସ୍ଵାଦ ଅନୁଭବ କରନ୍ତୁ । 

May 20, 2016

ଗାଜର ମଣ୍ଡା – Carrot Mandaa

ଗାଜର ମଣ୍ଡା – Carrot Mandaa

ସାମଗ୍ରୀ:-

ସୁଜି ୨୫୦ ଗ୍ରାମ , ଗାଜର ୪/୫ଟି, ଚିନି ୫୦ ଗ୍ରାମ , କାଜୁ ଓ କିସମିସ ୨୦ଟି , ଗୁଜରାତି ୫ଟି , ଲୁଣ ସ୍ଵାଦ ଅନୁସାରେ , ଘିଅ ୫୦ ଗ୍ରାମ

ପ୍ରସ୍ତୁତି  ପ୍ରଣାଳୀ:


ଗାଜରକୁ ଭଲଭାବେ ଧୋଇ ଚୋପା ଛଡାଇ କୋରି ଦିଅନ୍ତୁ କରେଇରେ ଘିଅ ପକାଇ ଗାଜର କୋରାକୁ ଭାଜନ୍ତୁ ଭଲଭାବେ  ଭାଜି ହେଲାପରେ ଚିନି , କାଜୁ , କିସମିସ , ଗୁଜରାତି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ ଏହାପରେ ଅନ୍ୟ ଏକ କରେଇରେ ଲୁଣ ଓ ପାଣି ଦେଇ ସୁଜିକୁ ଯନ୍ତୀ ଦିଅନ୍ତୁ ଏହାକୁ ଥଣ୍ଡା କରି ଭଲଭାବେ ଚକଟି ଦିଅନ୍ତୁ ମଣ୍ଡା ପିଠା ପରି ଗଢି ରଖନ୍ତୁ ଗାଜରକୁ  ପୁର ପରି ଦେଇ ମଣ୍ଡାକୁ ହଲକା ଘିଅରେ ଭାଜି ଦିଅନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ମନ ପସନ୍ଦର ଗାଜର ମଣ୍ଡା । 

Apr 10, 2016

ଜିଞ୍ଜର ବିସ୍କୁଟ - GINGER BISCUIT

ଜିଞ୍ଜର ବିସ୍କୁଟ - GINGER BISCUIT
ସାମଗ୍ରୀ:-

ମଇଦା ୨୫୦ ଗ୍ରାମ , ବଟର  ୧୫୦ ଗ୍ରାମ, ଗୁଣ୍ଡ ଚିନି ୧୫୦ ଗ୍ରାମ, କ୍ଷୀର ୨ ଚାମଚ , ଶୁଣ୍ଠି (ଶୁଖିଲା ଅଦା ) –ଗୁଣ୍ଡ ୨/୩ ଚାମକ ,  ଲୁଣ ସ୍ଵାଦ ଅନୁସାରେ



ପ୍ରସ୍ତୁତି  ପ୍ରଣାଳୀ:


ମଇଦା ଓ ଶୁଣ୍ଠି ଗୁଣ୍ଡକୁ ଭଲଭାବରେ ମିଶାଇ ଦିଅନ୍ତୁ ଏଥିରେ ବଟର, କ୍ଷୀର , ଲୁଣ ଦେଇ ଭଲଭାବରେ ଫେଣ୍ଟି ଦିଅନ୍ତୁ ଏବେ ସେଥିରେ ମଇଦା ମିଶ୍ରଣକୁ ଦେଇଚକଟି ଦିଅନ୍ତୁ । ଏହାକୁ ମୋଟା ମୋଟା ବେଲି ଗୋଲ ଗୋଲ କାଟି ଦିଅନ୍ତୁ । ବିସ୍କୁଟ ବେକିଂ ଟ୍ରେରେ ଘିଅ ମାରି ବେକିଂ କରନ୍ତୁ ହେଇଗଲା ପରେ  ଥଣ୍ଡା କରି ରଖିଦିଅନ୍ତୁ ଏହା  ଖୁବ ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ଥଣ୍ଡା ଜ୍ଵର , ହଜମ ଶକ୍ତି ତଥା କ୍ୟାନସର ପାଇଁ ମହୋଷଧି ପରି ଅଟେ । 

