ଛେନା ବିସ୍କୁଟ– Paneer
Biscuit
ଆବଶ୍ୟକ ସାମଗ୍ରୀ:
ଛେନା ୪୦୦ ଗ୍ରାମ, ମଇଦା ୧୦୦ ଗ୍ରାମ, ଚିନି ଗୁଣ୍ଡ ୧୦୦ ଗ୍ରାମ , ଲୁଣ ଅଳ୍ପ , ଘିଅ ୫୦ ଗ୍ରାମ , ବେକିଂ
ପାଉଡର ୧/୨ ଚାମଚ, ରିଫାଇନ ତେଲ ୫୦ ଗ୍ରାମ ,
କ୍ଷୀର ଅଧା କପ ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଛେନାରୁ ପାଣି ଭଲଭାବେ ଚିପୁଡି ଦେଇ ରଖନ୍ତୁ । ଏବେ ଛେନା, ରିଫାଇନ ତେଲ , ଘିଅ , ଲୁଣ ଓ ଗୁଣ୍ଡ ଚିନି ନେଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ଏଥିରେ ବେକିଂ ପାଉଡର ଓ
ମଇଦା ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ ।
ଏଥିରେ କ୍ଷୀର ଦେଇ ଭଲ ଭାବେ ଆଉ ଥରେ ଚକଟି ଦିଅନ୍ତୁ ।
ଏହାକୁ ଛୋଟ ଛୋଟ ଗୋଳା କରି କାଟି ବିସ୍କୁଟ ଭଳି କରି ବେକିଂ ଟ୍ରେରେ ୧୫ ମିନିଟ ବେକ କରି ଥଣ୍ଡା ହେବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ
ଆପଣଙ୍କ ପ୍ରିୟ ଖାସ୍ତା ଭରା ଛେନା ବିସ୍କୁଟ । ଏହା
ସମସ୍ତ ବୟସର ଲୋକ ଖାଇପାରିବେ ।