* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Veg Recipes. Show all posts
Showing posts with label Veg Recipes. Show all posts

Apr 1, 2019

କଷି ଆମ୍ବ ଆଚାର - Baby Mango Pickle


କଷି ଆମ୍ବ ଆଚାର - Baby Mango Pickle
ପ୍ରସ୍ତୁତି ସାମଗ୍ରୀ-

ଟାକୁଆ ହୋଇ ନଥିବା କଷି  ଆମ୍ବ ୧  କିଲୋ, ମେଥି ୧ ଟେବୁଲ  ଚାମଚ , ସୋରିଷ ୨  ଟେବୁଲ ଚାମଚ , ଲଙ୍କାଗୁଣ୍ଡ ୧ ଚାମଚ ,  ରସୁଣ ୨ଟା, ସୋରିଷ  ତେଲ ୧  କପ , ହଳଦୀ ୧  ଚାମଚ, ଲୁଣ  ପରିମାଣ  ଅନୁଯାଇ 



ପ୍ରଣାଳୀ-

ପ୍ରଥମେ  ଆମ୍ବରୁ  ଚୋପା  ଛଡାଇ   ଚାରିଖଣ୍ଡ  କରି  କାଟିବେ   ମେଥିକୁ  ଭାଜି  ଗୁଣ୍ଡ  କରି  ରଖିବେ  ଏହାପରେ  ମେଥି ଗୁଣ୍ଡ , ସୋରିଷ  ଗୁଣ୍ଡ , ହଳଦୀ , ଲଙ୍କା ଗୁଣ୍ଡ , ରସୁଣ , ତେଲ  ସବୁ  ଭଲ  ଭାବରେ  ମିଶାଇ  ଦେବେ   

ଲୁଣ ଦେଇ  ଏକ  ଜାରରେ  ରଖି  ସବୁଦିନ  ୧ ମାସ  ଯାଏ ଖରାରେ ଶୁଖାନ୍ତୁ  ଏହା ଅନେକ ଦିନ ପର୍ଯ୍ୟନ୍ତ ରଖି ଖାଇପାରିବେ

Mar 16, 2019

ସୁଜି ପିଠା- Suji Pithaa


ସୁଜି ପିଠା-  Suji Pithaa
ଆବଶ୍ୟକ ସାମଗ୍ରୀ: 

    ସୁଜି  ୨୫୦ ଗ୍ରାମ, ବିରି ଡାଲି ୧୫୦ ଗ୍ରାମ , କଞ୍ଚା ଲଙ୍କା ୩/୪ ଟି , ପିଆଜ ୨ଟି, ସୁରିଷ ତେଲ ଓ ଲୁଣ ଆବଶ୍ୟକ  ଅନୁସାରେ 



ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ସୁଜିକୁ ଅଳ୍ପ ପାଣି ଦେଇ କିଛି ସମୟ ଭିଜାଇ ରଖନ୍ତୁ   ବିରିକୁ ଚିକ୍କଣ କରି ବାଟି ଦିଅନ୍ତୁ ।  ଏବେ ସୁଜିରୁ ପାଣି ନିଗାଡି ବିରି ବଟା ସହ ଭଲ ଭାବେ  ମିଶାଇ ଦିଅନ୍ତୁ ।  ଏବେ ତାୱାରେ ତେଲ ଗ୍ରାମ କରି ସରୁ ସରୁ ଚକୁଳି କରନ୍ତୁ ।  ପିଆଜ ଓ  ଲଙ୍କା କୁ  ଚୁନ ଚୁନ କରି କାଟି ଚକୁଳି ଉପରେ ପକାଇ ଅଳ୍ପ ତେଲ ପକାନ୍ତୁ ଯେପରି ମୁସମୁସ ହେବ । 

 ଗରମ ଗରମ ଏବେ ଖାଇବାକୁ ଦିଅନ୍ତୁ  

Mar 1, 2019

କଦଳୀ ଭଜା ଚାରିକୋଣିଆ – Green Banana Squre size Fry


କଦଳୀ  ଭଜା ଚାରିକୋଣିଆ – Green Banana Squre size Fry
ଆବଶ୍ୟକ ସାମଗ୍ରୀ:
 
କଞ୍ଚା କଦଳୀ – ୨ ଟି, କଞ୍ଚା ଲଙ୍କା – ୩/୪ ଟି , ରିଫାଇନ ତେଲ – ୧ ଚାମଚ, ଭୃସଙ୍ଗ  ପତ୍ର , ଅଦା ଅଳ୍ପ, ବିରି ଡାଲି – ୧ ଚାମଚ, ହଳଦୀ ଓ ଲୁଣ ଆବଶ୍ୟକ  ଅନୁସାରେ , ସୋରିଷ ଅଳ୍ପ , ଲାଲ ଲଙ୍କା ୧ଟି ,  ବୁଟ ଡାଲି  ୧ ଚାମଚ  
  
 
ପ୍ରସ୍ତୁତି  ପ୍ରଣାଳୀ  :

           ପ୍ରଥମେ କଞ୍ଚା କଦଳୀ ରୁ  ଚୋପା ଛଡାଇ ତାକୁ ଛୋଟ ଛୋଟ ଚାରିକଣିଆ ଆକାରରେ କାଟି ରଖନ୍ତୁ ।  ଏହାକୁ ହଳଦୀ , ଲୁଣ ଓ ଏକ କପ ପାଣି ଦେଇ ସିଝାନ୍ତୁ   

