ସବୁଜ ସେଓ ଆଚାର – Green Apple Pickle
ଆବଶ୍ୟକ ସାମଗ୍ରୀ:
ସବୁଜ ସେଓ କଟା ଛୋଟ ଛୋଟ ଖଣ୍ଡ – 3 ଟି , ଆଚାର ମସଲା -୧/୪ କପ , ତେଲ ୧/୨ ଚାମଚ , ଛୋଟ ଛୋଟ ଖଣ୍ଡ କଟା ଅଦା ଅଳ୍ପ , ରସୁଣ ବଟା -୧/୨ ଚାମଚ , ଚିନି ଗୁଣ୍ଡ ୧/୨ କପ , ଲୁଣ ସ୍ଵାଦ ଅନୁସାରେ , ଭିନେଗାର ୧ ଚାମଚ , କିସମିସ ଅଳ୍ପ , କଞ୍ଚା ଲଙ୍କା ।
ପ୍ରସ୍ତୁତି
ପ୍ରଣାଳୀ :
ପ୍ରଥମେ ଏକ ନନଷ୍ଟିକ୍କ ପ୍ୟାନରେ ତେଲ ଦେଇ ଗରମ ହେଲେ ରସୁଣ ବଟା ଓ ଅଦା
ଦେଇ ଭାଜନ୍ତୁ ଓ କମ ଆଞ୍ଚରେ କିଛି ସମୟ ଘାଣ୍ଟନ୍ତୁ ଯେପରି ମିଶ୍ରଣଟି ଭୁରଭୂରିଆ ହେଇ ଆସିବ । ଏବେ ଚିନି ଗୁଣ୍ଡ
ଓ କଟା ସେଓ ପକାଇ ଘାଣ୍ଟନ୍ତୁ ଯେପରି ଚିନି ତରଳି
ମୋଟାଳିଆ ହୋଇ ଆସିବ । ଏବେ ଭିନେଗାର ଓ ଲୁଣ ଦେଇ ୨ ମିନିଟ ଘାଣ୍ଟନ୍ତୁ ।
ଏବେ ଏଥିରେ ଆଚାର ମସଲା ଦେଇ ଭଲ ଭାବେ ଗୋଳାଇ ଆଞ୍ଚରୁ ବାହାରକୁ ଆଣନ୍ତୁ
। ଥଣ୍ଡା କରି ପରସନ୍ତୁ ବା ଡବାରେ ଭରି ରଖନ୍ତୁ
ଆପଣଙ୍କ ସ୍ଵାଦିଷ୍ଟ ସେଓ ଆଚାର । ଖାଇଲା ବେଳେ ଅଳ୍ପ
କଞ୍ଚା ଲଙ୍କା ସହ ଖାଇଲେ ଭଲ ଲାଗେ ।