ମଲାଇ ଲଡୁ -MALAAI LADDOO
ପ୍ରସ୍ତୁତି ସାମଗ୍ରୀ –
୧ କପ ବହଳିଆ ଗାଈ କ୍ଷୀର , ୨୫୦ ଗ୍ରାମ ଭଲ ଛେନା , ୧ ଚାମଚ ଗୋଲାପ ଜଳ , ୪ ଟି ଗୁଜରାତି , ପିସ୍ତା ବାଦାମ ୪/୫ ପିସ ଓ କେଶର କିଛି ।
ପ୍ରଣାଳୀ –
ପ୍ରଥମେ ଛେନାକୁ ଏକ ପାତ୍ରରେ ନେଇ ହାତରେ
ଭଲ ଭାବେ ଚକଟି ଚାଲନ୍ତୁ । ନଜର ଦିଅନ୍ତୁ ଯେପରି ଏହା କ୍ରିମ ପରି ହୋଇ ଯିବ । ଏହାପରେ ଛେନାକୁ ଏକ
ପ୍ୟାନରେ ବହଳିଆ କ୍ଷୀର ଦେଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ ।
ଏହା ଟାଣ ଟାଣ ହୋଇ ଆସିଲେ କିଛି ସମୟ ପରେ ଗୋଲାପ ଜଳ ଦେଇ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହୋଇ ଆସିଲେ
ଛୁଟ ଛୁଟ ବଲ ପରି ଗୋଲ ଗୋଲ ଲଡୁ ପରି କରି ଦିଅନ୍ତୁ
। ଏଥିରେ ଗୁଜରାତି , ପିସ୍ତା ଖଣ୍ଡ
ଓ କେଶର ପକାନ୍ତୁ । ଏହା ଅତ୍ୟନ୍ତ ସ୍ଵାଦିଷ୍ଟ ଓ ପୁଷ୍ଟିକର ।