ଏବେ ଅନ୍ୟ ଏକ କରେଇରେ ତେଲ ଗରମ କରି ବୁଟ , ଲାଲ ଲଙ୍କା ପକାଇ ସୋରିଷ  ଫୁଟାଇ ସେଥିରେ ଭୃସଙ୍ଗ ପତ୍ର, ସିଝା କଦଳୀ, କଟା କଞ୍ଚାଲଙ୍କା ପକାଇ, ଅଦା ପକାଇ ଭଜା ଭାଜି କରି ପରସନ୍ତୁ  

Feb 16, 2019

ଭେଣ୍ଡି ମସାଲା – Lady’s -finger Masala





ଭେଣ୍ଡି ମସାଲା Lady’s -finger Masala

ଆବଶ୍ୟକ ସାମଗ୍ରୀ: 

ଭେଣ୍ଡି ୨୫୦ ଗ୍ରାମ, ଟମାଟୋ ୨ଟି , ଲୁଣ ଓ ହଳଦୀ , କଞ୍ଚା ଲଙ୍କା ୫ ଟି , ସୋରିଷ ୧ ଚାମଚ , ପୋସ୍ତ ୧ ଚାମଚ , ନଡିଆ କୋରା ୧/୨ କପ , ରିଫାଇନ ତେଲ ୨ ଚାମଚ     

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଏକ ପାତ୍ରରେ  ଭେଣ୍ଡିକୁ ସଫା କରି  ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ ।   ଏବେ ନଡିଆ କୋରା, ସୋରିଷ , ପୋସ୍ତ କଞ୍ଚା ଲଙ୍କା ବାଟି ରଖନ୍ତୁ । 

  ଏବେ କରେଇରେ ତେଲ ଗରମ କରି ଭେଣ୍ଡିକୁ ଭଲଭାବେ ଭାଜି ସେଥିରେ  କଟା ଟମାଟୋ ଓ ମସଲା ବଟା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।  ଏକ କପ ପାଣି ଦେଇ ଫୁଟାଇ ୫ ମିନିଟ ପରେ  ଖାଇବାକୁ ଦିଅନ୍ତୁ ।    

Feb 1, 2019

ଆଳୁ ନଡିଆ ଚଡଚଡି – Potato Coconut chadchadi


ଆଳୁ ନଡିଆ ଚଡଚଡି – Potato Coconut chadchadi

ଆବଶ୍ୟକ ସାମଗ୍ରୀ: 

ଆଳୁ  5 ଟି, ଅଦା  ଛୋଟ  ଖଣ୍ଡେ ,  କଞ୍ଚା ଲଙ୍କା ୨ ଟି, ତେଜ ପତ୍ର ୨ ଟି , ଜୀରା ଅଳ୍ପ  , ନଡିଆ କୋରା 1 କପ , ରିଫାଇନ ତେଲ    ଚାମଚ, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ।  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ ।  ଅଦା ଓ କଞ୍ଚା ଲଙ୍କା  ଛେଚି ରଖନ୍ତୁ ।  ଏବେ କରେଇରେ ତେଲ ଗରମ କରି ଜୀରା ଓ ତେଜପତ୍ର ଫୁଟାଇ ଆଳୁକୁ  ପକାଇ ଅଳ୍ପ ଭାଜନ୍ତୁ ।  ଆଳୁ ଅଳ୍ପ ଭାଜି ହେଲାପରେ ଏଥିରେ ଲୁଣ, ହଳଦୀ , ଅଳ୍ପ ପାଣି , ନଡିଆକୋରା , ଅଦା , କଞ୍ଚା ଲଙ୍କା ଛେଚା ପକାଇ ଭଲରେ ଗୋଳାଇ ଦିଅନ୍ତୁ ।  ଆଳୁ  ସିଝି ଆସିଲେ ଅଳ୍ପ ଅଳ୍ପ ପାଣି ଥିଲେ ତରକାରୀ ବାହାର କରି  ପରସନ୍ତୁ ।  

Jan 16, 2019

କଖାରୁ ଶାଗ ଭଜା – Pumpkin Spinach Fry




କଖାରୁ  ଶାଗ ଭଜା – Pumpkin Spinach Fry
ଆବଶ୍ୟକ ସାମଗ୍ରୀ: 

କଖାରୁ ଶାଗ ଡଙ୍କ -୩/୪ ଖଣ୍ଡ, କଖାରୁ ୨୦୦ ଗ୍ରାମ, ତେଲ ୨ ଚାମଚ , ଫୁଟଣ ୨ ଚାମଚ , କଞ୍ଚା ଲଙ୍କା ୨ ଟି , ଲୁଣ ଆବଶ୍ୟକ ଅନୁସାରେ 


ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କଖାରୁ  ଡଙ୍କକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ ।   ପତ୍ର ସବୁକୁ ଚୂନା ଚୂନା କରି କାଟି କାଟି ରଖନ୍ତୁ    କଖାରୁ ବଡ ବଡ କରି କାଟି ରଖନ୍ତୁ ।   ପ୍ରେସର କୁକରରେ  ଅଳ୍ପ ସମୟ ଡଙ୍କ, ପତ୍ର , କଖାରୁ  ଓ ଲୁଣ  ଦେଇ  ସିଝାନ୍ତୁ ।   

ପାଣି ଥିଲେ ଅଧିକ ନିଆଁ ଦେଇ ଶୁଖାନ୍ତୁ    ଏବେ  କରେଇରେ  ତେଲ ପକାଇ ଫୁଟଣ ଫୁଟାନ୍ତୁ । ଏଥିରେ କଟା ଲଙ୍କା ପକାଇ ଫୁଟାନ୍ତୁ ।   ଶାଗକୁ ବଘାରି ଦେଇ ଗରମ ଗରମ ଖାଇବାକୁ ଦିଅନ୍ତୁ ।