Apr 1, 2016

ବେସନ ବରଫି – BESAN BARFI

ବେସନ ବରଫି – BESAN BARFI

ସାମଗ୍ରୀ:-

୫୦୦ ଗ୍ରାମ ବେସନ , ଚିନି ୨୫୦ ଗ୍ରାମ , ୫୦ ଗ୍ରାମ ଖୁଆ , ୧୦ ଗ୍ରାମ ପତଳା ପତଳା କରି କଟା  ହୋଇଥିବା ଆଲମଣ୍ଡ ବାଦାମ , ୨ ଚାମଚ ଗୁଜରାତି , ୨୫୦ ଗ୍ରାମ ଘିଅ


ପ୍ରସ୍ତୁତି  ପ୍ରଣାଳୀ:


ପ୍ରଥମେ ୫୦୦ ଗ୍ରାମ ବେସନ ନେଇ ୧୫୦ ଗ୍ରାମ ଘିଅ ଦେଇ ଗୋଳାଇ ଦିଅନ୍ତୁ । କରେଇରେ ୧୦୦ ଗ୍ରାମ ଘିଅ ପକାଇ ଗରମ କରନ୍ତୁ ଘିଅ ଗରମ ହେଇଗଲେ ଏଥିରେ ରଖନ୍ତୁ ଏହା ଥଣ୍ଡା ହେବାକୁ ଦିଅନ୍ତୁ ଅନ୍ୟ ଏକ କରେଇରେ ତାର ଭଳି ଚିନି ସିରା ପ୍ରସ୍ତୁତ କରନ୍ତୁ ଏଥିରେ ଭଜା ବେସନ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏକ ଷ୍ଟିଲ ପ୍ଳେଟରେ ଏହି ମିଶ୍ରଣକୁ ଢାଳି ଦିଅନ୍ତୁ ଓ ସମାନ ଭାବେ ସମତୁଲ କରନ୍ତୁ ଉପରେ କଟା ପିସ୍ତା ଖଣ୍ଡ ପକାଇ ଦିଅନ୍ତୁ ଏହା ସମ୍ପୂର୍ଣ ଥଣ୍ଡା ହେଇଗଲାପରେ,  ଇଚ୍ଛା ମୁତାବକ କାଟି ଖାଇବାକୁ ପରସନ୍ତୁ । 

Mar 1, 2016

ସପୁରୀ–ଛେନା ସନ୍ଦେଶ-PINEAPPLE PANEER SANDESH

ସପୁରୀ –ଛେନା ସନ୍ଦେଶ -  PINEAPPLE PANEER SANDESH
ସାମଗ୍ରୀ:-

ଚକଟା ହୋଇଥିବା ଛେନା ୨୫୦ ଗ୍ରାମ , ସପୁରୀ ୬ ପିସ , ୨ ଚାମଚ ଚିନି ଗୁଣ୍ଡ  , କେସର ସାମାନ୍ୟ , କାଜୁ ବାଦାମ ଓ ପିସ୍ତା ବାଦାମ କିଛି

                             
ପ୍ରସ୍ତୁତି  ପ୍ରଣାଳୀ:



ଚିନି ଗୁଣ୍ଡରେ  ଚକଟା ହୋଇଥିବା ଛେନାକୁ ଭଲ ଭାବରେ ମିଶାନ୍ତୁ ଏହି  ମିଶ୍ରଣକୁ ସପୁରୀ ଖଣ୍ଡ ଉପରେ ରଖନ୍ତୁ ଏହା ଉପରେ କେସର , କାଜୁ ଓ ପିସ୍ତା ପକାନ୍ତୁ ଏହାପରେ  ଏହାକୁ ଫ୍ରୀଜରେ  ରଖନ୍ତୁ ଅଧା ଘଣ୍ଟା ପରେ ଫ୍ରୀଜରୁ କାଢି ଖାଇବାକୁ ଦିଅନ୍ତୁ ।