ଅଟା ହାଲୁଆ –Wheat Flour Halwa
ପ୍ରସ୍ତୁତି ସାମଗ୍ରୀ –
ଅଟା ୧୫୦ ଗ୍ରାମ , ଚିନି ୧୦୦ ଗ୍ରାମ , ଛୋଟ ଛୋଟ କାଜୁ ୧୫ ଟି , ଘିଅ ଆବଶ୍ୟକ ଅନୁସାରେ , ଲମ୍ବା ସ୍ଲାଇସ ପେସ୍ତା ୧୦ ଟି , କିସମିସ ୫ ଟି, ଛେଚା ହୋଇଥିବା ୫ ଟି ଅଳେଇଚ ।
ପ୍ରଣାଳୀ –
ପ୍ରଥମେ କରେଇରେ ଘିଅ ଗରମ
କରି ଏଥିରେ ଅଟା ପକାଇ ବାଦାମି ରଙ୍ଗ ହେବା
ପର୍ଯ୍ୟନ୍ତ ଧିରେ ଧିରେ ଭାଜନ୍ତୁ । ଏହାପରେ ଅଟା ପରିମାଣ ଦେଖି ତିନି ଗୁଣା ପାଣି ଦିଅନ୍ତୁ । ଏଥିରେ ଚିନି
ପକାଇ ଘାଣ୍ଟନ୍ତୁ । ଏହାପରେ ଏଥିରେ
କଟା ଯାଇଥିବା କାଜୁ ଓ କିସମିସ ପକାଇ ଆଞ୍ଚ କମ କରି ଘାଣ୍ଟନ୍ତୁ । ଗାଢ ରଙ୍ଗ ହୋଇ ଆସିଲେ ଏଥିରେ କିଛି ଘିଅ ପକାଇ ଏକ ପାତ୍ରକୁ କାଢି ଦିଅନ୍ତୁ । ଘାଣ୍ଟନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ସ୍ଵାଦିଷ୍ଟ ଅଟା
ହଲୱା । ଏହା ଉପରେ କାଜୁ ଓ ପେସ୍ତା ଖଣ୍ଡ ଦେଇ ପରସନ୍ତୁ ।