Jan 1, 2019

ଅମୃତଭଣ୍ଡା ପୋସ୍ତ ତରକାରୀ – Papaya Posta curry


ଅମୃତଭଣ୍ଡା ପୋସ୍ତ ତରକାରୀ – Papaya Posta curry

ଆବଶ୍ୟକ ସାମଗ୍ରୀ: 

ଅମୃତଭଣ୍ଡା ୧ କିଲୋ , ଜୀରା ୧ ଚାମଚ , ରିଫାଇନ ତେଲ ୪ ଚାମଚ , ପୋସ୍ତ ୧ କପ , କଞ୍ଚା ଲଙ୍କା ୧୦ ଟି , ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ 


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଅମୃତଭଣ୍ଡା ଚୋପା ଛଡାଇ ପତଳା ଓ ଛୋଟ ଛୋଟ କରି କାଟି ରଖନ୍ତୁ    ପୋସ୍ତ ଓ କଞ୍ଛା ଲଙ୍କା ବାଟି ରଖନ୍ତୁ ।  ଏବେ କରେଇରେ ତେଲ ଦେଇ ଗରମ କରି ଜୀରା ଫୁଟାନ୍ତୁ । ଏବେ ଏଥିରେ କଟା ଅମୃତଭଣ୍ଡା  ପକାଇ ଲୁଣ , ହଳଦୀ ପକାଇ ଭଲଭାବେ ଗୋଳାଇ ଢାଙ୍କୁଣୀ ଦେଇ ସିଝାନ୍ତୁ ।  କମ ନିଆଁରେ ରଖି ଅମୃତଭଣ୍ଡା ସିଝିଗଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।  

ଏବେ ଏଥିରେ ପୋସ୍ତ ବଟା ଦେଇ ଗୋଳାଇ ୨ ମିନିଟ ଛାଡି ଦିଅନ୍ତୁ    ଏବେ ଆପଣଙ୍କ  ଅମୃତଭଣ୍ଡା ପୋସ୍ତ ପ୍ରସ୍ତୁତ ।  ଏହା ବହୁତ କମ ଖର୍ଚ୍ଚରେ ଓ କମ ସମୟରେ ହୋଇଥାଏ । 

Dec 16, 2018

ମୂଳା ଭୁଜିଆ – Radish Bhujia

ମୂଳା ଭୁଜିଆ – Radish Bhujia

ଆବଶ୍ୟକ ସାମଗ୍ରୀ: 

ସିଝା ହୋଇ ଚକଟା ମୂଳା ୪/୫ ଟି, ଚୂନା ଚୂନା କଟା ପିଆଜ ୨/୩ ଟି , ରସୁଣ ଛେଚା ୧ ଚାମଚ, ଲଙ୍କା, ଧନିଆ  ଓ ହଳଦୀ ଗୁଣ୍ଡ , ଜୀରା , ହେଙ୍ଗୁ , କଟା ଧନିଆ ପତ୍ର ଅଳ୍ପ , ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ।


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଏକ ପ୍ୟାନରେ  ତେଲ ଗରମ କରି ସେଥିରେ ଜୀରା ଫୁଟାନ୍ତୁ ।  ଅଳ୍ପ ହେଙ୍ଗୁ ପକାଇ ପିଆଜ , ରସୁଣ ପକାଇ ଭଲ ଭାବେ କଷି ଦିଅନ୍ତୁ ।   ଏବେ  ସେଥିରେ  ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ମିଶାଇ କିଛି ସମୟ ଭାଜନ୍ତୁ ।  

ଏବେ  ଏଥିରେ ଚକଟା ଯାଇଥିବା ମୂଳା ପକାଇ ତେଲ ଛାଡିବା ପର୍ଯ୍ୟନ୍ତ  ଭାଜନ୍ତୁ ।   ୩/୪ ମିନିଟ ଭାଜିବା ପରେ  ଏଥିରେ ଧଣିଆପତ୍ର ଓ ଆମ୍ଚୁର ଗୁଣ୍ଡ ପକାଇ ଭଲଭାବେ ମିଶାନ୍ତୁ ।  ଏହାକୁ ରୁଟି ବା ପରଟା ସହିତ  ଗରମ ଗରମ ପରସନ୍ତୁ  ।  ଏହା ସୁଆଦିଆ ଓ ପୁଷ୍ଟିକର ମଧ୍ୟ  
 

Dec 1, 2018

ଆଳୁ ମଟର ଚରଣ – Patato Peas curry


ଆଳୁ ମଟର ଚରଣ Patato Peas curry

ଆବଶ୍ୟକ ସାମଗ୍ରୀ: 

ମଟର ୨ କପ , କଞ୍ଚା ଲଙ୍କା ୫ଟି, ଆଳୁ ୪ ଟି, ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ,  ସୋରିଷ ତେଲ ୨ ଚାମଚ, ଫୁଟଣ ୧ ଚାମଚ


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁରୁ ଚୋପା ଛଡାଇ ଟିକି ଟିକି ଖଣ୍ଡ କରି କାଟି ରଖନ୍ତୁ ।  କଞ୍ଚା ଲଙ୍କାକୁ ମଧ୍ୟ ଛୋଟ ଛୋଟ କରି କାଟି ରଖନ୍ତୁ  ଏବେ ଏକ କରେଇ ଗରମ କରି ସେଥିରେ ତେଲ ଦେଇ ଫୁଟଣ ପକାଇ ଆଳୁ ଓ କଟା କଞ୍ଚା ଲଙ୍କା ପକାନ୍ତୁ ।  ଲୁଣ ଓ ହଳଦୀ ଆବଶ୍ୟକ ଅନୁସାରେ ପକାଇ  ପାଣି ଦିଅନ୍ତୁ ।   ଏହାକୁ ଢାଙ୍କୁଣୀ ଢାଙ୍କି ଦେଇ ସିଝାନ୍ତୁ । 

