ମଲେଇ କୁଲଫି – Kulfi
Ice-cream
ଆବଶ୍ୟକ ସାମଗ୍ରୀ:
କ୍ଷୀର ୧/୨ ଲିଟର , ଚିନି ୪୦ ଗ୍ରାମ ,
ଖୁଆ ୧୦୦ ଗ୍ରାମ, କାଜୁ
ବାଦାମ ଓ ପେସ୍ତା ୧୦ଟି, ଗୁଜୁରାତି ୫ଟି,
ଆରାରୁଟ ବିସ୍କୁଟ ୩-୪ ଟି ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ କାଜୁ ଓ ପେସ୍ତାକୁ ଅଳ୍ପ ଭାଜି ଛୋଟ
ଛୋଟ ଖଣ୍ଡ କରି ରଖନ୍ତୁ । ଗୁଜୁରାତି ଓ ଆରାରୁଟକୁ
ଅଲଗା ଅଲଗା ଗୁଣ୍ଡ କରି ରଖନ୍ତୁ । ଏବେ ଏକ ପାତ୍ରରେ
କ୍ଷୀର, ଖୁଆ , କାଜୁ ଓ ପେସ୍ତା କଟା , ବିସ୍କୁଟ ଗୁଣ୍ଡ , ଚିନି, ଗୁଜୁରାତି ଗୁଣ୍ଡ ନେଇ ଭଲ ଭାବେ ମିଶାଇ ମିଶାଇ
ଡିପ ଫ୍ରିଜରେ ରଖି ଦିଅନ୍ତୁ ।
ଏହା ଯେପରି ଅଧା କଠିନ
ହୋଇ ଆସିଲେ କାଢି ଗ୍ରାଇଣ୍ଡର ଗ୍ରାଇଣ୍ଡରରେ ଫେଣ୍ଟି
ଦିଅନ୍ତୁ । ଏହାକୁ ଏବେ କୋଲଫି ଛାଞ୍ଚରେ ଭରି ପୁଣି ଫ୍ରିଜରେ ରଖିଦିଅନ୍ତୁ । କୋଲଫି ଟାଣ ହୋଇ ଆସିଲେ
ଛାଞ୍ଚକୁ ବାହାରକୁ ଆଣି ହାତରେ ଘୂରାଇ ଘୂରାଇ କୋଲଫିକୁ
ବାହାର କରି ପ୍ଳେଟରେ ପରଶନ୍ତୁ ।