ମୂଳା ଭୁଜିଆ – Radish Bhujia
ଆବଶ୍ୟକ ସାମଗ୍ରୀ:
ସିଝା ହୋଇ ଚକଟା ମୂଳା ୪/୫ ଟି, ଚୂନା ଚୂନା କଟା ପିଆଜ ୨/୩ ଟି , ରସୁଣ ଛେଚା
୧ ଚାମଚ, ଲଙ୍କା, ଧନିଆ ଓ ହଳଦୀ ଗୁଣ୍ଡ , ଜୀରା , ହେଙ୍ଗୁ , କଟା ଧନିଆ ପତ୍ର ଅଳ୍ପ , ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଜୀରା ଫୁଟାନ୍ତୁ । ଅଳ୍ପ ହେଙ୍ଗୁ ପକାଇ ପିଆଜ , ରସୁଣ ପକାଇ ଭଲ ଭାବେ କଷି ଦିଅନ୍ତୁ । ଏବେ ସେଥିରେ ଲୁଣ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ
ଗୁଣ୍ଡ ମିଶାଇ କିଛି ସମୟ ଭାଜନ୍ତୁ ।
ଏବେ ଏଥିରେ ଚକଟା ଯାଇଥିବା ମୂଳା ପକାଇ ତେଲ ଛାଡିବା ପର୍ଯ୍ୟନ୍ତ
ଭାଜନ୍ତୁ । ୩/୪ ମିନିଟ
ଭାଜିବା ପରେ ଏଥିରେ ଧଣିଆପତ୍ର ଓ ଆମ୍ଚୁର ଗୁଣ୍ଡ
ପକାଇ ଭଲଭାବେ ମିଶାନ୍ତୁ । ଏହାକୁ ରୁଟି ବା ପରଟା
ସହିତ ଗରମ ଗରମ ପରସନ୍ତୁ । ଏହା ସୁଆଦିଆ
ଓ ପୁଷ୍ଟିକର ମଧ୍ୟ ।