ଆଳୁ ମଟର ସିଝିଗଲେ ଓ ପାଣି ସୁଖି ଆସିଲେ ଆଞ୍ଚରୁ ବାହାର କରି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ମନପସନ୍ଦ ଆଳୁ ମଟର ଚରଣ ।   ଏହା ଚଟାପଟ ଓ ଚଟପଟା ମଧ୍ୟ ।

Nov 16, 2018

ପନୀର ବଲ – Paneer Ball


ପନୀର  ବଲ – Paneer Ball
ଆବଶ୍ୟକ ସାମଗ୍ରୀ: 

ଆଳୁ ୫୦୦ ଗ୍ରାମ, ୨ ଚାମଚ ଅଦା ଛେଚା , ଅଳ୍ପ କଟା ଲଙ୍କା , ଅଳ୍ପ ଅଟା ଗୁଣ୍ଡ , ଚୂଡା ଗୁଣ୍ଡ  ୧୫୦-୨୦୦ ଗ୍ରାମ ପନୀର, ଧଣିଆପତ୍ର ଅଳ୍ପ ଛୋଟ ଛୋଟ କଟା, ଛାଣିବା ପାଇଁ ତେଲ, ଅଳ୍ପ ଲଙ୍କା, ଗରମ ମସଲା  ଓ ଜୀରା ଗୁଣ୍ଡ ଓ ପାଣି  ଏବଂ ଲୁଣ ଆବଶ୍ୟକ ଅନୁସାରେ  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡାଇ ଭଲ ଭାବେ ଚକଟି ଦିଅନ୍ତୁ ।   ଏଥିରେ  ଅଦା ଛେଚା, କଟା ଧଣିଆପତ୍ର, ଅଳ୍ପ ଲୁଣ, ଛୋଟ ଛୋଟ କଟା ଲଙ୍କା, ଜୀରା ଓ ଲଙ୍କା ଗୁଣ୍ଡ,  ଗରମ ମସଲା, ଅଧା ଚୂଡା ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଛୋଟ ଛୋଟ ଗୋଳା ବା ବଲ ପରି କରନ୍ତୁ  

ଏବେ ପନୀରକୁ ଛୋଟ ଛୋଟ ଖଣ୍ଡ କରି ଗରମ ମସଲା , କଟା ଲଙ୍କା ଓ ଅଳ୍ପ ଲୁଣରେ ଗୋଳାଇ ରଖନ୍ତୁ । ଏବେ ଗୋଟିଏ ଗୋଟିଏ ଆଳୁ ଗୋଳା ନେଇ ହାତ ପାପୁଲିରେ ଖୋଲି ତା ମଧ୍ୟରେ ପୂର ଦେଲାପରି ପନୀର ଖଣ୍ଡକୁ ରଖି ପୁଣି ଗୋଲ ଗୋଲ କରି ଗଢନ୍ତୁ । ଏହାକୁ ଅଟାରେ ଭଲ ଭାବେ ଗୋଳାଇ ରଖନ୍ତୁ । ଏବେ ଏହି ବଲକୁ  ପାଣିରେ ଅଳ୍ପ ବୁଡାଇ ଚୂଡା ଗୁଣ୍ଡରେ ଗଡାନ୍ତୁ  ଯେପରି ବଲ ଉପରେ ଚୂଡା ଗୁଣ୍ଡ ଭଲ ଭାବେ ଲାଗି ରହିବ ।  ପୁଣି ଅଟାରେ ଗଡାଇ କରି ଚୂଡା ଗୁଣ୍ଡ ଲଗାନ୍ତୁ । ଏବେ ପ୍ରସ୍ତୁତ ପନୀର ବଲ ।   ଏହାକୁ ପ୍ୟାନରେ ତେଲ ଦେଇ  ଭାଜନ୍ତୁ କିମ୍ବା ତେଲରେ ଛାଣି ବାଦାମି ରଙ୍ଗ ହେଲେ କାଡି ରଖନ୍ତୁ ।  ଏହାକୁ ଏହାକୁ ଟମାଟୋ ସସ ସହ ଖାଇବାକୁ ଦିଅନ୍ତୁ ।

Oct 16, 2018

ମିଠା ଦହି ଭାତ – Sweet Curd Rice


ମିଠା ଦହି ଭାତ – Sweet Curd Rice
ଆବଶ୍ୟକ ସାମଗ୍ରୀ: 

ଅରୁଆ ଚାଉଳ ୨ କପ, ଦହି ଦେଢ କପ, ଚିନି ଓ ଲୁଣ  ଆବଶ୍ୟକ ଅନୁସାରେ, ଗୋଟା ଜୀରା, ଭୃଶଙ୍ଗ ପତ୍ର , ଶୁଖିଲା ଲଙ୍କା, ଅଳ୍ପ ଧନିଆ ପତ୍ର ଓ ବେଦେନା  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଅରୁଆ ଚାଉଳକୁ ଧୋଇ ଦିଅନ୍ତୁ ।  ଏହାପରେ ଡେକଚିରେ  ଅଳ୍ପ ପାଣି ନେଇ ଗରମ କରନ୍ତୁ । ପାଣି ତାତିଲା ପରେ ଧୋଇ ରଖିଥିବା ଅରୁଆ ଚାଉଳକୁ ସେଥିରେ ପକାଇ  ଭାତ ପ୍ରସ୍ତୁତ କରନ୍ତୁ ।   ଭାତ ହେଇଗଲେ ଭଲଭାବେ ଗାଳି ଅନ୍ୟ ଏକ ପାତ୍ରରେ କାଢି ଥଣ୍ଡା କରନ୍ତୁ  ।  ଥଣ୍ଡା ହୋଇଗଲାପରେ ଏଥିରେ ଆବଶ୍ୟକ ଅନୁସାରେ ଲୁଣ, ଚିନି ଓ ଦହି ମିଶାଇ ଗୋଳାଇ ଦିଅନ୍ତୁ ।  ଏବେ ଏକ କରେଇ ଗରମ କରି ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଭଲ ଭାବେ ପାଚିଗଲେ  ଅଳ୍ପ ଜୀରା ଓ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ ।   ଏହାକୁ ଆଣି ଦହି ଗୋଳା ଭାତରେ ଢାଳି ଦିଅନ୍ତୁ ଓ ଚାମଚରେ ଭଲ ଭାବରେ ମିଶାଇ ଦିଅନ୍ତୁ ।  ଏବେ ସଜାଇବା ପାଇଁ ଏହା ଉପରେ ଧଣିଆପତ୍ର ଓ ବେଦେନା ଦାନାକୁ ପକାଇ ସଜାଇ ଦିଅନ୍ତୁ ।  ଏବେ ପ୍ରସ୍ତୁତ ଆପଙ୍ଗ ଦହି ଭାତ ।   ଏହା ମା ଲକ୍ଷ୍ମୀଙ୍କ ଅତି ପ୍ରିୟ । ମା ଲକ୍ଷ୍ମୀଙ୍କ ପାଖରେ ପ୍ରଥମେ ଭୋଗ ଲଗାଇ ତା ପରେ ପରିବାରକୁ ଖୁଆନ୍ତୁ ।

Oct 1, 2018

ସିଝା ନିରାମିଷ ମୋମୋ – Veg steamed Momos


ସିଝା ନିରାମିଷ ମୋମୋ – Veg steamed Momos

ଆବଶ୍ୟକ ସାମଗ୍ରୀ: 

୨ କପ ମଇଦା , ୧ ଚାମଚ ତେଲ, ଭଲଭାବେ ଛୋଟ ଛୋଟ  କଟାଯାଇଥିବା  ପାରିବା (ବନ୍ଧା କୋବି , ଗାଜର , ବିନସ , କ୍ୟାପସିକମ  ) , ପାଣି ଓ ଲୁଣ  ଆବଶ୍ୟକ ଅନୁସାରେ , ଛୋଟ ଛୋଟ କଟା ପିଆଜ ସସ  ଓ ରସୁଣ ୨ ଟି ଲେଖାଏଁ , ସୋୟା ସସ ୩ ଚାମଚ , ଗୋଲ ମରୀଚ ଗୁଣ୍ଡ, ଟମାଟୋ ଓ ଚିଲି ସସ  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ମଇଦାକୁ ପାଣି ଦେଇ ଭଲଭାବେ ଚକଟି ୩୦ ମିନିଟ ରଖି ଦିଅନ୍ତୁ ।   ଏବେ ଏକ ପ୍ୟାନରେ ଅଳ୍ପ ତେଲ ଗରମ କରି କଟା ରସୁଣ ପକାଇ ୨-୩ ସେକେଣ୍ଡ ଭାଜନ୍ତୁ  ଓ ପିଆଜ ପକାନ୍ତୁ ।  କିଛି  ସମୟ ପରେ ସବୁ କଟା ପାରିବା ପକାଇ ମଧ୍ୟମ ଆଞ୍ଚରେ ଭାଜନ୍ତୁ ।  ୨-୩ ମିନିଟ ଭାଜି ଏଥିରେ ଲୁଣ,  ସୋୟା ସସ ଓ ଗୋଲ ମରିଚ ଗୁଣ୍ଡ ପକାନ୍ତୁ ।  ୨-୩ ମିନିଟ ଗୋଳାଇବା ପରେ ପିଆଜ ସସ ପକାଇ ଗୋଳାଇ ଦିଅନ୍ତୁ ।  ଏବେ ପ୍ରସ୍ତୁତ ମୋମୋ ମସଲା ।

ଏହାପରେ ମଇଦାକୁ ଛୋଟ ଛୋଟ ଗୋଲା କରି ହାତରେ ଅଳ୍ପ ଓସାରିଆ କରି ଏହାମଝିରେ ମୋମୋ ମସଲା ଦେଇ ମୁହଁ ବନ୍ଦ କରି ରଖନ୍ତୁ   ଏବେ ଏକ ଷ୍ଟିମର ବା ପ୍ରେସର କୁକରରେ  ପାଣି ଫୁଟାଇ ଏଥିରେ ଷ୍ଟିମର ପ୍ୟାନ ବା ଇଡ୍ଲୀ ଛାଞ୍ଚରେ ମୋମୋ ରଖି ଘୋଡାଇ ଦିଅନ୍ତୁ ।   ୫-୬ ମିନିଟ ପରେ  ମୋମୋ ବାହାର କରି ଟମାଟୋ ଓ ଚିଲି ସସ ଦେଇ ପରସନ୍ତୁ ।   !  କି ସୁଆଦିଆ  ଖାନା ।

Sep 1, 2018

କଖାରୁ ସୁପ – Pumpkin Soup

କଖାରୁ ସୁପ  – Pumpkin Soup

ଆବଶ୍ୟକ ସାମଗ୍ରୀ: 

ପାଚିଲା ବୋଇତି କଖାରୁ ୧ କି.ଗ୍ରା, ୨୦ ଗ୍ରାମ ଚିନି, ଲୁଣ ତେଲ ସ୍ଵାଦ  ଅନୁଯାଇ , ରସୁଣ ବଟା ୨୫ ଗ୍ରାମ , ୧୦ ଗ୍ରାମ ଲହୁଣୀ , ଲଙ୍କା ଗୁଣ୍ଡ ଅଳ୍ପ , ଭଜା କଖାରୁ ମଞ୍ଜି କିଛି , ପୁଦିନା ପତ୍ର କିଛି  

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ କଖାରୁକୁ ଚୋପା ଛଡାଇ ମଞ୍ଜି ବାହାର କରି ଛୋଟ ଛୋଟ କରି କାଟି ଦିଅନ୍ତୁ ।  ଏଥିରେ ତେଲ ଓ ରସୁଣ ପେଷ୍ଟ ଦେଇ ଭଲ ଭାବରେ ମିଶାନ୍ତୁ ।  ଏବେ ଏଥିରେ କିଛି ଲୁଣ ଓ ଚିନି ଦିଅନ୍ତୁ ।  ଏବେ ପ୍ୟାନ ଗରମ କରି ଏହି କଖାରୁକୁ ୧୦ ମିନିଟ ପର୍ଯ୍ୟନ୍ତ ରୋଷେଇ କରନ୍ତୁ ।  ଏବେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।   ଥଣ୍ଡା ହେଲା ପରେ ବ୍ଲେଣ୍ଡିଂ କରି ଓ ଆବଶ୍ୟକ ଅନୁସାରେ ପାଣି ଦେଇ ରଖନ୍ତୁ ।  ଏହାକୁ ଏକ ପ୍ୟାନରେ ଅଳ୍ପ ଗରମ କରି ଏଥିରେ ଲହୁଣୀ ଓ ଲଙ୍କା ଗୁଣ୍ଡ ପକାନ୍ତୁ ।  
ଏବେ ପ୍ରସ୍ତୁତ ଆପଣଙ୍କ କଖାରୁ ସୁପ ।   ଗରମ ଗରମ ସୁପ ବାଢି ଉପରେ କିଛି ଭଜା କଖାରୁ ମଞ୍ଜି ଓ ପୁଦିନା ପତ୍ର ପକାଇ ପରସନ୍ତୁ ।  ଏହା ଖୁବ ସୁଆଦିଆ  ଓ ଶସ୍ତା ମଧ୍ୟ ।  

Aug 16, 2018

ଛତୁ ଚମଚମ – Mushroom Chum Chum


ଛତୁ ଚମଚମ – Mushroom Chum Chum
ଆବଶ୍ୟକ ସାମଗ୍ରୀ: 

୧୦୦ ଗ୍ରାମ ଭେଣ୍ଡି, ୨୫୦ ଗ୍ରାମ ଛତୁ, ୧୦ଟି ବିରି ବଡି, ଅଧା କପ ସୋରିଷ ତେଲ, ୧ ଚାମଚ ବଟା ରସୁଣ, ୨ ଚାମଚ ବଟା ସୋରିଷ , ୨ଟି ଛୋଟ ଛୋଟ କଟା କଞ୍ଚା ଲଙ୍କା, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦୀ ଗୁଣ୍ଡ, ୨ ଖଣ୍ଡ ଆମ୍ବୁଲ, ଭୃର୍ସଙ୍ଗା ପତ୍ର  ଓ ପାଞ୍ଚ ଫୁଟଣ 

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ କରେଇରେ ତେଲ ଗରମ କରି ବଡିକୁ ଭାଜି ରଖନ୍ତୁ ଏବେ ଭେଣ୍ଡିକୁ ବଡ ବଡ ଖଣ୍ଡ କରି କାଟି ଭାଜି ରଖନ୍ତୁ ଏବେ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଚିପୁଡି ଭାଜି ରଖନ୍ତୁ ଏହାପରେ କରେଇରେ ଅଳ୍ପ ତେଲ ଦେଇ ଗରମ କରି ପାଞ୍ଚ ଫୁଟଣ ଫୁଟାଇ ଭୃର୍ସଙ୍ଗା ପତ୍ର ଅଳ୍ପ , କଟା କଞ୍ଚା ଲଙ୍କା, ରସୁଣ ବଟା ପକାଇ ଅଳ୍ପ ଭାଜିଲା ପରେ ବଟା ସୋରିଷ, ବଟା ରସୁଣ , ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ଅଳ୍ପ ଭାଜି ୨କପ ପାଣି ଦେଇ ଫୁଟାନ୍ତୁ ପରେ ପାଣି ଫୁଟିଲେ ଏଥିରେ ଭେଣ୍ଡି ପକାଇ ଲୁଣ ଦେଇ କିଛି ସମୟ ଛାଡି ଦିଅନ୍ତୁ ଏବେ ଏଥିରେ ବଡି, ଆମ୍ବୁଲ, ଛତୁ ପକାଇ ଗୋଳାଇ ୫ -୭ ମିନିଟ ପରେ ଆଞ୍ଚରୁ ବାହାର କରି ନିଅନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କର ଛତୁ ଖଟେଇ ବା ଛତୁ ଚମ ଚମ । ଭାତ ସାଙ୍ଗରେ ଖାଇବାକୁ ଦିଅନ୍ତୁ ।

Aug 1, 2018

ଆଳୁ ପନୀର ଚାଟ – Potato Paneer Chaat



ଆଳୁ ପନୀର ଚାଟ – Potato Paneer Chaat
ଆବଶ୍ୟକ ସାମଗ୍ରୀ: 

ପନୀର ୨୦୦ ଗ୍ରାମ, ୧୦-୧୨ ଟି ଛୋଟ ଛୋଟ ଆଳୁ , ୧ କପ ସିଝା ଗ୍ରୀନ ମଟର,  ଖଣ୍ଡେ ଅଦା , ଛୋଟ ଛୋଟ କଟା ୨-୩ ଟି କଞ୍ଚା ଲଙ୍କା, ୨ ଚାମଚ ଆମ୍ବ ଆଚାର, କଳା ମରିଚ ଗୁଣ୍ଡ ଅଧା ଚାମଚ, କାଗିଜି ଲେମ୍ବୁ ରସ ୨ ଚାମଚ , ଧଣିଆ  ପତ୍ର , ଲୁଣ ଓ  ତେଲ ଆବଶ୍ୟକ ଅନୁଯାଇ ।


ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଏକ ନନ-ସ୍ଟିକ ପ୍ୟାନ ନେଇ ତେଲ ଗରମ କରି କଟା କଞ୍ଚା ଲଙ୍କା ଓ ଅଦା ଦେଇ ୧ ମିନିଟ ଭାଜି ନିଅନ୍ତୁ ।  ସମାନ ସାଇଜରେ କଟା ପନୀର ଓ ସିଝା ଆଳୁ ଓ ଗ୍ରୀନ ମଟର ପକାଇ ଆଉ ୧ ମିନିଟ ସନ୍ତୋଳି ଦିଅନ୍ତୁ । ଏବେ ଏଥିରେ ଆମ୍ବ ଆଚାର , କଳା ମରିଚ ଗୁଣ୍ଡ , ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । 

ଗରମ ଗରମ ପ୍ଳେଟରେ  କାଢି ଉପରେ କଟା  ଧଣିଆ ପକାଇ ପରସନ୍ତୁ । ଏହା ବହୁତ ସ୍ଵାଦିଷ୍ଟ ଓ ପୃଷ୍ଟିକର ମଧ୍ୟ ।

Jul 16, 2018

ସବୁଜ ସେଓ ଆଚାର – Green Apple Pickle


ସବୁଜ ସେଓ ଆଚାର Green Apple Pickle
ଆବଶ୍ୟକ ସାମଗ୍ରୀ: 

ସବୁଜ ସେଓ କଟା ଛୋଟ ଛୋଟ ଖଣ୍ଡ – 3 ଟି , ଆଚାର ମସଲା -୧/୪  କପ  , ତେଲ ୧/୨ ଚାମଚ , ଛୋଟ ଛୋଟ ଖଣ୍ଡ କଟା ଅଦା ଅଳ୍ପ , ରସୁଣ ବଟା -୧/୨ ଚାମଚ , ଚିନି ଗୁଣ୍ଡ ୧/୨ କପ , ଲୁଣ ସ୍ଵାଦ ଅନୁସାରେ , ଭିନେଗାର ୧ ଚାମଚ , କିସମିସ ଅଳ୍ପ , କଞ୍ଚା ଲଙ୍କା ।

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଏକ ନନଷ୍ଟିକ୍କ ପ୍ୟାନରେ ତେଲ ଦେଇ ଗରମ ହେଲେ ରସୁଣ ବଟା ଓ ଅଦା ଦେଇ ଭାଜନ୍ତୁ ଓ   କମ ଆଞ୍ଚରେ କିଛି ସମୟ ଘାଣ୍ଟନ୍ତୁ  ଯେପରି ମିଶ୍ରଣଟି ଭୁରଭୂରିଆ ହେଇ ଆସିବ । ଏବେ ଚିନି ଗୁଣ୍ଡ ଓ କଟା ସେଓ ପକାଇ ଘାଣ୍ଟନ୍ତୁ  ଯେପରି ଚିନି ତରଳି ମୋଟାଳିଆ ହୋଇ ଆସିବ । ଏବେ ଭିନେଗାର ଓ ଲୁଣ ଦେଇ ୨ ମିନିଟ ଘାଣ୍ଟନ୍ତୁ । 

ଏବେ ଏଥିରେ  ଆଚାର ମସଲା ଦେଇ ଭଲ ଭାବେ ଗୋଳାଇ ଆଞ୍ଚରୁ ବାହାରକୁ ଆଣନ୍ତୁ । ଥଣ୍ଡା କରି ପରସନ୍ତୁ ବା ଡବାରେ ଭରି ରଖନ୍ତୁ ଆପଣଙ୍କ ସ୍ଵାଦିଷ୍ଟ ସେଓ ଆଚାର ।  ଖାଇଲା ବେଳେ ଅଳ୍ପ କଞ୍ଚା ଲଙ୍କା ସହ ଖାଇଲେ ଭଲ ଲାଗେ  

May 10, 2018

ପଣସ ଡାଲି – Jack Fruit Dal Curry


ପଣସ ଡାଲି  Jack Fruit Dal Curry  
ଆବଶ୍ୟକ ସାମଗ୍ରୀ: 

ଛୋଟ ଛୋଟ ହୋଇ କଟା ପଣସ କଠା  ୨୫୦ ଗ୍ରାମ , ମୁଗ ଡାଲି ୨୦୦ ଗ୍ରାମ , ଟମାଟୋ  ୧ଟି ,  ପାଞ୍ଚ ଫୁଟଣ , ସୁରିଷ ତେଲ , ଅଳ୍ପ ହେଙ୍ଗୁ , ଶୁଖିଲା ଲଙ୍କା ୪ ଟି , ହଳଦୀ ଓ ଲୁଣ ଆବଶ୍ୟକ  ଅନୁସାରେ 

ପ୍ରସ୍ତୁତି  ପ୍ରଣାଳୀ  :


ପ୍ରଥମେ ଶୁଖିଲା ଡାଳିକୁ ଅଳ୍ପ ଭାଜି ରଖନ୍ତୁ । ଏକ କରେଇରେ ପାଣି ନେଇ ଲୁଣ ହଳଦୀ  ଦେଇ ଡାଳିକୁ ପକାଇ ୫ ମିନିଟ ସିଝାନ୍ତୁ ଓ ଏହାପରେ ଏଥିରେ କଟା ପଣସ ପକାଇ ଘୋଡାଇ ସିଝାନ୍ତୁ । ଯେପରି ଭଲ ଭାବେ ସିଝିବ । ସିଝି ଗଲେ ଏବେ ଏହାକୁ କାଢି ରଖନ୍ତୁ । ଏବେ କରେଇରେ ତେଲଦେଇ ଗରମ ହେଲେ ଗୋଟା ଲଙ୍କା ଓ ପରେ  ଫୁଟଣ ଫୁଟାନ୍ତୁ । ଏଥିରେ ଅଳ୍ପ ହେଙ୍ଗୁ ପକାନ୍ତୁ । ଏଥିରେ କଟା ଟମାଟୋ ପକାଇ ଭାଜନ୍ତୁ , ଏବେ ସିଝା ଡାଲି ଓ କଠାକୁ ପକାଇ ୧ ମିନିଟ ଫୁଟାଇ ଦିଅନ୍ତୁ । 

ଏବେ ପ୍ରସ୍ତୁତ ଆପଙ୍କର ଗରମା ଗରମ ପଣସ ଡାଲି । ଏହାକୁ ପ୍ଲେଟରେ  ବାଢି ଉପରେ କଟା ଧଣିଆ ପତ୍ର ପକାଇ ଭାତ କିମ୍ବା ରୁଟି ସହ ଗରମ ଗରମ ପରସନ୍ତୁ ।

May 1, 2018

ଗୋଟା ଆଳୁ ଦମ-ଦମ - Small Potato Dam-dam


 ଗୋଟା ଆଳୁ ଦମ-ଦମ - Small Potato Dam-dam
ଆବଶ୍ୟକ ସାମଗ୍ରୀ: 

ଛୋଟ ଗୋଟା ଆଳୁ ୫୦୦ ଗ୍ରାମ, ଟମାଟୋ ସସ  ୬ ଚାମଚ , ଜୀରା , ଧଣିଆ ଓ ପାନ ମଧୁରୀ ଭଜା ପାଉଡର  ୩ ଚାମଚ , ଗରମ ମସଲା ପାଉଡର ଅଧା ଚାମଚ ,୨ଟି  ପିଆଜ ପେଷ୍ଟ , ଅଦା, ଶୁଖିଲା ଲଙ୍କା   ଓ ରସୁଣ ପେଷ୍ଟ ଅଧା କପ , ଧନିଆ ପତ୍ର , ତେଲ ଓ ଲୁଣ ସ୍ଵାଦ ଅନୁସାରେ  

ପ୍ରସ୍ତୁତି  ପ୍ରଣାଳୀ  :

ପ୍ରଥମେ ଆଳୁ ଗୋଟା ସିଝାଇ ଚୋପା ଛଡାଇ ଓ ଏହାକୁ  କଣ୍ଟା ଚାମଚ ରେ ଅଳ୍ପ ଅଳ୍ପ କଣା କରି ରଖନ୍ତୁ ।  କରେଇ ଗରମ କରି ତେଲ ଦିଅନ୍ତୁ ଯେପରି ସିଝା ଆଳୁ କୁ ଛାଣି ପାରିହେବ ।  ଗରମ ତେଲରେ ଆଳୁ କୁ ଛାଣି ବାଦାମି ରଙ୍ଗ ହେଲେ କାଢି ରଖନ୍ତୁ । ଅନ୍ୟ ଏକ କରେଇରେ  ଅଳ୍ପ ତେଲ ଦେଇ  ପ୍ରଥମେ  ପିଆଜ ପେଷ୍ଟ କୁ ଭାଜନ୍ତୁ ଓ ପରେ ପିଆଜ ବାଦାମି ରଙ୍ଗ ହୋଇ ଆସିଲେ  ସେଥିରେ ଅଦା, ଶୁଖିଲା ଲଙ୍କା  ଓ ରସୁଣ ପେଷ୍ଟକୁ ଭଲ ଭାବରେ ଭାଜନ୍ତୁ ଯେପରି ମସଲା କଞ୍ଚା ନ ରହେ । ଏଥିରେ  ଟମାଟୋ ସସ ଦେଇ ଅଳ୍ପ ଭାଜନ୍ତୁ । ୨-୩ ମିନିଟ ଭାଜି ହୋଇଗଲେ ସେଥିରେ ଜୀରା, ଧଣିଆ ଓ ପାନ ମଧୁରୀ ଭଜା ପାଉଡର   ଗରମ ମସଲା ପାଉଡର ଭଲ ଭାବରେ ୫ ମିନିଟ ଭାଜନ୍ତୁ ।  ମସଲା ଭାଜି ହୋଇଗଲେ ସେଥିରେ ଆଳୁ ପକାଇ ଆସ୍ତେ ଆସ୍ତେ ଧୀର ଆଞ୍ଚରେ କଷନ୍ତୁ ।  ଭଲ ଭାବେ କଷି ହେଲା ପରେ ସେଥିରେ ଅଳ୍ପ ପାଣି ଦେଇ ଫୁଟେଇ ଦିଅନ୍ତୁ  ଯେପରି ଅଧିକ ପାଣି ହେବ ନାହିଁ  । ଏହାକୁ ଏକ ପ୍ଲେଟ ରେ କାଢି ଉପରେ କଟା ଧଣିଆ ପତ୍ର ଦେଇ ପରଶନ୍ତୁ ।  ଏହା ଗରମ ଗରମ ଖୁବ ଭଲ ଲାଗେ ।